କଟକ: କଟକ ବାଲିଯାତ୍ରା ପଡିଆ ନିର୍ମାଣାଧୀନ ଅଞ୍ଚଳରୁ ଜବତ ହେଲା ବ୍ରାଉନସୁଗାର । ଗିରଫ ହେଲେ ବାପ ଓ ପୁଅ । ଦୀର୍ଘ ଦିନ ଧରି ଧଳା ଜହର ବ୍ୟବସାୟ କରିବା ପରେ ଆଜି(ରବିବାର) ପୋଲିସ ପକାଇଛି ହ୍ୟାଣ୍ଡକପ । ଏହି ମାମଲାରେ କମିଶନରେଟ ପୋଲିସ ୧୨୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଉଭୟ ବାପ-ପୁଅକୁ ଗିରଫ କରିଛି ।
ଜଗତସିଂହପୁର ଅଞ୍ଚଳର ବାପା ନିରଞ୍ଜନ ମହାନ୍ତି ଓ ପୁଅ ପବିତ୍ର ମହାନ୍ତି କଟକରେ ରହି ବ୍ରାଉନସୁଗାର ଚାଲାଣ ଓ ବେପାର କରୁଥିବା ଖବର ପୋଲିସ ପାଇବା ପରେ ସ୍ବତନ୍ତ୍ର ସ୍କ୍ବାର୍ଡ ଚଢାଉ କରିଥିଲା। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ। ଏହି କାରବାରରେ ଆଉ କିଏ ସଂପୃକ୍ତ ସେନେଇ ପୋଲିସ ତଦନ୍ତ ଜାରି ରହିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ