ETV Bharat / state

ରେଭେନ୍ସାରେ ମିଳୁଛି ନବୀନ କଚୋଡି, ପାଣ୍ଡିଆନ ଆଳୁ ଟିକ୍କି ଓ ସୁର ଭାଇ ପାପଡି ଚାଟ୍ - ପାଣ୍ଡିଆନ ଆଳୁ ଟିକ୍କି

Food Festival in Ravenshaw: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମିଳୁଛି ନବୀନ କଚୋଡି ଚାଟ୍, ପାଣ୍ଡିଆନ ଆଳୁ ଟିକ୍କି, ସୁର ଭାଇ ପାପଡି ଚାଟ୍ ଓ ପରାଜିତା ସମୋସା ଚାଟ୍ । କାହିଁକି ଦିଆଯାଇଛି ଏଭଳି ନାମ ? ଅଧିକ ପଢନ୍ତୁ

food festival in ravenshaw
ରେଭେନ୍ସାରେ କ୍ୟାବିନେଟ୍ କିଚେନ୍
author img

By ETV Bharat Odisha Team

Published : Dec 15, 2023, 7:21 PM IST

ରେଭେନ୍ସାରେ କ୍ୟାବିନେଟ୍ କିଚେନ୍

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜମିଛି ଭଳିକି ଭଳି ଖାଦ୍ୟ ସାମଗ୍ରୀର ଆସର । ଏଠାରେ ମିଳୁଛି ନବୀନ କଚୋଡି ଚାଟ୍, ପାଣ୍ଡିଆନ ଆଳୁ ଟିକ୍କି, ସୁର ଭାଇ ପାପଡି ଚାଟ୍ଅ ଓ ପରାଜିତା ସମୋସା ଚାଟ୍। ଯାହାକି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ରାଜନେତାଙ୍କ ନାଁରେ ଖାଦ୍ୟ ସାମଗ୍ରୀର ନାମକରଣ କରି ନୂଆ ଢଙ୍ଗରେ ବିକ୍ରିବଟା କରୁଛନ୍ତି ରାଜନୀତି ବିଜ୍ଞାନର ଛାତ୍ର । ଆଉ ଏସବୁ ଖାଇବାକୁ ବି ଷ୍ଟଲ ଆଗରେ ପ୍ରବଳ ଭିଡ ଲାଗୁଛି।

ତେବେ ନବୀନ, ପାଣ୍ଡିଆନ, ଅପରାଜିତାଙ୍କଠାରୁ ଆରମ୍ଭ କରି ଅନେକ ରାଜନେତାଙ୍କ ନାଁ ଖାଦ୍ୟ ସାମଗ୍ରୀର ମେନ୍ୟୁରେ ଦେଖିବାକୁ ମିଳିଛି । ଏହିପରି ଭାବେ ଭଳିକି ଭଳି ଖାଦ୍ୟ ସାମଗ୍ରୀ ମିଳୁଛି ରେଭେନ୍ସା ବିଶ୍ୱବିଦ୍ୟାଳୟର ଖେଳ ପଡ଼ିଆରେ । ଗୋଟିଏ କି ଦୁଇଟି ନୁହେଁ, ବରଂ ୩୦ରୁ ଅଧିକ ଖାଦ୍ୟ ଷ୍ଟଲରେ ଭଳିକି ଭଳି ଖାଦ୍ୟ ବିକ୍ରି ଚାଲିଛି । ଆଉ ଖାଦ୍ୟ ବିକ୍ରି କରୁଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ । ସୂଚନା ଅନୁସାରେ, ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗର ଛାତ୍ରଛାତ୍ରୀ ମାନେ ଷ୍ଟଲରେ ଖାଦ୍ୟ ବିକ୍ରୟ କରୁଛନ୍ତି । ଖାଲି ସେତିକି ନୁହେଁ ଚିକେନ, ମଟନ, ଚିଙ୍ଗୁଡ଼ି, ମାଛ, ଅଣ୍ଡା,ପନିର, ଆଇସକ୍ରିମ, ଚାଟ୍ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଖାଦ୍ୟ ଷ୍ଟଲରେ ବିକ୍ରୟ ହେଉଛି। ଦର ବି ବେଶ କମ୍ ରହିଛି।

ଏହା ବି ପଢନ୍ତୁ...ରେଭେନ୍ସାକୁ ମିଳିଲା A++, ନାଚଗୀତରେ ଝୁମୁଛି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍

ଏହା ବି ପଢନ୍ତୁ...ପାରମ୍ପରିକ ଖାଦ୍ୟରେ ମହକିଲା ମହାବିଦ୍ୟାଳୟ ପରିସର

ଏହି ଫୁଡ଼ ଫେଷ୍ଟିଭାଲ ୨ ଦିନ ପାଇଁ ଆୟୋଜିତ କରାଯାଇଛି। ବାର୍ଷିକ କ୍ରୀଡା ଉତ୍ସବ ଅବସରରେ ଏହି ମେଳା ଆୟୋଜନ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି , ଏହାଦ୍ୱାରା ଅନେକ ଛାତ୍ରଛାତ୍ରୀ ମାନେ ଉପକୃତ ହେବେ। ଏହାକୁ ନେଇ ରେଭେନ୍ସାର CPG ପ୍ରଫେସର ଲୁନା ସାମନ୍ତ କହିଛନ୍ତି, "ଏହାଦ୍ବାରା ପିଲାଙ୍କ ମାନସିକ ଚାପ ହ୍ରାସ ପାଇବା ସହ ଛାତ୍ରଛାତ୍ରୀମାନେ ବ୍ୟବସାୟ କରିବା ଶିଖିବେ। ତେବେ କେବଳ ଆଜି ନୁହେଁ ବରଂ ପ୍ରତ୍ୟକ ବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ନୂଆ ପ୍ରକାରର ତଥା ସମସ୍ତଙ୍କୁ ଆକର୍ଷଣ କରିବା ପାଇଁ ନିଜର ଷ୍ଟଲର ନାମ ରଖିଛନ୍ତି ।" ଷ୍ଟଲର ନାମ 'କିଚେନ କ୍ୟାବିନେଟ' ରଖାଯାଇଥିବାବେଳେ ରାଜନୈତିକ ଦଳର ନେତାମାନଙ୍କ ନାମରେ ଏହି ଖାଦ୍ୟ ବିକ୍ରୟ ହେଉଛି । ଯାହାକି ଗ୍ରାହକଙ୍କୁ ବେଶ ଆକର୍ଷିତ ମଧ୍ୟ କରୁଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.