ETV Bharat / state

ହକି ବିଶ୍ୱକପ ଉଦଘାଟନୀ ଉତ୍ସବ, 16ଟି ଫ୍ୟାନ୍ସ ପାର୍କରେ ଲାଇଭ ଦେଖିବେ ଦର୍ଶକ - FIH ପୁରୁଷ ହକି ବିଶ୍ବକପ

ହକି ବିଶ୍ବକପ ଉଦଘାଟନୀ ଉତ୍ସଵ ଦେଖିବା ପାଇଁ ସହରର ୧୬ ସ୍ଥାନରେ ଫ୍ୟାନ ପାର୍କ ହେବ । 40 ହଜାର ଲୋକ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଦେଖିବା ପାଇଁ ସୁଯୋଗ ପାଇବେ। ଅଧିକ ପଢନ୍ତୁ

hockey world cup
hockey world cup
author img

By

Published : Dec 29, 2022, 10:02 PM IST

ହକି ବିଶ୍ୱକପ ଉଦଘାଟନୀ ଉତ୍ସବ

କଟକ: FIH ପୁରୁଷ ହକି ବିଶ୍ବକପକୁ ନେଇ ବଢୁଛି କ୍ରେଜ୍‌ । ଆସନ୍ତା ଜାନୁଆରୀ ୧୧ ତାରିଖ ସକାଳ ସମୟରେ କଟକରେ ପହଞ୍ଚିବ ବିଶ୍ବକପ । ସହରର ବିଭିନ୍ନ ସ୍ଥାନରେ ଏହି ଟ୍ରଫିକୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ । ଏହାପରେ ଉଦଘାଟନୀ ଉତ୍ସଵ ଦେଖିବା ପାଇଁ ସହରର ୧୬ ସ୍ଥାନରେ ଫ୍ୟାନ୍‌ ପାର୍କ ହେବ । 40 ହଜାର ଲୋକ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଦେଖିବା ପାଇଁ ସୁଯୋଗ ପାଇବେ । ତେଣୁ ବାକି ଲୋକମାନଙ୍କ ପାଇଁ କଟକର ପ୍ରମୁଖ ସ୍ଥାନମାନଙ୍କରେ ଫ୍ୟାନ୍‌ ପାର୍କ ବ୍ୟବସ୍ଥା କରାଯିବ । ଯାହାଦ୍ବାରା ସେଠାରେ ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ ଦେଖିବା ପାଇଁ ସୁଯୋଗ ପାଇ ପାରିବେ । ଏହାକୁ ନେଇ ସିଏମ୍‌ସି କମିଶନର ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି ।

ଏହାଛଡା କିଛି ବିଦ୍ୟାଳୟରେ ମଧ୍ୟ ହକି ବିଶ୍ବକପ ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଉଛି । ଏହାସହ ଜାନୁଆରୀ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ହକି ବିଶ୍ବକପ ପାଇଁ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେପଟେ ଵିଶ୍ବକପ ଉଦଘାଟନୀ ସମୟରେ ପରିମଳ ଉପରେ ବିଶେଷ ଧ୍ୟାନ ଦିଆଯିବ। କାମ ତଦାରଖ ପାଇଁ ଏକ ୬ ଜଣିଆ ଟିମ ଗଠନ କରାଯାଇଛି । ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ସବୁ ଦିଗରେ କାର୍ଯ୍ୟ ଶେଷ ହେବ ଵୋଲି କହିଛନ୍ତି ସିଏମ୍‌ସି କମିଶନର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.