ETV Bharat / state

‘ପୂଜା ସମୟରେ ଶୃଙ୍ଖଳା ଓ ଶବ୍ଦ ପ୍ରଦୂଷଣକୁ ଦିଆଯିବ ସର୍ବାଧିକ ଗୁରୁତ୍ବ’ - comcuttack missionerate poice durga puja preparation meeting

ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳାରେ ପୂଜା ପାଳନ କରିବା ପାଇଁ କମିଶନରେଟ ପୋଲିସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠରେ ଦୁର୍ଗାପୂଜାକୁ କିଭଳି ଶାନ୍ତିଶୃଙ୍ଖଳାରେ ପାଳନ କରାଯିବ ସେ ନେଇ ବିଭିନ୍ନ ପୂଜା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛି କମିଶନରେଟ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 13, 2019, 8:17 AM IST

କଟକ: ଆଗକୁ ଆସୁଛି କଟକ ସହରର ପରିଚୟ, ପ୍ରସିଦ୍ଧ ଦୁର୍ଗାପୂଜା । ଏଥିପାଇଁ ବିଭିନ୍ନ ମଣ୍ଡପରେ ଆରମ୍ଭ ହେଲାଣି ପ୍ରସ୍ତୁତି । ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳାରେ ପୂଜା ପାଳନ କରିବା ପାଇଁ କମିଶନରେଟ ପୋଲିସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠରେ ଦୁର୍ଗାପୂଜାକୁ କିଭଳି ଶାନ୍ତିଶୃଙ୍ଖଳାରେ ପାଳନ କରାଯିବ ସେ ନେଇ ବିଭିନ୍ନ ପୂଜା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛି କମିଶନରେଟ ପୋଲିସ ।

ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଏହି ପ୍ରସ୍ତୁତି ବୈଠକରେ ପୋଲିସ କମିଶନରଙ୍କ ସହ କଟକ ଡିସିପି, ଶାନ୍ତି କମିଟିର କର୍ମକର୍ତ୍ତା, ସହରର ସମସ୍ତ ପୂଜା ମଣ୍ଡପର ମୁରବି ମାନେ ଉପସ୍ଥିତ ରହିଥିଲେ । ବୈଠକରେ ସହରର ବିଭିନ୍ନ ସୁରକ୍ଷା ସମସ୍ୟା ସମାଧାନ ଦିଗରେ ଆଲୋଚନା କରାଯାଇଥିଲା । ଭାଇଚାରାର ଏହି ପର୍ବକୁ କିଭଳି ସୂଚାରୁରୂପେ ସମ୍ପାଦିତ କରାଯିବ ସେ ନେଇ ସବିଶେଷ ଆଲୋଚନା କରାଯାଇଥିଲା ।

ତେବେ ଚଳିତ ବର୍ଷ ପୂଜା ସମୟରେ ଜବରଦସ୍ତ ଚାନ୍ଦା ଆଦାୟ ନ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୂଜା ସମୟରେ ତଥା ଭସାଣୀ ସମୟରେ ସାଉଣ୍ଡ ସିଷ୍ଟମ ଉପରେ କଡା ନଜର ରଖିବ ପୋଲିସ ବୋଲି କହିଛନ୍ତି କମିଶନର । ବିଶେଷକରି ଭସାାଣୀ ଉତ୍ସବ ସମୟରେ ଡିଜେ ବାଜିବା ଉପରେ ପୁରା କଟକଣା ଲଗାଯିବ ବୋଲି କମିଶନର କହିଛନ୍ତି । ଭସାଣୀ ସମୟରେ 8 ରୁ ଅଧିକ ବକ୍ସ ନ ଲଗାଇବାକୁ କମିଶନର ପରାମର୍ଶ ଦେଇଛନ୍ତି । ସେହିପରି ପ୍ରତି ପୂଜା ମଣ୍ଡପରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ କରାଯାଇଥିବା କମିଶନର କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ସହରରେ ଦଶହରା ପର୍ବକୁ ଶାନ୍ତି ଶୃଙ୍ଖଳା ରେ ପାଳନ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଆଜି ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ପୋଲିସ କମିଶନରଙ୍କ ସହ କଟକ ଡିସିପି,ଶାନ୍ତି କମିଟିର କର୍ମକର୍ତ୍ତା, ସହରର ସମସ୍ତ ପୂଜା ମଣ୍ଡପର ମୁରବି ମାନ ଉପସ୍ଥିତ ରହି ସହରର ବିଭିନ୍ନ ସମସ୍ୟା ତଥା ଭାଇଚାର ଭାବରେ କିଭଳି ଦଶହରା ପାଳନ ହେବ,ସେନେଇ ଏହି ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା।
ତେବେ ଚଳିତ ବର୍ଷ ପୂଜା ସମୟରେ ଜବରଦସ୍ତ ଚାନ୍ଦା ଆଦାୟ ନ କରିବାକୁ କମିଶନର ନିର୍ଦେଶ ଦେଇଛନ୍ତି।ସେହିପରି ପୂଜା ସମୟରେ ତଥା ଭଷାଣ ସମୟରେ ଶବ୍ଦ ଉପରେ କଡା ନଜର ରଖିବ ପୋଲିସ।ବିଶେଷକରି ଭଷାଣ ଉତ୍ସବ ସମୟରେ ଡିଜେ ବାଜିବା ଉପରେ ପୁରା କଟକଣା ଲଗାଯିବ ବୋଲି କମିଶନର କହିଛନ୍ତି।ଭଷାଣ ସମୟରେ 8 ରୁ ଅଧିକ ବକ୍ସ ନ ଲଗାଇବାକୁ କମିଶନର ପରାମର୍ଶ ଦେଇଛନ୍ତି।ସେହିପରି ପ୍ରତି ପୂଜା ମଣ୍ଡପରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ କରାଯାଇଥିବା କମିଶନର କହିଛନ୍ତି।

ବାଇଟ - ଡ଼ଃ ସୁଧାଂଶୁ ଷଡଙ୍ଗୀ,ପୋଲିସ କମିଶନର।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.