ETV Bharat / state

ଆରମ୍ଭ ହେଲା କସର୍ଦ୍ଦାର ପ୍ରସିଦ୍ଧ ଦିପୋଟି ମେଳଣ, ଏକାଠି ହେଲେ ୬୪ରୁ ଅଧିକ ଦୋଳ ବିମାନ - ନିଆଳିର ଦିପୋଟି ମେଳଣ

ଆରମ୍ଭ ହେଲା କସର୍ଦ୍ଦାର ପ୍ରସିଦ୍ଧ ଦିପୋଟି ମେଳଣ । ୬୪ରୁ ଅଧିକ ଦେଳବିମାନ ଏକାଠି ହୋଇଥିବା ବେଳେ ଏହା ୧୫ ଦିନ ଧରି ଚାଲିବ । ଅଧିକ ପଢନ୍ତୁ

Dipoti Melan
Dipoti Melan
author img

By

Published : Mar 11, 2023, 1:29 PM IST

ଦିପୋଟି ମେଳଣ

ନିଆଳି: କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦାର ପ୍ରସିଦ୍ଧ ଦିପୋଟି ମେଳଣ ଗତକାଲି(ଶୁକ୍ରବାର) ଠାରୁ ଆରମ୍ଭ ହୋଇଯାଇଛି । ୬୪ରୁ ଅଧିକ ଦୋଳ ବିମାନ ଏକାଠି ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ପ୍ରତିବର୍ଷ ପରି ଚଳି ତବର୍ଷ ମଧ୍ୟ ବ୍ରିଟିଶ ଅମଳର ଦିପୋଟି ମେଲଣ ଆରମ୍ଭ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଆତସବାଜି, ବାଜା ଭକ୍ତମାନଙ୍କ ଉପସ୍ଥିତିରେ ମେଲଣ ପଡିଆକୁ ଗୋଟିଏ ପରେ ଗୋଟିଏ ବିମାନ ପ୍ରବେଶ କରିଥିଲେ ।

କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ଦିପୋଟି ମେଳଣ ବ୍ରିଟିଶ ଅମଳରୁ ଜୈନିକ ଡେପୁଟି କଲେକ୍ଟର ୧୫୦ ତଳୁ ଏହି ମେଲଣ ଆରମ୍ଭ କରିଥିଲେ । ସେବେ ଠାରୁ ଧୁମଧାମ ସହକାରେ ପାଳନ ହୋଇଆସୁଛି ଏହି ମେଳଣ । କସର୍ଦ୍ଦା ଦୋପଟି ମେଳଣ ପଡିଆରେ ଏକାଠି ହୁଅନ୍ତି ୬୪ରୁ ଅଧିକ ଦୋଳ ବିମାନ । ରୀତିନୀତି ଅନୁସାରେ ବାଜବାଣ ନାଚ ଗୀତରେ ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ଶୋଭାଯାତ୍ରାରେ କସର୍ଦ୍ଦାର ଥାନପତି ଦୋଳ ବିମାନ ମେଲଣ ପଡିଆକୁ ପ୍ରବେଶ କରିଥିଲେ ।

ପରେ ପରେ ଅନ୍ୟ ବିମାନ ମେଳଣ ପଡିଆକୁ ଵୋଭାଯାତ୍ରାରେ ପ୍ରବେଶ କରିଥିଲେ । ନିଆଳି ଅଞ୍ଚଳର ବିଳାଶୁଣୀ, ରାଣୀଓଳା, ଏରଞ୍ଚ, ସିଠାଳୋ, ଏକବେରୁଆ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳର ପାଖାପାଖି ୬୪ରୁ ଅଧିକ ଦୋଳ ବିମାନ ଏକାଠି ହୋଇଥାନ୍ତି । ମେଳଣ ପଡିଆରେ ରୀତିନୀତି ଅନୁସାରେ ପୂଜା କରିବା ପରେ ଭେଟଘାଟ ହୋଇଥାଏ । ଦୋଳ ବିମାନ ଠାକୁରଙ୍କ ନିକଟରେ ବିଶେଷ କରି କଦଳୀ ଭୋଗ କରାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ: Birsa Munda Hockey Stadium: ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡସ୍ ପ୍ରମାଣପତ୍ର ପାଇଲେ ମୁଖ୍ୟମନ୍ତ୍ରୀ

ଦେବୀ-କନ୍ଦଳ ଦ୍ବିପାଞ୍ଚଳରେ କସର୍ଦ୍ଦାର ଏହି ଦିପୋଟି ମେଳଣ ଉପଲକ୍ଷେ କଟକ, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ତଥା ଆଖପାଖ ଜିଲ୍ଲାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବା ବେଳେ ଶତାଧିକ ଦୋକାନ ବଜାର ମଧ୍ୟ ପଡିଥିଲା । ତେବେ ହଜାର ହଜାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଠାରେ କଟକର ଐତିହାସିକ ବାଲିଯାତ୍ରା ଭଳି ଘର କରଣା ଜିନିଷ ସାଙ୍ଗକୁ ଖାଇବା ଜିନିଷ ଉପଲବ୍ଧ ହୋଇଥାଏ । ଏହି ମେଳା ୧୫ ଦିନ ଧରି ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢନ୍ତୁ: CFSL ଯିବ ସନ୍ଦିଗ୍ଧ ପାରା; ରାଜ୍ୟରେ ଥିବା ଡିଫେନ୍ସ ସଂସ୍ଥା ସୁରକ୍ଷା ନେଇ ଭୟ, କ୍ଷେପଣାସ୍ତ୍ର ଗୁଇନ୍ଦା ତଥ୍ୟ ଚୋରି ଆଶଙ୍କା !

ଏନେଇ ଜଣେ ଶ୍ରଦ୍ଧାଳୁ କହିଛନ୍ତି," ଜିଲ୍ଲାବାସୀ ଏହି ମେଳଣ ପାଇଁ ଚାହିଁ ବସିଥାନ୍ତି । 15ଦିନ ଯାଏଁ ମେଳା ଚାଲୁଥିବାରୁ ଅନେକ ଲୋକଙ୍କ ସମାଗମ ହୋଇଥାଏ । ଖାସ କରି ରାତିରେ ଠାକୁର ଭ୍ରମଣ କରିବା ପାଇଁ ବାହାରୁଥିବା ବେଳେ ତାହା ଦେଖିବା ପାଇଁ ଜିଲ୍ଲା ବାହାରୁ ମଧ୍ୟ ଲୋକେ ଆସିଥାନ୍ତି ।"

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.