ETV Bharat / state

ସମୟର ଖେଳ: ସେଦିନର ତାରକା ଫୁଟବଲ ଖେଳାଳି ଆଜି ଦିନ ମଜୁରିଆ

author img

By

Published : Apr 9, 2023, 4:12 PM IST

ଦିନେ ଫୁଟବଲ୍ ଖେଳି ରାଜ୍ୟ ପାଇଁ ଗର୍ବ ଆଣିଥିଲେ । ତାଙ୍କ ନାମ ହିଁ ଓଡିଶା ଫୁଟବଲ ଜଗତରେ ଯତେଷ୍ଠ ଥିଲା । ମାତ୍ର ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଷ୍ଟାର ଫୁଟବଲ ଖେଳାଳି ଆଶୋକ ଦାସ । ଅଧିକ ପଢନ୍ତୁ

star football player now a  daily labour
ତାରକା ଫୁଟବଲ ଖେଳାଳି ଆଜି ଦିନ ମଜୁରିଆ
ଫୁଟବଲ ଖେଳାଳି ଆଜି ଦିନ ମଜୁରିଆ

କଟକ: କାଲିର ସୁନାମ ଧନ୍ୟ ଫୁଟବଲ୍ ଖେଳାଳି ଅଶୋକ ଦାସ ଆଜି ଦିନ ମଜୁରିଆ । ଦିନେ ଜାତୀୟ ସ୍ତରର ମ୍ୟାଚ ଖେଳି ଅଜସ୍ର ସୁନାମ ଅର୍ଜନ କରିଥିବା ଫୁଟବଲ ଖେଳାଳି ଆଜି ନିଜର ଜୀବନ ନିର୍ବାହ କରିବା ପାଇଁ ସଂଗ୍ରାମ କରୁଛନ୍ତି । ଫୁଟବଲ ପ୍ରେମ ଏବେ ବି ମନରେ ରହିବା ସତ୍ତ୍ୱେ ସ୍ୱପ୍ବ ଭାଙ୍ଗିବା ପରେ ହତାଶ ହୋଇ ଏବେ ମଜୁରିଆ ଭାବରେ କାର୍ଯ୍ୟରତ ରହିଛନ୍ତି । ଅଶୋକଙ୍କ ସଂଘର୍ଷ ଦେଖିଲେ ମନେ ହେଉଛି ସରକାର କ୍ରୀଡା ଦିଗରେ ବ୍ୟାପକ ବିକାଶ ଦିଗରେ ଯେପରି ଦିଗହରା ହୋଇ ପଡିଛନ୍ତି ।

ଯିଏ ଦିନେ ବଲ ଧରିବା ମାତ୍ରେ ଗୋଲ କିପରର ଗୋଲ ପୋଷ୍ଟ ଥରୁଥିଲା ସେ ଆଜି ପରିବାର ପୋଷଣ ପାଇଁ ପାଲଟି ଯାଇଛି ବେସାହାରା । ପୁରୁଣା ସ୍ମୃତିକୁ ଛାତିରେ ଜାବୁଡ଼ି ଧରି ଜିଇଁବାର ଦୁଃଖ ଦରିଆରେ ପାଲଟିଛନ୍ତି ବେସାହାରା ପଥିକ । କଟକ ପୁରୀଘାଟ ଅଞ୍ଚଳରେ ଥିବା ୪୦ ନମ୍ୱର ବସ୍ତିରେ ରୁହନ୍ତି ଅଶୋକ ଦାସ । ପରିବାରରେ 7 ପ୍ରାଣୀ । ସୁଖେ ଦୁଃଖରେ ପାରିବାରିକ ଜୀବନ କଟୁଛି । କିନ୍ତୁ ଏହାରି ଭିତରେ ନିଜର ସ୍ଵପ୍ନକୁ ନେଇ ସର୍ବଦା ଚିନ୍ତିତ ଅଶୋକ । ଦିନେ ଓଡ଼ିଶା ଫୁଟବଲ ଜଗତର ବାଦଶାହା ଏବେ କଟକ ବଡ଼ ମେଡ଼ିକାଲରେ ଏକ ଠିକା ସଂସ୍ଥାରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ଖଟିକି ଆଣିଲେ ପରିବାରର ଚୁଲି ଜଳୁଛି । ଏବେବି ପୁରୁଣା ସ୍ମୃତିକୁ ସାଉଁଟି ରଖିଛନ୍ତି ଅଶୋକ । କ୍ଲବ ତଥା ଜାତୀୟ ସ୍ତରରେ ଅର୍ଜନ କରିଥିବା ସାର୍ଟିଫିକେଟ ଓ ଟ୍ରଫିକୁ ପାଖରେ ଅମୂଲ୍ୟ ସମ୍ପଦ ଭାବେ ସାଇତି ରଖିଛନ୍ତି ।

ଦିନଥିଲା ଯେତେବେଳେ ଅଶୋକ ଖେଳ ପଡ଼ିଆରେ ପାଦ ରଖୁଥିଲେ ସେତେବେଳ ଫ୍ୟାନ୍ସଙ୍କ ଚିତ୍କାର ଫାଟି ପଡୁଥିଲା ସମଗ୍ର ପରିବେଶ । ଏମିତି କୌଣସି ମ୍ୟାଚ ନଥିଲା ଯେଉଁଥିରେ ନିଜର ଦବଦବା ଜାହିର କରି ନଥିଲେ ସେ । କିନ୍ତୁ ଆଜି ଯେଉଁ ଦୃଶ୍ୟ ଦୃଷ୍ଟି ଗୋଚର ହୋଇଛି ସେଥିରେ ଆକାଶ ପାତାଳ ତଫାତ୍ । ସବୁ ଥାଇ ବି ତାଙ୍କୁ ସୁଯୋଗ ମିଳି ନାହିଁ । ଦକ୍ଷ ଖେଳାଳି ହୋଇ ମଧ୍ୟ ସରକାରୀ ଚାକିରିଟିଏ ମିଳିନାହିଁ । ଅଲୋଡା ହୋଇ ପଡିଛନ୍ତି ଅଶୋକ । ଦୁଃଖ ଭିତରେ ନିକଟରେ ଥିବା ସନସାଇନ୍ ପଡ଼ିଆରେ କିଛି ପିଲାଙ୍କୁ ମାଗଣାରେ କୋଚିଂ ଦେଉଛନ୍ତି । ସବୁବେଳେ ଫୁଟବଲକୁ ନିଜର ବ୍ରତ କରି ଖେଳି ଚାଲିଥିବା ଅଶୋକଙ୍କ ଆଜିର ଏହି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ସରକାରଙ୍କୁ ଏ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

ରାଜ୍ୟରେ କ୍ରୀଡାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ଜଣେ ଦକ୍ଷ ଫୁଟବଲ ଖେଳାଳିଙ୍କ ଦୁଃଖ ଦୁର୍ଦ୍ଦଶା ଉପରେ ସରକାର ନଜର ଦେଲେ ହୁଏତ କିଛି ମାତ୍ରାରେ ସ୍ୱଚଳ ହୋଇପାରନ୍ତା ଅଶୋକଙ୍କ ଜୀବନ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.