କଟକ: ଆରମ୍ଭ ହେଲା ବାରବାଟୀ ମରାମତି କାମ । ସବୁ ଦିଗରେ ବାରବାଟୀକୁ ନୂଆ କରିବା ପାଇ ଅଣ୍ଟା ଭିଡ଼ିଛି ଓସିଏ । ବିଶେଷକରି ଫନି ବାତ୍ୟା ପରେ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ହୋଇପଡିଥିବା ଫ୍ଲଡ଼ ଲାଇଟର ମରାମତି କାମ ଆରମ୍ଭ କରିଛନ୍ତି ଦେବ ମସ୍କୋ କମ୍ପାନୀ ଟେକନିକାଲ ଟିମ । ଆସନ୍ତା 15 ଦିନ ମଧ୍ୟରେ ସମସ୍ତ କାମ ସରିବା ନେଇ ଲକ୍ଷ୍ୟ ରଖିଛି ଦେବ ମସ୍କୋ କମ୍ପାନୀ ।
ତେବେ ଆସନ୍ତା ମାସ 22 ତାରିଖରେ ହେବାକୁ ଥିବା ଭାରତ ବନାମ ୱେଷ୍ଟେଇଣ୍ଡିଜ ମ୍ୟାଚ ପୂର୍ବରୁ ଷ୍ଟାଡିଅମ ପ୍ରସ୍ତୁତ ହୋଇ ଯାଇଥିବ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ତେବେ ଷ୍ଟାଡିଅମରେ ମୋଟ 8ଟି ଫ୍ଲଡ଼ ଲାଇଟ ଷ୍ଟ୍ରକଚରରେ ବ୍ୟାପକ ଲାଇଟ ଭାଙ୍ଗି ଯାଇଛି । ତେଣୁ ଯାଥା ଶୀଘ୍ର ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି କୁହାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟଭି ଭାରତ