ETV Bharat / state

କଟକ ଡ୍ରାଇଭର ହତ୍ୟା ଘଟଣା, କାର ମାଲିକ ବୟାନ ରେକର୍ଡ କଲା ଘଷିପୁରା ପୋଲିସ

author img

By

Published : Jul 2, 2023, 7:52 AM IST

କଟକ ଡ୍ରାଇଭର ହତ୍ୟା ଘଟଣାର ତଦନ୍ତ ପାଇଁ କଟକ ପହଞ୍ଚିଛି କେନ୍ଦୁଝର ପୋଲିସ । କାର ମାଲିକଙ୍କ ବୟାନ ରେକର୍ଡ କରିବା ସହ ତାଙ୍କୁ ପଚରାଉଚରା କରିଛି । ଅଧିକ ପଢ଼ନ୍ତୁ

driver murder case in Cuttack
କଟକ ଡ୍ରାଇଭର ହତ୍ୟା ଘଟଣା
କଟକ ଡ୍ରାଇଭର ହତ୍ୟା ଘଟଣା

କଟକ: ଘଷିପୁରା ଅଞ୍ଚଳରୁ କାର ଚାଳକଙ୍କ ମୃତଦେହ ଉଦ୍ଧାର ହେବା ଘଟଣାର ତଦନ୍ତ ପାଇଁ କଟକ ପହଞ୍ଚିଛି କେନ୍ଦୁଝର ପୋଲିସ । ଗତକାଲି (ଶନିବାର) କଟକରେ ପହଞ୍ଚିବା ପରେ ଘଷିପୁରା ପୋଲିସ କାର ମାଲିକଙ୍କ ବୟାନ ରେକର୍ଡ କରିବା ସହ କଲେଜ ଛକ ଟ୍ୟାକ୍ସି ଷ୍ଟାଣ୍ଡ ଓ ଗୋବିନ୍ଦପୁର ଯାଇ ଅନୁସନ୍ଧାନ ଆରମ୍ଭ କରିଛି । ଘଷିପୁରା ଭାରପ୍ରାପ୍ତ ଥାନା ଅଧିକାରୀ ବିକ୍ରମ ଭୂୟାଁଙ୍କ ନେତୃତ୍ବରେ ଆସିଥିବା ଟିମ ପୂର୍ବାହ୍ନରେ ମାଲଗୋଦାମ ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କଠାରୁ ଟେକ୍ନିକାଲ ପ୍ରମାଣ ସଂଗ୍ରହ କରିଥିଲେ । ପରେ କାର ମାଲିକ ରାଜ କିଶୋର ବିଶ୍ବାଳଙ୍କ ବୟାନ ରେକର୍ଡ କରିବା ସହ ତାଙ୍କୁ ପଚରାଉଚରା କରିଥିଲେ ।

ସୂଚନା ଅନୁଯାୟୀ, ଗତ ୨୪ ତାରିଖ ରାତି ସାଢେ ୮ଟା ସମୟରେ ଦୁଇ ଜଣ ଯୁବକ ଓ ଜଣେ ଯୁବତୀ କଲେଜ ଛକ ଟ୍ୟାକ୍ସି ଷ୍ଟାଣ୍ଡରୁ ଯାଜପୁର ରୋଡ଼ ଯିବା ପାଇଁ ସୁଇଫ୍ଟ ଡିଜାୟାର ଗାଡିକୁ ଭଡ଼ାରେ ନେଇଥିଲେ । ପରେ ଡ୍ରାଇଭର ଓ କାରର ପତ୍ତା ମିଳିନଥିଲା । ଥାନାରେ ଅଭିଯୋଗ ପରେ ପୋଲିସ ୨୮ ତାରିଖରେ କାର ଚାଳକ ଭଗବାନ ବୈରିଗଞ୍ଜନଙ୍କ ମୃତଦେହ ଘଷିପୁରା ଜଙ୍ଗଲରୁ ଉଦ୍ଧାର କରିଥିଲା । ପରଦିନ ଅର୍ଥାତ ୨୯ ତାରିଖ ଦିନ କାରଟି ଚାବି ଲାଗିଥିବା ଅବସ୍ଥାରେ ନିଆଳି ଅନ୍ତର୍ଗତ ଗୋବିନ୍ଦପୁର ନଦୀବନ୍ଧରୁ ଜବତ କରିଥିଲା ପୋଲିସ ।

ଗାଡିକୁ ଭଡ଼ାରେ ନେଇଥିବା ଯୁବକ, ଯୁବତୀଙ୍କର ସିସିଟିଭି ଫୁଟେଜ ପୋଲିସ ଜବତ କରିଛି । ଗତ ଶୁକ୍ରବାର ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତକୁ ଜୋରଦାର କରିଛି । ଗତକାଲି କଟକ ସହରରେ ବିଭିନ୍ନ ଜାଗାରେ ଘଷିପୁରା ପୋଲିସ ଅନୁସନ୍ଧାନ କରିବା ସହ ଗୋବିନ୍ଦପୁର ଯାଇ ମଧ୍ୟ ଛାନଭିନ କରିଛି । ସେପଟେ ଘଟଣାକୁ ସାତ ଦିନ ବିତିଯାଇଥିବା ବେଳେ ଓ ଭଡ଼ାରେ ନେଇଥିବା ଯୁବକ, ଯୁବତୀଙ୍କର ଭିଡିଓ ଭାଇରାଲ ହେବା ପରେ ମଧ୍ୟ ସେମାନଙ୍କ ବାବଦରେ ପୋଲିସ କୌଣସି ସୂଚନା ପାଇପାରିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: ନିଖୋଜ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର: କଟକରୁ ନେଇ କେନ୍ଦୁଝରରେ ହତ୍ୟା !

କାରଟି ଯିବା ନେଇ ଦୁଇଟି ଟୋଲ ଗେଟ ସିସିଟିଭି ରେକର୍ଡରୁ ଜଣାପଡୁଛି । କିନ୍ତୁ ଗୋବିନ୍ଦପୁର ଫେରିବା ନେଇ କୌଣସି ଟୋଲ ଗେଟରେ ଫୁଟେଜ ନାହିଁ । ତେଣୁ କାର ଗୋବିନ୍ଦପୁର ଫେରିବା ସମ୍ପର୍କରେ ସମସ୍ତ ପ୍ରମାଣ ଲୁଚାଇବା ପାଇଁ କୌଣସି ଭିନ୍ନ ରାସ୍ତାରେ କାର କଟକ ଆଡ଼କୁ ଆସିଛି । ତେଣୁ ଯିଏ କାର ଚଳାଇ କଟକର ନିଆଳୀ ଅନ୍ତର୍ଗତ ଗୋବିନ୍ଦପୁରକୁ ଆସିଛନ୍ତି, ସେ ନିଶ୍ଚିତ ଭାବରେ ବିକଳ୍ପ ରାସ୍ତା ବାବଦରେ ଭଲ ଭାବେ ଅବଗତ ଥିବେ । ଏହାସହ ରାତି ଅଧରେ କାର ଗୋବିନ୍ଦପୁର ନଦୀବନ୍ଧରେ ଛିଡା ହୋଇଥିବାରୁ ଗାଡ଼ି ଚଳାଇ ଆସିଥିବା ବ୍ୟକ୍ତି ଗୋବିନ୍ଦପୁର ଆଖପାଖ ଅଞ୍ଚଳର ବୋଲି ପୋଲିସ ସନ୍ଦେହ କରୁଛି । ଅନ୍ୟପଟେ କାର ମାଲିକ ରାଜ କିଶୋର ବିଶ୍ବାଳ କହିଛନ୍ତି, " ଘଟଣାକୁ ନେଇ ବୟାନ ରେକର୍ଡ ପାଇଁ ପୋଲିସ ଡାକିଥିଲା ତେଣୁ ଆସିଛି । ପୋଲିସ ଘଟଣାର ତଦନ୍ତ କରୁଛି । ଖୁବଶୀଘ୍ର ଡ୍ରାଇଭରକୁ ନ୍ୟାୟ ମିଳୁ ବୋଲି ଦାବି କରୁଛି ।"

ସେପଟେ କଲେଜ ଛକରୁ ଯେଉଁ ତିନି ଜଣ କାର ନେଇ ଯାଜପୁର ରୋଡ଼ ଅଭିମୁଖେ ଯାଇଥିଲେ ସେମାନଙ୍କ ମଧ୍ୟରୁ ସମ୍ପୃକ୍ତ ଯୁବତୀ ଜଣକ ମୃତଦେହ ପଡ଼ିଥିବା ସ୍ଥାନରେ ଉପସ୍ଥିତ ଥିବାର କିଛିଟା ପ୍ରମାଣ ପୋଲିସକୁ ମିଳିଛି । ସିସିଟିଭି ଫୁଟେଜରେ ଯୁବତୀ ଜଣକ ଯେଉଁ ଲାଲ ରଙ୍ଗର ଓଢ଼ଣୀ ପକାଇଥିବା ଦେଖାଯାଉଛି, ସେହିଭଳି ଏକ ଓଢଣୀର କିଛି ଅଂଶ ମୃତ ଦେହ ନିକଟରେ ପଡ଼ିଥିଲା, ଯାହାକୁ ପୋଲିସ ଜବତ କରିଛି । ତେଣୁ ଏହି ଘଟଣା ପଛରେ ଯୁବତୀଙ୍କର ଭୂମିକା ରହିଥିବା ଏକ ପ୍ରକାର ଅନୁମାନ କରୁଛି ପୋଲିସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.