ETV Bharat / state

ପାଣି ଘେରରେ କଟକ କଁହେଇପୁର, 80 ପରିବାର ଜଳବନ୍ଦୀ - କଟକ ବନ୍ୟା ଖବର

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନୀଦୀର ବନ୍ୟାପାଣି ଏବେ କଟକର ବିଭିନ୍ନ ଅଞ୍ଚଳରେ ପ୍ରବେଶ କରୁଛି । ଏହାର ପ୍ରଭାବରେ କଁହେଇପୁର ଅଞ୍ଚଳରେ 80 ଘର ଜଳବନ୍ଦୀ ହୋଇଛନ୍ତି । ଅଧିକ ପଞନ୍ତୁ...

ପାଣି ଘେରରେ କଟକ କଁହେଇପୁର,80 ପରିବାର ଜଳବନ୍ଦୀ

author img

By

Published : Aug 28, 2020, 4:06 PM IST

କଟକ: ମହାନୀଦୀର ବନ୍ୟାପାଣି ଏବେ କଟକର ବିଭିନ୍ନ ଅଞ୍ଚଳରେ ପ୍ରବେଶ କରୁଛି । ଏହାର ପ୍ରଭାବରେ କଁହେଇପୁର ଅଞ୍ଚଳରେ 80 ଘର ଜଳବନ୍ଦୀ ହୋଇଛନ୍ତି । କଟକ ଏବେ ବନ୍ୟା ପାଣି ଘେରରେ ରହିଛି ।

ପାଣି ଘେରରେ କଟକ କଁହେଇପୁର,80 ପରିବାର ଜଳବନ୍ଦୀ

ରାଜ୍ୟରେ ଲଗାଣ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖାଦେଇଛି । ଗତକାଲିଠୁ ମହାନଦୀ ତଟରେ ଥିବା ଏହି ଅଞ୍ଚଳରେ କ୍ରମାଗତ ଭାବରେ ବଢୁଛି ଜଳସ୍ତର । ଗତକାଲି ରାତିରେ ଛାତିଏ ଲେଖାଏଁ ଜଳ ଏହି ଅଞ୍ଚଳରେ ପ୍ରବାହିତ ହେଉଥିଲା ବେଳେ ଆଜି ସମାନ୍ୟ ପାଣି ଖସିଛି । ହେଲେ ଅନ୍ୟପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମରୁ 36ଟି ଗେଟ ଯୋଗେ ଜଳ ନିଷ୍କାସନ ଜାରି ରହିଛି । ପୂର୍ବରୁ 28 ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା । ବନ୍ୟା ଜଳ ବର୍ତ୍ତମାନ ସୁଧା ନରାଜ ଓ ମୁଣ୍ଡୁଳିରେ ପହଞ୍ଚିନି । ତେବେ ଜଳ ଆସିଲା ପରେ ସ୍ଥିତି ଅସ୍ବାବିକ ହେବା ଲକ୍ଷ୍ୟ କରାଯାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଏକ ପ୍ରକାରର ଭୟଭୀତ ଅବସ୍ଥାରେ ରହୁଛନ୍ତି ।

ଅନ୍ୟପଟେ ବନ୍ୟାର ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ଦ୍ବାର ଏହି ଅଞ୍ଚଳରେ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ଉପସ୍ଥିତ ରହିଛନ୍ତି । ବନ୍ୟା ପାଣି ପଶୁଥିବା ଅଞ୍ଚଳର ପରିବାରର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ଏହା ସହ ବନ୍ୟା ଉପଯୁକ୍ତ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ କହିଛନ୍ତି ।

କଟକରୁ ପ୍ରଭୂ କଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.