କଟକ: ଆରପାରିରେ ପୂର୍ବତନ ଫୁଟବଲର ବିଜୟ କେତନ ସାହୁ । କଟକ ତେଲେଙ୍ଗା ବଜାର ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବିଜୟ । ମୃତ୍ୟୁ ବେଳକୁ ତାଙ୍କୁ 69 ବର୍ଷ ହୋଇଥିଲା।
ସେ ତାଙ୍କ ଜୀବନ କାଳରେ ଅନେକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଓଡିଶା ସିନିୟର ଟିମ ପକ୍ଷରୁ ଜାତୀୟ ପ୍ରତିଯୋଗିତାରେ ନିଜର ଦୃଢ଼ ପ୍ରଦର୍ଶନ ଓ ସନ୍ତୋଷ ଟ୍ରଫି ଭଳି ଉଚ୍ଚ କୋଟିର ଫୁଟବଲ ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ।
ତେବେ ତାଙ୍କ ବିୟୋଗରେ ସମ୍ପୁର୍ଣ୍ଣ ମ୍ରିୟମାଣ ହୋଇ ପଡିଛି କ୍ରୀଡାଜଗତ । ଓଡିଶା ଫୁଟବଲ ସଂଘର କର୍ମକର୍ତ୍ତା ପକ୍ଷରୁ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ