ETV Bharat / state

ଦୂରହେବ ପାନୀୟ ଜଳ ସମସ୍ୟା, କଟକର ୧୪୯ ଗାଁରେ ପହଞ୍ଚିବ ମହାନଦୀର ଜଳ

author img

By

Published : Apr 10, 2023, 8:03 AM IST

କଟକର ୧୪୯ଟି ଗ୍ରାମର ଘରେ ଘରେ ପହଞ୍ଚିବ ମହାନଦୀର ଜଳ । ୧୫୩ କୋଟି ୫୧ ଲକ୍ଷ ଟଙ୍କାର ବ୍ୟୟରେ ନିର୍ମାଣ ହେଉଛି ମେଗା ପାନୀୟ ଜଳ ପ୍ରକଳ୍ପ । ଅଧିକ ପଢ଼ନ୍ତୁ

ନିର୍ମାଣ ହେବ ମେଗା ପାନୀୟ ଜଳ ପ୍ରକଳ୍ପ
ନିର୍ମାଣ ହେବ ମେଗା ପାନୀୟ ଜଳ ପ୍ରକଳ୍ପ
କଟକରେ ଦୂର ହେବ ପାନୀୟ ଜଳ ସମସ୍ୟା, ନିର୍ମାଣ ହେବ ମେଗା ପାନୀୟ ଜଳ ପ୍ରକଳ୍ପ

କଟକ: କଟକରେ ଦୂର ହେବ ପାନୀୟ ଜଳ ସମସ୍ୟା । କଟକର ୧୪୯ଟି ଗ୍ରାମର ଘରେ ଘରେ ପହଞ୍ଚିବ ମହାନଦୀର ଜଳ । ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଜରିଆରେ ମହାନଦୀର ଜଳକୁ ବିଶୁଦ୍ଧ କରାଯିବ । ଯାହାଫଳରେ ପାନୀୟ ଜଳ ପିଇବେ ଗ୍ରାମାଞ୍ଚଳର ଲୋକ । ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଅନ୍ତର୍ଗତ ଉପକୃତ ହେବେ କଟକର ୩ଟି ନିର୍ବାଚନ ମଣ୍ଡଳୀର ଲୋକେ । ତିନୋଟି ନିର୍ବାଚନ ମଣ୍ଡଳୀର ୧୪୯ଟି ଗ୍ରାମ ପାଇଁ ୧୫୩ କୋଟି ୫୧ ଲକ୍ଷ ଟଙ୍କାର ବୃହତ୍ ପାନୀୟ ଜଳ ପ୍ରକଳ୍ପକୁ ଗତକାଲି କ୍ୟାବିନେଟ୍ ଅନୁମୋଦନ ମିଳିଛି । କଟକର ଚୈ।ଦ୍ବାର, ସାଲେପୁର ଓ ଆଠଗଡ଼ ନିର୍ବାଚନ ମଣ୍ଡଳୀର ୨୩ଟି ପଞ୍ଚାୟତରେ ପ୍ରାୟ ୧ଲକ୍ଷ ୪୭ହଜାର ୫୪୨ଜଣ ସାଧାରଣ ଲୋକ ଏହି ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ ।

୨୪ ମାସ ଭିତରେ ପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଆସନ୍ତା ଏକ ମାସ ଭିତରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ । ସାଲେପୁର ନିର୍ବାଚନ ମଣ୍ଡଳୀର ୧୦୮ଟି ଗାଁ, ଚୌଦ୍ବାର ଅଞ୍ଚଳର ୨୩ଟି ଓ ଆଠଗଡ଼ ନିର୍ବାଚନ ମଣ୍ଡଳୀର ୧୮ଟି ଗାଁ ଏହି ପ୍ରକଳ୍ପରେ ସାମିଲ ହେବ । ଏଥିପାଇଁ ଚୌଦ୍ୱାର ନିକଟ ବାଣୀପଦା ଠାରେ ନିର୍ମାଣ ହେବ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ। ମୁଖ୍ୟମନ୍ତ୍ରୀଙ୍କ ଏହି ଅନୁମୋଦନ ପାଇଁ 3 ଟି ନିର୍ବାଚନ ମଣ୍ଡଳୀର ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ତେବେ କୃଷି ଓ କୃଷକ ସଶସ୍ତ୍ରକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି,‘‘ ଦୀର୍ଘ ଦିନ ଧରି କଟକ ଜିଲ୍ଲାର ବିଭିନ୍ନ ବ୍ଲରେ ଜଳ ସମସ୍ୟା ଦୃଷ୍ଟି ଗୋଚର ହେଉଥିଲା । ଏହାକୁ ନଜରରେ ରଖି ରାଜ୍ୟ ସରକାର କ୍ୟାବିନେଟ ରେମୋହର ମାରିଛନ୍ତି । ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏହି ଯୋଜନା ହାତକୁ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକବାସୀ ପୂର୍ବରୁ ଜଳ ପାଇଁ ମଧ୍ୟ ଚିନ୍ତା ପ୍ରକଟ କରୁଥିଲେ । କିନ୍ତୁ ବର୍ତ୍ତମାନ ଏହି ଯୋଜନା ନିଶ୍ଚୟ ଭାବରେ କଟକ ବାସୀଙ୍କ ଚିନ୍ତା ଦୂର କରିବ। ତେବେ ରାଜ୍ୟ ରେ ଗ୍ରାମଞ୍ଚଳମାନଙ୍କରେ ସୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ ଏପରି ପ୍ରାଥମିକତା ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ଏହି ପ୍ରକଳ୍ପଟି 2 ବର୍ଷ ମଧ୍ୟରେ ଶେଷ କରାଯିବ ନେଇ ଲକ୍ଷ୍ୟ ରଖାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି । ’’

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.