ETV Bharat / state

ଭାର୍ଗବୀ ନଦୀ ଅଚ୍ୟୁତପୁର କାଜ ବନ୍ୟା ପାଣିରେ ୭୦ଲକ୍ଷ ଲୋକ ପ୍ରଭାବିତ ! ଧାନ ଜମି ଜଳମଗ୍ନ, ସ୍ଥାୟୀ ସମାଧାନ ଦାବି

author img

By

Published : Aug 5, 2023, 3:53 PM IST

ଲୋକଙ୍କ ପାଇଁ କାଳ ସାଜିଛି ଭାର୍ଗବୀ ନଦୀ ଅଚ୍ୟୁତପୁର କାଜର ବନ୍ୟା ପାଣି । ୧୩୪ଟି ପଞ୍ଚାୟତର ୭୦ ଲକ୍ଷ ଲୋକ ବନ୍ୟା ସମୟରେ ହେଉଛନ୍ତି ପ୍ରଭାବିତ । ଅଧିକ ପଢନ୍ତୁ

flood situation
flood situation
flood situation

ନିଆଳି: ଭାର୍ଗବୀ ନଦୀ ଅଚ୍ୟୁତପୁର କାଜର ବନ୍ୟା ପାଣି ଲୋକଙ୍କ ପାଇଁ କାଳ । ୧୩୪ଟି ପଞ୍ଚାୟତର ୭୦ ଲକ୍ଷ ଲୋକ ବନ୍ୟା ସମୟରେ ହେଉଛନ୍ତି ପ୍ରଭାବିତ । ହେଉନାହିଁ ସ୍ଥାୟୀ ସମାଧାନ । ଏବେ ବି ଧାନ ଜମି ଜଳମଗ୍ନ । ପ୍ରଥମ ଦଫାର ବନ୍ୟା ଜଳ ବିଭିନ୍ନ ନଦୀରେ ହ୍ରାସ ପାଇଛି ସତ କିନ୍ତୁ ଏବେ ବି ହେକ୍ଟର ହେକ୍ଟର ଧାନ ଜମି ବନ୍ୟା ପାଣି ଘେରରେ ରହିଛି। ହୀରାକୁଦ ଜଳଭଣ୍ଡାରୁ 17ଟି ଗେଟ ଏବେ ବି ଖୋଲା ରହିଛି । ଏହି ବନ୍ୟା ପାଣି ବିଭିନ୍ନ ନଦୀରେ ପ୍ରଭାବିତ ହେବ। ଫଳରେ ଲୋକ ମାନଙ୍କ ଧାନ ଓ ପରିବାର ଫସଲ ନଷ୍ଟ ହୋଇଛି।‌

କୁଆଖାଇ ନଦୀରୁ ଉତ୍ପତି ହୋଇଥିବା ଭାଗର୍ବୀ ନଦୀର ଅଚ୍ୟୁତପୁର କାଜର ବଢି ପାଣି ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରତିବର୍ଷ ପ୍ରଭାବ ପକାଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଅଚ୍ଯୁତପୁର କାଜକୁ ସ୍ଥାୟୀ ପ୍ରତିକାର ପାଇଁ ପିଢି ପିଢି ଦାବି କରି ଆସୁଛନ୍ତି ହେଲେ ସମାଧାନ ହେଉନଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ରାଜଧାନୀ ଉପକଣ୍ଠ ଜୟଦେବ ନିର୍ବାଚନ ମଣ୍ଡଳୀ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ଅନେକ ପଞ୍ଚାୟତର ଧାନ ଜମି ଓ ଗାଁ ରାସ୍ତା ବଢି ପାଣି ଘେରରେ ରହିଛି । ହେକ୍ଟର ହେକ୍ଟର ଧାନ ଜମି ଓ ପରିବା ଫସଲରେ ଆଣ୍ଠୁଏ ଓ ଅଣ୍ଟାଏ ଉଚ୍ଚରେ ବନ୍ୟା ପାଣି ମାଡିିଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ କୁଆଖାଇ ନଦୀରୁ ସୃଷ୍ଟି ହୋଇଛି ଭାର୍ଗବୀ ନଦୀ । ଏହି ନଦୀ ବାଲିଅନ୍ତା, ବାଲିପାଟଣା ଏବଂ ପୁରୀ ଜିଲ୍ଲା ଦେଇ ସମୁଦ୍ରରେ ଲୀନ ହୋଇଛି। ବାଲିପାଟଣା ବ୍ଲକର ଝିଣ୍ଟି ପଞ୍ଚାୟତ ଠାରେ ଅଚ୍ୟୁତପୁର କାଜ ।‌ ଭାର୍ଗବୀ ନଦୀର ବନ୍ୟା ପାଣି ଏହି କାଜ ଦେଇ ପ୍ରଭାବିତ ହୋଇଥାଏ ।‌ ଅଚ୍ୟୁତପୁର କାଜ ପାଣି ଧନୁଆ ନଦୀରେ ପ୍ରଭାବିତ ହୁଏ।‌ ଫଳରେ ଉଭୟ ପାର୍ଶ୍ଵରେ ଥିବା ଶହ ଶହ ହେକ୍ଟର ଧାନ ଜମି,ପରିବା ଫସଲ ସହିତ ଗାଁ ଗଣ୍ଡାରେ ପ୍ରବେଶ କରିଥାଏ ଅଚ୍ୟୁତପୁର କାଜର ବନ୍ୟା ପାଣି।‌

ଏହା ମଧ୍ୟ ପଢନ୍ତୁ- କୂଳ ଲଂଘୁଛି କନ୍ଦଳ ନଦୀ, ଚିନ୍ତାରେ ଗ୍ରାମବାସୀ

ଗତ ଚାରି ଦିନ ହେବ ଭାର୍ଗବୀ ନଦୀର ବନ୍ୟା ପାଣି ଅଚ୍ଯୁତପୁର କାଜ ଦେଇ କୁରୁଞ୍ଜିପୁର, ପମ୍ପାଲୋ, ତୁରିନ୍ତିରା , ଝିଣ୍ଟି ପଞ୍ଚାୟତ ସମେତ ଅନେକ ଖାଲୁଆ ଗାଁକୁ ଅଚ୍ୟୁତପୁର କାଜର ବନ୍ୟା ପାଣି ଜୟଦେବ ନିର୍ବାଚନ ମଣ୍ଡଳୀର ଅଧିବାସୀ ମାନଙ୍କ ପାଇଁ କାଳ ସାଜିଛି ।‌ ବନ୍ୟା ଆସିଲେ ଏହି ଅଞ୍ଚଳର ଲୋକଙ୍କ ଟେନସନ ବଢାଏ ଅଚ୍ଯୁତପୁର କାଜ । ରୁଆ ହୋଇଥିବା ଧାନ ଓ ପରିବା ଉପରେ ସିଧା ସଳଖ ପ୍ରଭାବ ପଡିଥାଏ।‌

ଏହି କାଜକୁ ଉଚ୍ଚତା ଏବଂ କବାଡ କରିବା ପାଇଁ ବହୁବାର ଦାବି ହୋଇଆସୁଛି ସତ କିନ୍ତୁ ସମାଧାନ ହୋଇପାରୁନାହିଁ ।‌ ଫଳରେ ବନ୍ୟା ସମୟରେ ଲୋକମାନଙ୍କ ଜୀବନ ଜୀବିକାକୁ ସିଧା ପ୍ରଭାବିତ କରୁଛି ଅଚ୍ୟୁତପୁର କାଜର ବନ୍ୟା ପାଣି ।‌ ଖାଲି ସେତିକି ନୁହେଁ ଏକ ଆକଳନରୁ ଜଣାପଡିଛି ଭାର୍ଗବୀ ନଦୀର ଅଚ୍ୟୁତପୁର କାଜ ପାଣି ଧନୁଆ ନଦୀରେ ପ୍ରଭାବିତ ଯୋଗୁଁ ବନ୍ୟା ସମୟରେ ୧୩୪ ଟି ପଞ୍ଚାୟତ ୭୦ ଲକ୍ଷ ଲୋକ ପ୍ରଭାବିତ ହେବା ସହ ହଜାର ହଜାର ହେକ୍ଟର ଫସଲ ନଷ୍ଟ ହୋଇଯାଏ । ଧନୁଆ ନଦୀ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା, ବାଲିପାଟଣା ଓ ପୁରୀ ଜିଲ୍ଲାର ନିମାପଡ଼ା,ଗୋପ, କାକଟପୁର, ଅସ୍ତରଙ୍ଗ ବ୍ଲକର ଲୋକ ମାନଙ୍କୁ ପ୍ରଭାବିତ କରିଥାଏ।‌ ଚଳିତ ବନ୍ୟା ପାଣି ଯୋଗୁଁ ଏବେ ବି ବହୁ ସ୍ଥାନରେ ଧାନ ଜମି ଜଳମଗ୍ନ ହୋଇ ରହିଛି।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.