ETV Bharat / state

ଆରପାରିରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହ - ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ପରଲୋକ

କଟକ ସଦରର ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ପରଲୋକ । ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଆରପାରିରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହ

author img

By

Published : Jul 27, 2022, 6:41 AM IST

କଟକ: ବିଶିଷ୍ଟ ଶ୍ରମିକ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ପରଲୋକ । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେବ ରକ୍ତଚାପ ତଥା ହୃଦ୍‌ରୋଗରେ ପୀଡିତ ଥିଲେ । ତେବେ ମଙ୍ଗଳବାର କଟକ ସିଡ଼ିଏ ସ୍ଥିତ ବାସଭବନରେ ତାଙ୍କର ହଠାତ୍ ହୃଦ୍‌ଘାତ ହୋଇଥିଲା । ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଆରପାରିରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହ
ଆରପାରିରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହ

ତାଙ୍କ ବିୟୋଗରେ କଟକରେ ଶୋକର ଛାୟା ଖେଳିଯାଇଛି । ବିଶେଷ କରି ଶ୍ରମିକମାନଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ରାଜେନ୍ଦ୍ର ପ୍ରସାଦ ଓଡ଼ିଶା ରାଜନୀତିରେ ରାଜୁ ସିଂହ ଭାବେ ପରିଚିତ ଥିଲେ । ସେ ଜନତା ଦଳର ପ୍ରାର୍ଥୀ ଭାବେ ୧୯୯୦ ମସିହାରେ କଟକ ସଦର ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ବିଧାୟକ ଭାବେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ବରେ ରହି କଟକ ସଦର ବିକାଶ କାର୍ଯ୍ୟକୁ ସେ ତ୍ବରାନ୍ବିତ କରିଥିଲେ । ତେବେ ଆଜି(ବୁଧବାର) ସ୍ବର୍ଗଦ୍ବାରରେ ଏହି ବିଶିଷ୍ଟ ଶ୍ରମିକ ନେତାଙ୍କ ଶେଷକୃତ୍ୟ ହେବା ନେଇ ପରିବାର ପକ୍ଷରୁ ସ୍ପଷ୍ଟ ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.