କଟକ:ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ କଡାକଡ଼ି ଯାଞ୍ଚ କରାଯାଉଛି। ଯଦିଓ ୩ ମାସ ପର୍ଯ୍ୟନ୍ତ ଏହାକୁ କୋହଳ କରାଯାଇଛି। ତଥାପି ହେଲମେଟ ପିନ୍ଧିନଥିବା ବ୍ୟକ୍ତିଙ୍କ ଉପରେ ଫାଇନ କଟାଯାଉଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ହେଲମେଟ ପିନ୍ଧିନଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ। ଏହି ହେଲମେଟ ଚେକିଂ ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି ପୂର୍ବତନ ଡିଜି ଗୋପାଳ ନନ୍ଦ। ହେଲମେଟ ନପିନ୍ଧି ଗାଡି ଚଳାଇଲେ କେବଳ ଜଣଙ୍କର କ୍ଷତି ହୋଇଥାଏ। ଏହା ଅନ୍ୟ ମାନଙ୍କର ବା ସାମୂହିକ ଭାବେ କ୍ଷତି କରିନଥାଏ।ଏଥିପାଇଁ କେବଳ ସଚେତନ ଆବଶ୍ୟକ ବୋଲି ପୋଲିସ ଡିଜି କହିଛନ୍ତି।
ପୋଲିସ ଏଥିପ୍ରତି ଧ୍ୟାନ ଦେଇ ଅଯଥାରେ ସମୟ ଅପଚୟ କରିଥାଏ। ଏହା ଉପରେ ଅଧିକ ଧ୍ୟାନ ନଦେବାକୁ ଯୁକ୍ତି ବାଢିଛନ୍ତି ପୂର୍ବତନ ଡିଜି ଗୋପାଳ ନନ୍ଦ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ