ETV Bharat / state

ଇ କୁମ୍ଭ ପୋର୍ଟାଲର ଉନ୍ମୋଚନ କରିବେ ରାଷ୍ଟ୍ରପତି, ଓଡ଼ିଆ ଭାଷାରେ ଯୋଡି ହେବ ନୂଆ ଫର୍ଦ୍ଦ

author img

By

Published : Nov 4, 2022, 9:17 PM IST

ଓଡ଼ିଆ ଭାଷାରେ ଯୋଡି ହେବ ନୂଆ ଫର୍ଦ୍ଦ । ଇ କୁମ୍ଭ ପୋର୍ଟାଲର ଉନ୍ମୋଚନ କରିବେ ରାଷ୍ଟ୍ରପତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଗସ୍ତର ଦ୍ବିତୀୟ ଦିନରେ 'ଇ-କୁମ୍ଭ' ପୋର୍ଟାଲ ଉନ୍ମୋଚନ କରିବେ । ଏଥିରେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ସହିତ ଅନ୍ୟ ପାଠ୍ୟକ୍ରମର ପୁସ୍ତକ ଉପଲବ୍ଧ ରହିବ । ଅଧିକ ପଢନ୍ତୁ

ଇ-କୁମ୍ଭ ପୋର୍ଟାଲର ଉନ୍ମୋଚନ କରିବେ ରାଷ୍ଟ୍ରପତି, ଓଡ଼ିଆ ଭାଷାରେ ଯୋଡି ହେବ ନୂଆ ଫର୍ଦ୍ଦ

କଟକ:ଓଡ଼ିଆ ଭାଷାରେ ଯୋଡି ହେବ ନୂଆ ଫର୍ଦ୍ଦ । ଇ କୁମ୍ଭ ପୋର୍ଟାଲର ଉନ୍ମୋଚନ କରିବେ ରାଷ୍ଟ୍ରପତି । ଆସନ୍ତା ନଭେମ୍ବର ୧୦ ତାରିଖରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଗସ୍ତର ଦ୍ବିତୀୟ ଦିନ (ନଭେମ୍ବର ୧୧ ତାରିଖ)ରେ ସେ ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦଙ୍କ ଦ୍ବାରା ପ୍ରସ୍ତୁତ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ସମୂହ, ବିଜ୍ଞାନ ଏବଂ ବିବିଧ ଭାରତୀୟ ଭାଷାରେ ଜ୍ଞାନ ପୋର୍ଟାଲ 'ଇ-କୁମ୍ଭ'ର ଉନ୍ମୋଚନ କରିବେ ।

ଇ-କୁମ୍ଭ ପୋର୍ଟାଲରେ ଓଡ଼ିଆ ଭାଷାରେ ବିଭିନ୍ନ ପାଠ୍ୟକ୍ରମର ପୁସ୍ତକ ଉପଲବ୍ଧ ରହିବ । ଏଥିରେ ଓଡ଼ିଆ ଭାଷାରେ ଇଞ୍ଜିନିଅରିଂ ପୁସ୍ତକ ସମୂହ, ବିଜ୍ଞାନ ଓ ବୈଷୟିକ ଜ୍ଞାନ ଭାଷାକୋଷ କମିଶନଙ୍କ ଦ୍ବାରା ପ୍ରସ୍ତୁତ ଓଡ଼ିଆ ବୈଷୟିକ ଭାଷାକୋଷ ଏବଂ ବିବିଧ ଭାରତୀୟ ଭାଷାରେ ଉପଲବ୍ଧ ରହିବ । ଫଳରେ ଓଡ଼ିଆ ଭାଷାଭାଷୀ ପିଲା ଉଚ୍ଚଶିକ୍ଷା ବେଳେ ପୁସ୍ତକ ପଢିବା ବେଳେ ଯେଉଁ ଅସୁବିଧା ଅନୁଭବ କରନ୍ତି, ତାହା ଆଉ ରହିବ ନାହିଁ । ନିଜ ଭାଷାରେ ଲିଖିତ ପୁସ୍ତକରୁ ଛାତ୍ରଛାତ୍ରୀ ପାଠ ପଢିପାରିବେ ।

ଏହା ବି ପଢନ୍ତୁ- ରାଷ୍ଟ୍ରପତିଙ୍କ ଗସ୍ତ ଛାତ୍ରଛାତ୍ରୀଙ୍କୁ ବେଶ ଉତ୍ସାହିତ କରିବ:ଶିକ୍ଷା ମନ୍ତ୍ରୀ

ଇଂଜିନିୟରିଂ ଶିକ୍ଷାର ପ୍ରଥମ ବର୍ଷର ୨୦ଟି ପୁସ୍ତକ (ଓଡ଼ିଆ ଅନୁବାଦ) ଉନ୍ମୋଚିତ କରିବେ । ଯାହା ଓଡି଼ଶା ପାଇଁ ଏକ ଗର୍ବ ଓ ଗୌରବର ଦିନ ହେବ । କାରଣ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଯେଉଁ ସ୍ବପ୍ନ ଦେଖିଛନ୍ତି ସେଥିରେ ଆଉ ଏକ ଫର୍ଦ୍ଦ ଯୋଡି ହେବାକୁ ଯାଉଛି । ଯାହା ସମସ୍ତ ଓଡ଼ିଆ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଉଜ୍ଜଳ ଭବିଷ୍ୟ ସୃଷ୍ଟି କରିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟର ଅନେକ ଖ୍ୟାତିସମ୍ପନ୍ନ ଶିକ୍ଷାବିତ କାର୍ଯ୍ୟକ୍ରମରେ ଯୋଗଦେବେ ।

ଏ ନେଇ ଓଡି଼ଶା ଭାଷା ଗବେଷଣା ସଂସ୍ଥାନର ଅଧ୍ୟକ୍ଷା ସିପ୍ରା ମଲ୍ଲିକ କହିଛନ୍ତି, " ଏଥିଲାଗି ମୁଁ ବହୁତ ଖୁସି । ଏହି ଦିନ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ଦିନ ହେବାକୁ ଯାଉଛି । ଆମ ଭାଷା, ଆମ ମାତୃଭାଷା ପାଇଁ ଏହା ଗର୍ବର କଥା । ଇଞ୍ଜିନିୟରିଂ ପାଠ୍ୟକ୍ରମର ଡିଗ୍ରୀ ଓ ଡିପ୍ଲୋମା ପ୍ରଥମ ବର୍ଷର ସମସ୍ତ ପୁସ୍ତକକୁ ଓଡ଼ିଆ ଭାଷାରେ ଅନୁବାଦ କରାଯାଇଛି । ଯାହାକି ଛାତ୍ରଛାତ୍ରୀଙ୍କ ପାଠପଢାରେ ବେଶ ସହାୟକ ହେବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.