କଟକ: ଏସସିବି ମେଡିକାଲର ଆଞ୍ଚଳିକ ନିଦାନ କେନ୍ଦ୍ରରେ ଥିବା ସିଟି ସ୍କାନ ବିଭାଗରେ ଅଗ୍ନିକାଣ୍ଡ। ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା। ତେବେ ରୋଗୀଙ୍କ ସମ୍ପର୍କୀୟ ସିଟି ସ୍କାନ ପାଇଁ ବିଭାଗକୁ ଯାଇଥିଲା ବେଳେ ଅଗ୍ନିକାଣ୍ଡର ଖବର ପାଇ ସଙ୍ଗେସଙ୍ଗେ ଉଚ୍ଚ ଅଧକାରୀଙ୍କୁ ସୂଚନା ଦେଇଥିଲେ ।
ଏହାପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ କିଛି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ