ନିଆଳି: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ୨୦୨୦ରୁ ୨୦୨୨ ମସିହା ଆର୍ଥିକ ବର୍ଷ । ଏଥିରେ କେନ୍ଦ୍ରୀୟ ଅନୁଦାନ ଚତ୍ରୁଦଶ ଓ ପଞ୍ଚଦଶ ଅନୁଦାନ ଏବଂ ରାଜ୍ୟ ସରକାରଙ୍କ ଚତୁର୍ଥ ଓ ପଞ୍ଚମ ଅର୍ଥ କମିଶନ ଅର୍ଥରେ ଗୋବିନ୍ଦପୁର ପଞ୍ଚାୟତରେ ମଣ୍ତପ, ରାସ୍ତା, ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ ଗୃହ,ନଳ କୂପ, ଫ୍ଲାଟ୍ ଫର଼ମ ଓ ପାଇଖାନା ଇତ୍ୟାଦି ପାଇଁ ୧୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲା ପଞ୍ଚାୟତ। କିନ୍ତୁ ଏ ପର୍ଯ୍ୟନ୍ତ ବିଲ ପାସ ନ କରିବା ଫଳରେ ଦିନ ମଜୁରିଆ ପ୍ରାପ୍ତ ପାଇପାରି ନାହାଁନ୍ତି। ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଲଲାଟେନ୍ଦୁ ପ୍ରସାଦ ଦାଶ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ।
କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ଲଲାଟେନ୍ଦୁ ଦାଶ ଗତ ୪ ତାରିଖ ଠାରୁ କଣ୍ଟାପଡ଼ା ବ୍ଲକ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ତେବେ ଏ ନେଇ ଅନଶନକାରୀ ଓ ବିଡ଼ିଓ କ'ଣ କହୁଛନ୍ତି ଦେଖନ୍ତୁ ଉଭୟଙ୍କ ପ୍ରତିକ୍ରିୟା।