ETV Bharat / state

ମହାମାରୀ ସମୟରେ ବାହାରେ ଅଳିଆ ପକାନ୍ତୁ ନାହିଁ: ସିଏମସି କମିଶନର - corona news

ଦିନକୁ ଦିନ କଟକ ସହରରେ ଅଳିଆ ବର୍ଜନ ପାହାଡ ପରି ରାସ୍ତାକଡରେ ଜମା ହେବାରେ ଲାଗିଛି । କୋରୋନା ସମୟରେ ସହରବାସୀଙ୍କ ଏପରି କାର୍ଯ୍ୟ ଆଗକୁ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗର ବଢିବା ଆଶଙ୍କା ଦେଖାଦେଇଛି । ଅଧିକ ପଢନ୍ତୁ...

ମହାମାରୀ ସମୟରେ ବାହାରେ ଅଳିଆ ପକାନ୍ତୁ ନାହିଁ
ମହାମାରୀ ସମୟରେ ବାହାରେ ଅଳିଆ ପକାନ୍ତୁ ନାହିଁ
author img

By

Published : Jul 21, 2020, 2:28 PM IST

କଟକ: ସହରରେ ଅଳିଆ ଆବର୍ଜନାକୁ ନେଇ ବଢୁଛି ଚିନ୍ତା । ରାସ୍ତାଘାଟ ଯିଏ ଯେଉଁଠି ପାଇଲେ ଗଦା ଗଦା ଅଳିଆ ଫିଙ୍ଗି ଚାଲିଛନ୍ତି । ଏପଟେ କୋରୋନା ସଂକ୍ରମଣ ସାଙ୍ଗକୁ ଡରାଇଲାଣି ଡେଙ୍ଗୁ, ମ୍ୟାଲେରିଆ ରୋଗ । କାରଣ ବର୍ଷା ସମୟରେ ମଶା, ମାଛିଙ୍କ ଉତ୍ପାତ ଆରମ୍ଭ ହୋଇଯାଏ । ଯାହାକୁ ନେଇ ଆଜି ସିଏମସି ଲୋକଙ୍କୁ ତାଗିଦ କରିବା ସହ ଏଣେତେଣେ ଅଳିଆ ନ ଫିଙ୍ଗିବାକୁ ନିର୍ଦ୍ଦେଶ ଦେଇଛି ।

ମହାମାରୀ ସମୟରେ ବାହାରେ ଅଳିଆ ପକାନ୍ତୁ ନାହିଁ

ଅନ୍ୟପଟେ ଏହି ମହାମାରୀ ସମୟରେ ଅଳିଆ ପାଇଁ ଯେଉଁ ସିଏମସି ଗାଡିକୁ ପ୍ରଦାନ କରିବାକୁ ଆହ୍ୱାନ ଦିଆଯାଇଛି । ତାହା ବର୍ତ୍ତମାନ କେଉଁଟି ଦୃଷ୍ଟି ଗୋଚର ହେଉନାହିଁ । ଫଳରେ ରାସ୍ତାକଡରେ ଅଳିଆ ଫିଙ୍ଗୁଥିବା ଲୋକଙ୍କ ଠାରୁ ଫାଇନ ମଧ୍ୟ କଟାଯାଉଛି ।

ବର୍ଷା ପାଇଁ ସମୟରେ ଅଳିଆକୁ ସାମୂହିକ ସ୍ଥାନରେ ପକାଇବା ମଧ୍ୟ ଖରାପ । କାରଣ ଏମିତି ତ କୋରୋନା ଚିନ୍ତାରେ ସାରା କଟକ । ଏହାଛଡା ଡେଙ୍ଗୁ ଓ ମ୍ୟାଲେରିଆ ଆସିବାର ମଧ୍ୟ ସମୟ ହୋଇଗଲାଣି । ତେବେ ଏହାରି ଭିତରେ କଟକିଆମାନଙ୍କୁ ଅଳିଆ ବାହାରେ ନ ପକାଇବା ପାଇଁ ନିବେଦନ କରିଛି କଟକ ମହାନଗର ନିଗମ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.