ETV Bharat / state

ପ୍ରଥମ ପର୍ଯ୍ୟାୟ +2 ନାମଲେଖା ଆରମ୍ଭ, ରେଭେନ୍ସାରେ ଚାଲିଛି ଆଡ଼ମିଶନ - ରେଭେନ୍ସାରେ ଚାଲିଛି ଆଡ଼ମିଶନ ପ୍ରକ୍ରିୟା

ଆଜିଠୁ ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା । ପୂର୍ବ ନିର୍ଦ୍ଧାରିତ ସମୟ ମୁତାବକ ଆଜି 10 ରୁ 5ଟା ପର୍ଯ୍ୟନ୍ତ ଏହି ପକ୍ରିୟା ଜାରି ରହିବ । ଅଧିକ ପଢ଼ନ୍ତୁ

plus two admission 2023
ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା
author img

By

Published : Jul 7, 2023, 3:56 PM IST

ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା

କଟକ: ଆଜିଠାରୁ ବିଧିବଦ୍ଧ ଭାବରେ ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନରେ +2 ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗ ପାଇଁ ନାମଲେଖା ପକ୍ରିୟା ଆରମ୍ଭ ହୋଇଛି । ପୂର୍ବ ନିର୍ଦ୍ଧାରିତ ସମୟ ମୁତାବକ ଆଜି 10 ରୁ 5ଟା ପର୍ଯ୍ୟନ୍ତ ଏହି ପକ୍ରିୟା ଜାରି ରହିବ । ରାଜ୍ୟର ଅନ୍ୟତମ ମର୍ଯ୍ୟାଦା ସମ୍ପର୍ଣ୍ଣ ଶିକ୍ଷାନୁଷ୍ଠାନ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲରେ ବିଜ୍ଞାନ ପାଇଁ ପ୍ରଥମ କଟ ଅଫ ମାର୍କ 91.67 ପ୍ରତିଶତ ରଖାଯାଇଥିବା ବେଳେ କଳା ପାଇଁ 80 ପ୍ରତିଶତ ଓ ବାଣିଜ୍ୟ ପାଇଁ 79.20 ପ୍ରତିଶତ ରଖାଯାଇଛି ।

ଏହାମଧ୍ୟ ପଢ଼ନ୍ତୁ: ଆଜିଠୁ ଯୁକ୍ତ ଦୁଇ ନାମଲେଖା; ଘଣ୍ଟାଏରେ ହେବ ୧୫ ଜଣଙ୍କ ଆଡ଼ମିଶନ

ସିବିଏସି ବିଦ୍ୟାର୍ଥୀଙ୍କ ପାଇଁ ନାମ ଲେଖା 1184ଟଙ୍କା ରଖା ଯାଇଥିବା ବେଳେ ଓଡ଼ିଶା ବୋର୍ଡ ପାସ ଆଉଟ ବିଦ୍ୟାର୍ଥୀଙ୍କ ପାଇଁ 1164 ଟଙ୍କା ରଖାଯାଇଛି । ସେହିପରି ବୋର୍ଡର ଅନୁସୂଚିତ ଜାତି ଓ ଜନଜାତତି ବର୍ଗ ଓ ଝିଅ ମାନଙ୍କ ପାଇଁ 1047 ଓ ଅନ୍ୟ ବୋର୍ଡ ପାଇଁ 1067 ଟଙ୍କା ରଖାଯାଇଛି । ନାମ ଲେଖା ପାଇଁ ଇଣ୍ଟିମେଶନର ମୂଳ କପି ସହିତ ବୋର୍ଡ ସାଟିଫିକେଟ ମାର୍କସିଟ ଆଦି 8ଟି ପଏଣ୍ଟରେ ବିଦ୍ୟାର୍ଥୀ ମାନେ ଡକ୍ୟୁମେଣ୍ଟ ଦେବା ପରେ ଏହାକୁ ତନଖି କରାଯାଇ ନାମ ଲେଖାକୁ ସମ୍ପୂର୍ଣ୍ଣ କରାଯାଉଥିବା ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷା ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢ଼ନ୍ତୁ: ପ୍ରକାଶ ପାଇଲା ପ୍ରଥମ କଟ୍ଅ‌ଫ୍‌ ମାର୍କ, କାହିଁକି କମିଲା ?

ଏହାମଧ୍ୟ ପଢ଼ନ୍ତୁ: ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ ଅଫ: କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରେଭେନ୍ସା

ଏନେଇ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷା କହିଛନ୍ତି, "କଟ ଅଫ ମାର୍କ ଅନୁସାରେ କଳା, ବିଜ୍ଞାନ ଓ ବାଣିଜ୍ୟ ସବୁ ବିଭାଗରେ ରେଭେନ୍ସା ମହାବିଦ୍ୟାଳୟର କଟଅଫ ରାଜ୍ୟରେ ସର୍ବାଧିକ । ସାଧାରଣ ବର୍ଗ ପାଇଁ କଳା ବିଜ୍ଞାନରେ ଓ ବାଣିଜ୍ୟରେ କଟଅଫ ଧାର୍ଯ୍ୟ ହୋଇଥିଲା । ତେବେ ଚଳିତବର୍ଷ ଧାର୍ଯ୍ୟ ହୋଇଥିବା କଟଅଫ ଗତବର୍ଷ ଅପେକ୍ଷା 4 ପ୍ରତିଶତ କମ ରହିଛି । ରେଭେନ୍ସା ମହାବିଦ୍ୟାଳୟରେ ମୋଟ 1152ଟି ସିଟ ରହିଛି । ସେଥିମଧ୍ୟରୁ କଳାରେ 512ଟି ସିଟ ଥିବା ବେଳେ ବିଜ୍ଞାନରେ 384ଟି ସିଟ ଓ ବାଣିଜ୍ୟରେ 256 ସିଟ ରହିଛି । ନିଜର ଗୁଣାତ୍ମକ ଶିକ୍ଷା ପାଇଁ ରେଭେନ୍ସା ସବୁ ବେଳେ ଛାତ୍ରଛାତ୍ରୀମାନଙ୍କର ପ୍ରଥମ ପସନ୍ଦ ରହିଆସିଛି ।" ଅନ୍ୟପଟେ ରେଭେନ୍ସାରେ ପଢ଼ିବାର ସୁଯୋଗ ପାଇ ନିଜକୁ ଧନ୍ୟମନେ କରିଛନ୍ତି ଅନେକ ଛାତ୍ରଛାତ୍ରୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.