ETV Bharat / state

କଟକ ପୋଲିସର ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ବବୁଲ ଆହତ - କଟକ ପୋଲିସର ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ବବୁଲ ପାୱା ଆହତ

ପୁଣି କଟକରେ ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବବୁଲ ପାୱାର ଡାହାଣ ଗୋଡ଼ରେ ଗୁଳି ବାଜିଛି । ତେବେ ଆହତ ବବୁଲର ଘର ମହାରାଷ୍ଟ୍ରର ବୋଲି ଜଣାପଡିଛି ।

Encounter in cuttack
କଟକ ପୋଲିସର ଏନକାଉଣ୍ଟର
author img

By

Published : Dec 11, 2019, 6:50 AM IST

Updated : Dec 11, 2019, 12:57 PM IST

କଟକ: ପୁଣି କଟକରେ ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବବୁଲ ପାୱାର ଆହତ । ବବୁଲର ଡାହାଣ ଗୋଡ଼ରେ ଗୁଳି ବାଜିଛି । ତେବେ ଆହତ ବବୁଲର ଘର ମହାରାଷ୍ଟ୍ରର ହୋଇଥିବାବେଳେ ସେ ଆନ୍ତଃରାଜ୍ୟ ଡକାୟତ ମାନଙ୍କର ମୁଖ୍ୟ ଲିଡ଼ର ଥିଲା ବୋଲି ଜଣାପଡିଛି ।

କଟକ ପୋଲିସର ଏନକାଉଣ୍ଟର

ଅନ୍ୟପକ୍ଷେ, ବବୁଲ ପାୱାର ଏନକାଉଣ୍ଟର ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି । ପୋଲିସ ଗୁଳିରେ ଆହତ ହୋଇଥିବା ବବୁଲ ପାୱାରଙ୍କ ବିରୋଧରେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । ବବୁଲ ବାହାର ରାଜ୍ୟର ଅପରାଧୀଙ୍କୁ ଆଣି ଓଡ଼ିଶାର ବିଭିନ୍ନ ସ୍ଥାନରେ ଅପରାଧ କରୁଥିଲା । ବିଷେକରି ମୋବାଇଲ ଲୁଟ କରିବା, ଟଙ୍କା ଛଡ଼ାଇବା, ଘର ଗ୍ରୀଲ୍ ତାଡି ଲୁଟିବା, ସୁନା ଦୋକାନରୁ ଲୁଟ କରିବା ଭଳି ଅପରାଧ କରୁଥିଲେ ଏହି ଡକାୟତ ମାନେ ।

କଟକ, ଭୁବନେଶ୍ୱର,ମୟୁରଭଞ୍ଜ, ପୁରୀ ଆଦି ସ୍ଥାନମାନଙ୍କରେ ନେଟୱାର୍କ କରି ଅପରାଧ କରୁଥିଲେ । ମଙ୍ଗଳବାର ଡକାୟତ ଗ୍ରୁପର 8 ଜଣ ଡକାୟତଙ୍କୁ ଧରିଥିଲା ପୋଲିସ । କିନ୍ତୁ ପୋଲିସ ଉପରକୁ ଗୁଳିଚାଳନା କରି ଚକମା ଦେଖାଇ ଫେରାର ହୋଇଯାଇଥିଲା ବବୁଲ ଓ ତାର ଅନ୍ୟ ୨ ସହଯୋଗୀ । ତେବେ ଫେରାର ଅଭିଯୁକ୍ତ ମାନଙ୍କୁ ଧରିବାକୁ ପିଛା କରୁଥିବା ସମୟରେ ବାରଙ୍ଗ ଅଞ୍ଚଳରେ ବବୁଲ ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା । ଏହାର ଜବାବରେ ପୋଲିସ ପାଲଟା ଆକ୍ରମଣ କରିଥିଲା । ଯେଉଁଥିରେ ବବୁଲର ଡାହାଣ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲା ଓ ପୋଲିସ ତାକୁ କାବୁ କରିଥିଲା । ଆହତ ବବୁଲକୁ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ସର୍ଜରୀ ବିଭାଗରେ ତାର ଚିକିତ୍ସା କରାଯାଉଛି ।

ସୂଚନାଯୋଗ୍ୟ, ଚୌଦ୍ବାର ଅଞ୍ଚଳରେ ଆନ୍ତଃରାଜ୍ୟ ଡକାୟତଙ୍କୁ ଠାବ କରିଥିଲା କମିଶନରେଟ ପୋଲିସ । ଦିନ ସମୟରେ ଏହି ଡକାୟତ ଗ୍ୟାଙ୍ଗ ଛଦ୍ମବେଶ ବୁଲି ଖେଳଣା, ବେଲୁନ ଆଦି ବିକ୍ରି କରି ବିଭିନ୍ନ ଘରକୁ ଟାର୍ଗେଟ କରି ରାତ୍ରି ସମୟରେ ଉକ୍ତ ଘରୁ ଚୋରି କରିଥାନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକରେ ପୁଣି ପୋଲିସର ଏନକାଉଣ୍ଟର।ପୋଲିସ ର ଏନକାଉଣ୍ଟର ରେ ଦୁର୍ଦାନ୍ତ ଅପରାଧୀ ବବୁଲ ପାୱା ଆହତ।ବବୁଲ ର ଡାହାଣ ଗୋଡ଼ରେ ଗୁଳି ବାଜିଛି।ତେବେ ବବୁଲ ର ଘର ମହାରାଷ୍ଟ୍ରରେ।ସେ ଅନ୍ତଃରାଜ୍ୟ ଡକାୟତ ମାନଙ୍କର ମୁଖ୍ୟ ଲିଡ଼ର ଥିଲା।ଗତ କାଲି ଏହି ଗୃପ ର ୮ ଜଣ ଡକାୟତ ଙ୍କୁ ଧରିଥିଲା ପୋଲିସ।କିନ୍ତୁ ପୋଲିସ ଉପରକୁ ଗୁଳିଚାଳନା କରି ଚକମା ଦେଖାଇ ଫେରାର ହୋଇଯାଇଥିଲା ବବୁଲ ଓ ତାହାର ଅନ୍ୟ ୨ ସହଯୋଗୀ।ତେବେ ଫେରାର ଅଭିଯୁକ୍ତ ମାନଙ୍କୁ ଧରିବାକୁ ପିଛାକରୁଥିବା ସମୟରେ ବାରଙ୍ଗ ଅଞ୍ଚଳରେ ବବୁଲ ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇ ଥିଲା।ଏହାର ଜବାବ ରେ ପୋଲିସ ପାଲଟା ଆକ୍ରମଣ କରିଥିଲା।ତେବେ ବବୁଲ ର ଡାହାଣ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲା ଓ ପୋଲିସ ତାକୁ କାବୁ କରିଥିଲା।ତେବେ ଆହତ ବବୁଲ ର ଚିକିତ୍ସା କଟକ ଏସସିବି ରେ କରାଯାଉଛି।ସର୍ଜରୀ ବିଭାଗରେ ତାହାର ଚିକିତ୍ସା କରାଯାଉଛି।
ସୂଚନାଯୋଗ୍ୟ ଚୌଦ୍ୱାର ଅଞ୍ଚଳରେ ଅନ୍ତଃରାଜ୍ୟ ଡକାୟତ ଙ୍କୁ ଠାବ କରିଥିଲା କମିଶନରେଟ ପୋଲିସ।ବିଭିନ୍ନ ଛଦ୍ମବେଶରେ ଏହି ଅପରାଧୀ ମାନେ ଦିନରେ ବୁଲି ଖେଳଣା ,ବେଲୁନ ଆଦି ବିକ୍ରୟ କରି ବିଭିନ୍ନ ଘରକୁ ଟାର୍ଗେଟ କରିଥାଆନ୍ତି।ରାତ୍ରି ସମୟରେ ଟାର୍ଗେଟ କରିଥିବା ଘରୁ ଚୋରି କରିଥାଆନ୍ତି।

Body:no need

Conclusion:no need
Last Updated : Dec 11, 2019, 12:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.