ETV Bharat / state

ଆକ୍ସନ ମୋଡରେ ସିଏମସି ଫୁଡ ସେଫଟି ଟିମ୍, ଷ୍ଟ୍ରିଟଫୁଡ ଷ୍ଟଲରେ ରେଡ୍

କଟକର ରାଣୀହାଟ ପୋଲ ନିକଟରେ ବିଭିନ୍ନ ଫୁଡ଼ ଷ୍ଟଲରେ ଅଚାନଚ ଚଢ଼ାଉ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ ଟିମ । ନିମ୍ନମାନର ଖାଦ୍ୟକୁ ନଷ୍ଟ କରିବା ସହ ବ୍ୟବସାୟୀଙ୍କ ଠାରୁ ଫାଇନ ଆଦାୟ କରିଛି । ଅଧିକ ପଢ଼ନ୍ତୁ

author img

By

Published : Aug 5, 2023, 10:44 PM IST

food safety team inspection in ranihat food court
ଷ୍ଟ୍ରିଟଫୁଡ ଷ୍ଟଲରେ ସିଏମସି ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ

କଟକ: ରାସ୍ତାକଡ଼ରୁ ମୋମୋ, ପାଓଭାଜି, ପାମ୍ପଡ଼ି ଚାଟ, ଗୁପଚୁପ ଖାଉଥିଲେ ସାବଧାନ। ରାସ୍ତା କଡ଼ରେ ବିକ୍ରି ହେଉଥିବା ଖାଦ୍ୟ ହୋଇପାରେ ବିପଦ ଜନକ । କଟକର ରାଣୀହାଟ ପୋଲ ନିକଟରେ ବିଭିନ୍ନ ଫୁଡ଼ ଷ୍ଟଲରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ଟିମ ଚଢ଼ାଉ କରିଛି । ଅସ୍ୱାସ୍ଥ୍ୟକର ପରିବେଶ ଓ ଅପମିଶ୍ରଣ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ସିଏମସି ପକ୍ଷରୁ ଏହି ଚଢ଼ାଉ ହୋଇଛି । ପାଓଭାଜି, ମୋମୋ, ଚାଟ, ଗୁପଚୁପ ଭଳି ବିଭିନ୍ନ ଫାଷ୍ଟ ଫୁଡ଼ ଦୋକାନରେ ଚଢ଼ାଉ କରି ଖାଦ୍ୟ ଯାଞ୍ଚ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ମାଲକାନଗିରିର ବିଭିନ୍ନ ହୋଟେଲରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ

କଟକର ଷ୍ଟ୍ରିଟଫୁଡ଼ ବ୍ୟବସାୟ ଉପରେ ଅତର୍କିତ ଚଢ଼ାଉ କରିଛି ସିଏମସି ଖାଦ୍ୟ ସୁରକ୍ଷା ଟିମ । ବିଭିନ୍ନ ଷ୍ଟ୍ରିଟଫୁଡ଼ ଯେପରି ଚାଟ ,ଗୁପଚୁପ, ଫାଷ୍ଟଫୁଡ଼ ,ଦହିବରା ଇତ୍ୟାଦି ଖାଦ୍ୟର ମାନ ଯାଞ୍ଚ କରିଛି । ବିଶେଷକରି ସନ୍ଧ୍ୟା ସମୟରେ ଏହି ଖାଦ୍ୟର ଚାହିଦା ବେଶି ରହିଥାଏ ବୋଲି କଟକ ରାଣୀହାଟ ନିକଟରେ ଥିବା ଷ୍ଟ୍ରିଟ ଫୁଡ଼ ବ୍ୟବସାୟ ସ୍ଥଳରେ ପହଞ୍ଚି ପାଖାପାଖି ଅନେକ ବ୍ୟବସାୟୀଙ୍କ ଖାଦ୍ୟ ଯାଞ୍ଚ କରିଛି ଖାଦ୍ୟ ସୁରକ୍ଷା ଟିମ । ସେଥିମଧ୍ୟରୁ ଅନେକ ବ୍ୟବସାୟୀଙ୍କ ଲାଇସେନ୍ସ ନଥିଲା ବେଳେ ଅନେକଙ୍କ ଖାଦ୍ୟ ନିମ୍ନ ମାନର ବୋଲି ଟିମ ସ୍ପଷ୍ଟ କରିଛି । ନକଲି ସସ ସହିତ ବାସି ଖାଦ୍ୟ ବିକ୍ରି ହେଉଥିବା ବିଭାଗ ଦେଖିବାକୁ ପାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ନିମ୍ନମାନର ଖାଦ୍ୟ ବିକ୍ରି ଅଭିଯୋଗରେ ସିଲ୍‌ ହେଲା ହୋଟେଲ ସ୍ବାଗତ

ଏହି ଆଧାରରେ ସିଏମସି ଅଧିକାରୀ ଅଧିକ ପରିମାଣର ଷ୍ଟ୍ରିଟଫୁଡ଼ ନଷ୍ଟୱ କରି ସେମାନଙ୍କ ଠାରୁ ଫାଇନ ଆଦାୟ କରିଛନ୍ତି । ତେବେ ଆଗମୀ ସମୟରେ ଲାଇସେନ୍ସ ପଞ୍ଜୀକରଣ କରିବା ସହ ଏପରି ନିମ୍ନମାନର ଖାଦ୍ୟ ବିକ୍ରି ନକରିବାକୁ ବ୍ୟବସାୟୀଙ୍କୁ ତାଗିଦ କରାଯାଇଛି । ଦୋକାନୀଙ୍କୁ ସଚେତନତା ତାଲିମ ମଧ୍ୟ ଦେବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମହାନଗର ନିଗମ ଫୁଡ୍ ସ୍କ୍ୱାର୍ଡ ଅଧିକାରୀ ସତ୍ୟବ୍ରତ ମହାପାତ୍ର । ଅନ୍ୟପଟେ ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି ଯେ, ଲାଇସେନ୍ସ ପାଇଁ ଦୌଡ଼ି ଦୌଡ଼ି ଅଣାୟତ୍ତ ହୋଇଛନ୍ତି ହେଲେ କେହି ଶୁଣୁନାହାନ୍ତି । ଆବେଦନ କରିଥିଲେ ସୁଦ୍ଧା ଲାଇସେନ୍ସ ମିଳି ନଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଏପରି ସ୍ଥଳେ ସିଏମସିର ଏହି ରେଡ଼ ଉପରେ ପ୍ରଶ୍ନ ଉଠିବା ମଧ୍ୟ ସ୍ୱାଭାବିକ କଥା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.