କଟକ: ଏସସିବି ବଡ ମେଡିକାଲରେ ଅଗ୍ନିକାଣ୍ଡ । ମେଡିକାଲର ରେକର୍ଡ ରୁମରେ ଏହି ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ନିଆଁ ଲାଗିବାରୁ ରେକର୍ଡ ସେକ୍ସସନରେ ଥିବା ମେଡିକାଲର ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି। ତେବେ ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି ।
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ସୂଚନା ରହିଛି । ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏହି ମେଡିକାଲର ପାଥୋଲୋଜି ବିଭାଗର 2ଟି କକ୍ଷରେ ନିଆଁ ଲାଗିଯାଇଥିଲା । ଯେଉଁଥିରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡି ନଷ୍ଟ ହୋଇଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ