ETV Bharat / state

କରୋନାକୁ ମୁକାବିଲା ପାଇଁ ଉଠା ବ୍ୟବସାୟୀଙ୍କୁ ଉଠାଇଲା ପୋଲିସ

ଜନ ସାମୂହିକ ସ୍ଥାନ ମାନଙ୍କରେ ନିଜ ବ୍ୟବସାୟ କରିଥିବା ବ୍ୟବସାୟୀଙ୍କୁ ଶୁକ୍ରବାର ପୋଲିସ ଦୋକାନ ଉଠାଇବାକୁ ତାଗିଦ କରିଛି । କରୋନାକୁ ମୁକାବିଲା ପାଇଁ ଏହା ହେଉଛି ଏକ ବଡ଼ ମାଧ୍ୟମ । ଅଧିକ ପଢନ୍ତୁ...

author img

By

Published : Mar 21, 2020, 4:26 PM IST

Food stall clean by police
କରୋନାକୁ ରୋକିବାକୁ ଉଠା ବ୍ୟବସାୟୀଙ୍କୁ ଉଠାଇଲା ପୋଲିସ

କଟକ: କରୋନାକୁ ରୋକିବା ପାଇଁ ଉଠା ବ୍ୟବସାୟୀଙ୍କୁ ଉଠାଇଲା ପୋଲିସ । ଜନ ସାମୂହିକ ସ୍ଥାନ ମାନଙ୍କରେ ନିଜ ବ୍ୟବସାୟ କରିଥିବା ଏହି ବ୍ୟବସାୟୀଙ୍କୁ ଶୁକ୍ରବାର ପୋଲିସ ଦୋକାନ ଉଠାଇବାକୁ ତାଗିଦ କରିଛି । ଏହି କ୍ରମରେ ବିଡାନାସୀ, ଦୋଳମୁଣ୍ଡାଇ, ବାରଵାଟୀ ଇତ୍ୟାଦି ଅଞ୍ଚଳରେ ଥିବା ଉଠା ବ୍ୟବସାୟୀଙ୍କୁ ତାଗିଦ ପରେ ସେମାନେ ନିଜ ବ୍ୟବସାୟକୁ ବନ୍ଦ କରିଛନ୍ତି । ତେବେ କରୋନାକୁ ପରାସ୍ତ କରିବା ପାଇଁ ଏହା ହେଉଛି ଏକ ବଡ଼ ମାଧ୍ୟମ ।

v

ସେପଟେ ପ୍ରଶାସନର ଏହି ପ୍ରକ୍ରିୟାକୁ ବ୍ୟବସାୟୀ ସ୍ବାଗତ କରିଥିବା ବେଳେ ପୂର୍ବରୁ ଏନେଇ ଅବଗତ କରାଇଥିଲେ ଭଲ ହୋଇଥାନ୍ତା ବୋଲି ପ୍ରତିକ୍ରିୟା ରଖିଛନ୍ତି । ଅତର୍କିତ ସେମାନଙ୍କୁ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବାରୁ ସେମାନଙ୍କ ଅନେକ ଖାଇବା ନଷ୍ଟ ହୋଇଛି ବୋଲି କହିଛନ୍ତି । ସେହିପରି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବେପାର ନହେଲେ ପରିବାର କେମିତି ଚାଲିବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.