ETV Bharat / state

ସରିଲା ରିମାଣ୍ଡ, ଚୌଦ୍ବାର ଜେଲ ଫେରିଗଲା ଠକ ମୌଲାନା କୈଫି ଖାନ - କୈଫି ଖାନର ସରିଲା ରିମାଣ୍ଡ

ଠକ ମୌଲାନା କୈଫି ଖାନର ସରିଲା ରିମାଣ୍ଡ । ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ ଚୌଦ୍ବାର ଜେଲକୁ ପଠାଇ ଦିଆଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 6, 2023, 6:25 PM IST

ଚୌଦ୍ବାର ଜେଲ ଫେରିଗଲା ଠକ ମୌଲାନା କୈଫି ଖାନ

କଟକ: ଚୌଦ୍ଵାର ଜେଲ ଫେରିଗଲା ଠକ ମୌଲାନା କୈଫି ଖାନ । ତନ୍ତ୍ରମନ୍ତ୍ର ନାଁରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିବା ଅଭିଯୋଗରେ ମଙ୍ଗଳାବାଗ ଥାନା ଦ୍ଵାରା ଗିରଫ ହୋଇ ୪ ଦିନିଆ ରିମାଣ୍ଡରେ ଥିବା ଠକ ମୌଲାନାର ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ ଜେଲ ପଠାଇଛି ପୋଲିସ । ସେ ବିଭିନ୍ନ ଲୋକଙ୍କଠାରୁ ୧ କୋଟି ୧୩ ଲକ୍ଷ ୯୫ ହଜାର ଟଙ୍କା ଠକିଥିବା ଅଭିଯୋଗ ହୋଇଛି ।

ସେହିପରି ପୋଲିସ ତା' ନିକଟରୁ ୯୧ ଲକ୍ଷ ୮୨ ହଜାର ଟଙ୍କାର ସମ୍ପତ୍ତି ମଧ୍ୟ ଜବତ କରିଛି । ମୌଲାନା ବିରୋଧରେ କଟକ ମଙ୍ଗଳାବାଗ ଥାନାରେ ୫ଟି ଓ ସଦର ଥାନାରେ ଗୋଟିଏ ଏତଲା ପଞ୍ଜୀକୃତ ହୋଇଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ସବୁଠାରୁ ବଡ଼ କଥା ହେଉଛି ତାର ୯୫ଟି ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିଛି ପୋଲିସ । ଯେଉଁଥିରେ ମୋଟ ୨୯ ଲକ୍ଷ ୫୬ ହଜାର ଟଙ୍କାର ଥିଲା ବୋଲି ଡିସିପି କହିଛନ୍ତି । ତେବେ ଏହି ଟଙ୍କାକୁ ଫ୍ରିଜ କରାଯାଇଛି । LIC ବଣ୍ଡକୁ ମଧ୍ୟ ଜବତ କରାଯାଇଛି । ତେବେ ସେ ଠକେଇ କରିଥିବା ଟଙ୍କା ଏଠାରେ ବିନିଯୋଗ କରିଛି କି ନାହିଁ ସେ ନେଇ ତଦନ୍ତ ଜାରି ରହିଥିବା ଡିସିପି କହିଛନ୍ତି ।

ଏହା ବି ପଢନ୍ତୁ- ଠକ ମୌଲାନାର ବଢୁଛି ଅଭିଯୋଗ ଫର୍ଦ୍ଦ, ଆଜି ଆଉ ଏକ ମାମଲା ରୁଜୁ

ଯଦି ଠକ ମୌଲାନାର ଠକାମିର ଶିକାର ଆଉ କିଏ ହୋଇଥିବେ, ତେବେ ସେମାନେ ଆସି ଥାନାରେ ଏତଲା ଦିଅନ୍ତୁ ବୋଲି କଟକ ଡିସିପି ଅପିଲ କରିଛନ୍ତି । ସେହିପରି ଗିରଫ ହୋଇଥିବା ଡ୍ରାଇଭର, ଠକ ମୌଲାନାର ମୁଖ୍ୟ ସହଯୋଗୀ ଥିଲା ବୋଲି ପଚରାଉଚରା ସମୟରେ ସେ ସ୍ବୀକାର କରିଛି । ଏହା ବ୍ୟତୀତ ଗ୍ୟାଙ୍ଗଷ୍ଟର ସହ ସମ୍ପର୍କ ଅଛି କି ନାହିଁ ସେ ନେଇ କୌଣସି ପ୍ରମାଣ ବର୍ତ୍ତମାନ ସୁଧା ମିଳିପାରିନାହିଁ । ଠକେଇ ଟଙ୍କାର ତଦନ୍ତ ପାଇଁ ଆବଶ୍ୟକ ପଡିଲେ EOW ତଥା ବିଭିନ୍ନ ସଂସ୍ଥାର ସହଯୋଗ ନିଆଯିବ ବୋଲି କଟକ ଡିସିପି ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ମୌଲାନା କୈଫି ବିରୋଧରେ ବଢ଼ିବାରେ ଲାଗିଛି ଅଭିଯୋଗର ସଂଖ୍ୟା ।

ପୂର୍ବରୁ କୈଫି ବିରୋଧରେ ୫ଟି ମାମଲା ରୁଜୁ ହୋଇଥିବା ବେଳେ ଆଉ ଗୋଟିଏ ମାମଲା ରୁଜୁ କରାଯାଇଛି । ଜଣେ ମହିଳାଙ୍କର ଜନ୍ମିତ ପିଲାଙ୍କ ମୃତ୍ୟୁ ଘଟୁଥିବା ବେଳେ ଏହା ଯେପରି ପରବର୍ତ୍ତୀ ସମୟରେ ନ ଘଟେ ସେଥିପାଇଁ ତନ୍ତ୍ର ସାଧନ କରିବାକୁ କୈଫି କହିଥିଲା ଏବଂ ଏନେଇ ଟଙ୍କା ୫ ଲକ୍ଷ ଟଙ୍କା ନେବାକୁ ମଧ୍ୟ କହିଥିଲା । ସେହିପରି ଘରୁ ଭୂତପ୍ରେତ ଛଡ଼ାଇବାକୁ ବି କହିଥିଲା । ମୋଟ ୫ ଲକ୍ଷ ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା ପ୍ରାଥମିକ ପର୍ଯ୍ୟାୟରେ ନେଇଥିଲା ।

ପରବର୍ତ୍ତୀ ସମୟରେ ଆଉ ସାଢେ ୩ ଲକ୍ଷ ଟଙ୍କା ନେଇଥିଲା । ମାତ୍ର କାମ ନହେବାରୁ ତାନ୍ତ୍ରିକକୁ ଟଙ୍କା ଫେରାଇ ଦେବାକୁ କହିବାରୁ ସେ ପ୍ରଥମେ ଧମକ ଚମକ ଦେଇଥିଲେ। ତେବେ ଦେଢ ଲକ୍ଷ ଟଙ୍କା ସେ ଫେରସ୍ତ କରିଥିଲା । ଆଉ ସାଢେ ୩ ଲକ୍ଷ ଟଙ୍କା ଦେଇ ନଥିଲା । ମାତ୍ର କୈଫିକୁ ପୋଲିସ ଗିରଫ କରିବା ଖବର ପାଇ ବ୍ୟକ୍ତି ଜଣକ କଟକ ମଙ୍ଗଳାବାଗ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏହିପରି ଆହୁରି ଅନେକ ଅଭିଯୋଗ ଆସିପାରେ ବୋଲି ଆକଳନ କରାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.