ETV Bharat / state

EWS Scam: ରାଜା ଗିରଫ, ବିଜେପି-ବିଜେଡି ମୁହାଁମୁହିଁ

author img

By

Published : Feb 5, 2022, 5:02 PM IST

EWS ତିଆରି ଘରକୁ ବେଆଇନ ଭାବେ ବିକ୍ରି କରି ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ । ରାଜା କରଣ ଗିରଫ ହେବା ପରେ ବିଜେପି ଓ ବିଜେଡ଼ି ମୁହାଁମୁହିଁ ହୋଇଛନ୍ତି । ଅଧିକ ପଢନ୍ତୁ

EWS Scam: ରାଜା ଗିରଫ, ବିଜେପି-ବିଜେଡି ମୁହାଁମୁହିଁ
EWS Scam: ରାଜା ଗିରଫ, ବିଜେପି-ବିଜେଡି ମୁହାଁମୁହିଁ

କଟକ: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେବେ ରାଜା କରଣ । 53 ନମ୍ବର ୱାର୍ଡ ଅନ୍ଦରପୁରରେ ବସ୍ତିବାସିନ୍ଦାଙ୍କ ପାଇଁ EWS ତିଆରି ଘରକୁ ବେଆଇନ ଭାବେ ବିକ୍ରି କରି ଲକ୍ଷାଧିକ ଟଙ୍କା ହଡପ କରିଥିବା ରାଜାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏହାପରେ ଆଜି(ଶନିବାର) ସେ ଗିରଫ ହେବା ପରେ ତାଙ୍କୁ ଦଳରୁ ବାହାର କରିବା ପାଇଁ ବିଜେଡି଼ ସୁପ୍ରିମୋଙ୍କୁ ଲିଖିତ ହିସାବରେ ଜଣାଇଛନ୍ତି ସ୍ଥାନୀୟ ବିଧାୟକ ସୌଭିକ ବିଶ୍ବାଳ ।

ସେ ଯେଉଁ କାମ କରିଛନ୍ତି ତାହା ବେଶ ନିନ୍ଦନୀୟ । ଏହାସହ ବିଜେପି ଯେଉଁ ଅଭିଯୋଗ କରୁଛି ତାହା ଔଷଧ ବିକଳରେ ତାଟିଆ କାମୁଡ଼ିଲା ପରି । ଦଳରେ ଯିଏ ବି ଟିକେ ଭୁଲ କରେ ତାହାକୁ ସଙ୍ଗେ ସଙ୍ଗେ ଦଣ୍ଡ ମିଳେ । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁ ମନ୍ତ୍ର । ଆଉ ଆଇନ ତା' ବାଟରେ ଯାଉଛି । 4 ମାସ ପୂର୍ବରୁ କଟକ ମହାନଗର ନିଗମ କମିଶନରଙ୍କୁ ଏହି ପ୍ରସଙ୍ଗରେ ଅବଗତ କରଯାଇଥିଲା ।

ଏହା ବି ପଢନ୍ତୁ: କଟକ EWS ଫ୍ଲାଟ କେଳେଙ୍କାରୀ କରି ଦଲାଲ ଗିରଫ, ବିଜେପିର CBI ତଦନ୍ତ ଦାବି

ଆଉ CMC ଯେଉଁ ପଦକ୍ଷେପ ନେଇଛି ତାହା ସ୍ବାଗତଯୋଗ୍ୟ ବୋଲି କହିଛନ୍ତି କଟକ ଚୌଦ୍ବାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ । ଏହାସହ ସହ ଆଜି ଉକ୍ତ ଅଞ୍ଚଳ ଭ୍ରମଣ କରିଛି ନଗର ବିଜେପି । ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧକାରୀ ଏହି ସ୍କାମରେ ସାମିଲ ଥିବା ନେଇ ସ୍ପଷ୍ଟ କରିଛି ଦଳ । ତେବେ ଏହି ଦିଗରେ ତଦନ୍ତ ର ଦିଗ ବ୍ୟାପକ ହେଉ ବୋଲି ଦାବି କରିଛି ବିଜେପି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.