ETV Bharat / state

୧୦ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ନକଲି ଚା' ପତିକୁ ମାଟିରେ ପୋତିଲା କମିଶନରେଟ ପୋଲିସ - କମିଶନରେଟ ପୋଲିସ

ଗତ ଜାନୁଆରୀ ମାସରେ ଗୋପାଳପୁର ଅଞ୍ଚଳରେ ଠାବ ନକଲି ଚା ପତିକୁ ଆଜି କାଠଯୋଡି ନଦୀ କୂଳରେ ବଡ଼ ବଡ଼ ଗର୍ତ୍ତରେ ପୋତି ଦେଇଛି କମିଶନରେଟ ପୋଲିସ  । ଅଧିକ ପଢନ୍ତୁ...

ନକଲି ଚା ପତିକୁ କୁ ମାଟିରେ ପୋତିଲା କମିଶନରେଟ ପୋଲିସ

author img

By

Published : Sep 2, 2021, 2:58 PM IST

କଟକ: ନକଲି ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଲାଣି ସିଲଭରସିଟି କଟକ । କାହିଁକି ଦିନକୁ ଦିନ ଅସଲି ଅପେକ୍ଷା ନକଲି ଉତ୍ପାଦନ ତିଆରି କରୁଥିବା କମ୍ପାନୀ ଉପରେ ଚଢାଉ ଜାରି ରଖିଛି ପୋଲିସ । ଗତ ଜାନୁଆରୀ ମାସରେ ଗୋପାଳପୁର ଅଞ୍ଚଳରେ ଠାବ ନକଲି ଚା ପତି କାରଖାନା ଉପରେ ଚଢାଉ କରିଥିଲା ସଦରଥାନା ପୋଲିସ । ପ୍ରାୟ ୧୦ କୁଇଣ୍ଟାଲରୁ ଊର୍ଦ୍ଧ୍ବ ନକଲି ଚା ଜବତ ହୋଇଥିବା ବେଳେ ଆଜି ସେଗୁଡିକୁ ଫୁଡ଼ ସେଫଟି ଅଫିସର, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କାଠଯୋଡି ନଦୀ କୂଳରେ ବଡ଼ ବଡ଼ ଗର୍ତ୍ତରେ ପୋତି ଦେଇଛି କମିଶନରେଟ ପୋଲିସ ।

ନକଲି ଚା ପତିକୁ କୁ ମାଟିରେ ପୋତିଲା କମିଶନରେଟ ପୋଲିସ

ନକଲି ଚା ପତିର ଆନୁମାନିକ ମୂଲ୍ୟ ୩୫ଲକ୍ଷ ଟଙ୍କା ହେବ ବୋଲି ସ୍ପଷ୍ଟ କରିଛି ପୋଲିସ । ଗତ ଜାନୁଆରୀ ମାସରେ ଗୋପାଳପୁର ଅଞ୍ଚଳରେ ଠାବ କରାଯାଇଥିଲା ନକଲି ଚା ପତି କାରଖାନା । ଏଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.