ETV Bharat / state

Baliyatra 2022: ବାଲିଯାତ୍ରାରେ ବାସୀ ଖାଦ୍ୟ, ରେଡ୍ କରି ହଣ୍ଡା ହଣ୍ଡା ଖାଦ୍ୟ ଢାଳିଲା CMC

ବାଲିଯାତ୍ରା ପଡିଆରେ ଫୁଡ଼ ସ୍କ୍ବାର୍ଡର ଚଢାଉ । ନିମ୍ନମାନର ଖାଦ୍ୟ ବିକ୍ରି କାରଣରୁ ଖାଦ୍ୟ ନଷ୍ଟ କରିଛି ଫୁଡ ସ୍ବାର୍ଡ । ଅଧିକ ପଢନ୍ତୁ

author img

By

Published : Nov 10, 2022, 8:19 PM IST

ବାଲିଯାତ୍ରା ରେ ବାସୀ ଖାଦ୍ୟ,  ରେଡ କଲା ସିଏମସି

କଟକ: ଆରମ୍ଭ ହୋଇଯାଇଛି କଟକର ଐତିହାସିକ ବାଲିଯାତ୍ରା । ବାଲିଯାତ୍ରାର ମଜା ନେଉଛନ୍ତି ହଜାର ହଜାର ଲୋକେ। ଏହାର ସୁଯୋଗ ନେଇ ଲୋକଙ୍କୁ ଠକୁଛନ୍ତି ବ୍ୟବସାୟୀ। ବାଲିଯାତ୍ରା ପଡିଆରେ କଟକ ମହାନଗର ନିଗମ ଫୁଡ଼ ସ୍କ୍ବାର୍ଡର ଚଢାଉ । ନିମ୍ନ ମାନର ଖାଦ୍ୟକୁ ନେଇ ଚଢ଼ାଉ । ବିପୁଳ ପରିମାଣରେ ବାସୀ ଖାଦ୍ୟ ନଷ୍ଟ କଲା ଫୁଡ ସ୍କ୍ବାର୍ଡର 4ଟି ଟିମ ।

ତେବେ ଚାଓମିନ, ମୋମୋ, ବିରିୟାନୀ, ଚାଟ, ତଡକା, ତରକାରୀ ଆଦି ବିଭିନ୍ନ ପ୍ରକାର ବାସୀ ଖାଦ୍ୟ ଜବତ କରି ନଷ୍ଟ କଲା ସ୍କ୍ବାର୍ଡ। ଏନେଇ ସିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ବରେ ଚାଲିଛି ଚଢାଉ। ତେଲ ଓ ମସଲା ମାନ କୁ ନେଇ ମଧ୍ୟ ଯାଞ୍ଚ କରୁଛି ଟିମ। ଯେଉଁ ବ୍ୟବସାୟୀ ମାନେ ବାସୀ ଖାଦ୍ୟ ଦେଉଛନ୍ତି ସେମାନଙ୍କୁ ଚେତବନୀ ଦେହା ସହ ଯଦି ଆଗାମୀ ଦିନରେ ଏପରି ଦୃଶ୍ୟ ସାମ୍ନା କୁ ଆସେ ତେବେ ସଙ୍ଗେ ସଙ୍ଗେ ଫାଇନ କରାଯିବ ବୋଲି ସୂଚନା ଦେଇଛନ୍ତି ସିଏମସି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ। ତେବେ ବାଲିଯାତ୍ରା 9 ଦିନ ବ୍ୟାପି ହେବାକୁ ଥିଲା ବେଳେ ଖାଦ୍ୟ ଉପରେ ସମସ୍ତଙ୍କ ରହିଥାଏ ନଜର । ତେବେ ଏହାର ସୁଯୋଗ ନେଇ ଅନେକ ବ୍ୟବସାୟୀ ଲୋକମାନଙ୍କୁ ବାସୀ ଖାଦ୍ୟ ଦେଇ ଠକିଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.