ETV Bharat / state

ବଦଳିଗଲା ପ୍ରଭାତଙ୍କ ସ୍ବର: ପ୍ରଥମେ ପ୍ରଶ୍ନ ଉଠାଇଲେ, ଏବେ ପ୍ରଶଂସାରେ ପୋତିଲେ - କଟକ ଖବର

ବଦଳିଲା ମହାନଗର ଶାନ୍ତି କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀଙ୍କ ସ୍ୱର । ବାଲିଯାତ୍ରା ପରିଚାଳନା ନେଇ ଗତ ଶୁକ୍ରବାର ଜିଲ୍ଲାପାଳଙ୍କୁ ସମାଲୋଚନା କରୁଥିବା ପ୍ରଭାତଙ୍କ ସ୍ୱର ହଠାତ୍‌ ବଦଳିଲା କିପରି ? ଅଧିକ ପଢ଼ନ୍ତୁ

ବାଲିଯାତ୍ରା ପରିଚାଳନା ନେଇ ବଦଳିଲା ପ୍ରଭାତ ତ୍ରିପାଠୀଙ୍କ ସ୍ୱର

author img

By

Published : Nov 20, 2022, 7:42 AM IST

କଟକ: ବଦଳିଲା ମହାନଗର ଶାନ୍ତି କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀଙ୍କ ସ୍ୱର । ବାଲିଯାତ୍ରା ପରିଚାଳନା ନେଇ ଗତ ଶୁକ୍ରବାର ଜିଲ୍ଲାପାଳଙ୍କୁ ସମାଲୋଚନା କରୁଥିବା ପ୍ରଭାତଙ୍କ ସ୍ୱର ହଠାତ୍‌ ବଦଳିଲା କିପରି ? କାହିଁକି ନରମିଲା ପ୍ରଭାତଙ୍କ ସ୍ୱର ? କାହା ଚାପରେ ବଦଳିଲା ସ୍ୱର। ଏହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବାଲିଯାତ୍ରା ପରିଚାଳନା ନେଇ ବଦଳିଲା ପ୍ରଭାତ ତ୍ରିପାଠୀଙ୍କ ସ୍ୱର

ଚଳିତବର୍ଷ କଟକ ବାଲିଯାତ୍ରା ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଥିବା କହିଥିଲେ ପ୍ରଭାତ । ହେଲେ ୨୪ ଘଣ୍ଟା ନପୁରୁଣୁ କାହିଁକି ବଦଳିଗଲା ସ୍ୱର ? କଟକ ଜିଲ୍ଲାପାଳଙ୍କୁ କଡା ସମାଲୋଚନା କରିଥିଲେ ଶାନ୍ତି କମିଟି ସମ୍ପାଦକ । ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ପ୍ରଭାତ ।

୨୪ ଘଣ୍ଟା ନପୁରୁଣୁ ଜିଲ୍ଲାପାଳଙ୍କୁ ପ୍ରଶଂସାରେ ପୋତି ଦେବା ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଭିଡ଼ିଓରେ କଟକ ଜିଲ୍ଳାପାଳଙ୍କୁ ପ୍ରଶଂସାରେ ପୋତି ଦେଉଛନ୍ତି ପ୍ରଭାତ । ଏପରିକି ଚଳିତବର୍ଷ ବାଲିଯାତ୍ରା, ଆଗାମୀ ୧୦୦ ବର୍ଷ ପାଇଁ ଉଦାହରଣ ସୃଷ୍ଟି ହେବ ବୋଲି କହିଛନ୍ତି ପ୍ରଭାତ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.