ETV Bharat / state

କାଠଯୋଡ଼ିରେ ଅଘଟଣ, ଗାଧୋଇବାକୁ ଯାଇ ଭାସିଗଲେ ଚାରି - କାଠଯୋଡ଼ିରେ ଗାଧୋଇବାକୁ ଯାଇ ଭାସିଗଲେ

କାଠଯୋଡ଼ିରେ ଗାଧୋଇବାକୁ ଯାଇ ଭାସିଗଲେ ଚାରି ଜଣ । ଦୁଇ ଜଣ ପିଲାଙ୍କୁ ସ୍ଥାନୀୟ ଳୋକେ ଉଦ୍ଧାର କରିଥିବାବେଳେ ଜଣଙ୍କର ମୃତ୍ୟୁ ‌ହୋଇଛି ଏବଂ ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିପାରି ନାହିଁ। ଅଧିକ ପଢନ୍ତୁ...

କାଠଯୋଡ଼ିରେ ଅଘଟଣ, ଗାଧୋଇବାକୁ ଯାଇ ଭାସିଗଲେ ଚାରି

author img

By

Published : Aug 7, 2021, 8:42 PM IST

କଟକ: କାଠଯୋଡ଼ିରେ ଗାଧୋଇବାକୁ ଯାଇ ଭାସିଗଲେ ଚାରି ଜଣ। ଦୁଇ ଜଣ ପିଲାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଜଣଙ୍କର ମୃତ୍ୟୁ ‌ହୋଇଛି ଏବଂ ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳିପାରି ନାହିଁ। ଉଦ୍ଧାର କାର୍ଯ୍ୟରେ ଦୁଇଟି ଅଗ୍ନିଶମ ବାହିନୀ ନିୟୋଜିତ ରହିଥିବା ସୂଚନା ମିଳିଛି ।

କାଠଯୋଡ଼ିରେ ଅଘଟଣ, ଗାଧୋଇବାକୁ ଯାଇ ଭାସିଗଲେ ଚାରି
ସୂଚନା ଅନୁଯାୟୀ, ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ତୁମୁହାଣ ଗ୍ରାମ ନିକଟ କାଠଯୋଡି ବାଲିଘାଟ ଠା‌ରେ ଗାଧୋଇବାବେଳେ ଚାରି ପିଲା ବୁଡିଯାଉଥିବାର ଦେଖିଥିଲେ ସ୍ଥାନୀୟ ଗ୍ରାମବାସୀ ।

ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ଅଗ୍ନିଶମ ବାହିନୀ । ଏହାସହ ଏବେବି ଜଣେ ନିଖୋଜ ରହିଛନ୍ତି । ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିବାବେଳେ ଅଗ୍ନିଶମ ବାହିନୀର ଦୁଇ ବୁଡାଳି ଦଳ ଏବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.