ETV Bharat / state

ରାସ୍ତା ପ୍ରଶସ୍ତିକରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

author img

By

Published : Dec 9, 2020, 12:57 PM IST

କଟକର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଜଗତପୁର ସ୍ଥିତ ନିମପୁର କ୍ଳବ ନିକଟରୁ ଗୋଲେଇ ଛକ ପର୍ଯ୍ୟନ୍ତ ଜାରି ରହିଛି ଉଚ୍ଛ୍ୟେଦ କାର୍ଯ୍ୟ । ଅଧିକ ପଢନ୍ତୁ...

ରାସ୍ତା ପ୍ରଶସ୍ତିକରଣ ପାଇଁ ଉଚ୍ଛ୍ୟେଦ ପ୍ରକ୍ରିୟା ଆରମ୍ଭ

କଟକ: ସହରର ଟ୍ରାଫିକ ବ୍ୟବସ୍ଥାର ସୁଧାର ସହ ରାସ୍ତା ପ୍ରଶସ୍ତିକରଣ ପାଇଁ ସିଏମସି ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଜଗତପୁର ସ୍ଥିତ ନିମପୁର କ୍ଳବ ନିକଟରୁ ଗୋଲେଇ ଛକ ପର୍ଯ୍ୟନ୍ତ ଜାରି ରହିଛି ଉଚ୍ଛେଦ କାର୍ଯ୍ୟ ।

ନିମପୁର ବ୍ଲକରେ ରାସ୍ତାର ଦୁଇ ପାର୍ଶ୍ବକୁ ମାଡି ଆସିଛନ୍ତି ଦୋକାନୀ । ଫଳରେ ଷ୍ଟେସନ ବଜାରକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଅଣଓସାରିଆ ହୋଇଛି । ଯେହେତୁ ରାସ୍ତାଟି କଟକ ବଡ ମେଡିକାଲକୁ ସଂଯୋଗ କରୁଛି ଆମ୍ବୁଲାନ୍ସ ସେବାରେ ମଧ୍ୟ ବିଳମ୍ବ ହେଉଛି । ଲୋକେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରସ୍ତାର ଦୁଇ ପାର୍ଶ୍ବରେ ବଜାର ଲାଗିଥିବାକୁ ଡ୍ରେନଜ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି ।

ସହରର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ସହ ରାସ୍ତା ପ୍ରଶସ୍ତିକରଣ ପାଇଁ ମାଇକ ଯୋଗେ ପ୍ରଚାର କରାଯାଇ ଆଜି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଉଚ୍ଛେଦରେ କ୍ଷତିଗ୍ରସ୍ତ ହୋଇଥିବା ବ୍ୟବସାୟୀମାନଙ୍କୁ ବ୍ୟବସାୟ ପାଇଁ ଅନ୍ୟତ୍ର ସ୍ଥାନ ଦିଆଯିବ ବୋଲି କହିଛନ୍ତି ଡେପୁଟି କମିଶନର ଅଭିନାଶ ରାଉତ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.