ETV Bharat / state

କାଳୀପୂଜା ପାଇଁ ବସିଲା ପ୍ରସ୍ତୁତି ବୈଠକ, ସୁରୁଖୁରୁରେ ମା'ଙ୍କ ପୂଜା ଶେଷ କରିବାକୁ ନିଷ୍ପତ୍ତି

author img

By ETV Bharat Odisha Team

Published : Nov 5, 2023, 10:39 PM IST

କଟକରେ ଅନୁଷ୍ଠିତ ହେବ କାଳୀପୂଜା । ଏହାକୁ ଦୃଷ୍ଟିରେ ରଖି ଆଜି କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି କାଳୀ ପୂଜା ପ୍ରସ୍ତୁତି ବୈଠକ । ଅଧିକ ପଢ଼ନ୍ତୁ

Kalipuja preparatory meeting
Kalipuja preparatory meeting
Kalipuja preparatory meeting

କଟକ: ପ୍ରସିଦ୍ଧ ଦୁର୍ଗାପୂଜା ପରେ ଆସନ୍ତା ୧୨ ତାରିଖରେ ଦୀପାବଳି ଅବସରରେ କଟକରେ ଅନୁଷ୍ଠିତ ହେବ କାଳୀପୂଜା । ମଝିରେ ଆଉ ମାତ୍ର ଗୋଟିଏ ସପ୍ତାହର ବ୍ୟବଧାନ । ଏହାକୁ ଦୃଷ୍ଟିରେ ରଖି ଆଜି କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି କାଳୀ ପୂଜା ପ୍ରସ୍ତୁତି ବୈଠକ । ପୂର୍ବ ବର୍ଷଗୁଡିକ ତୁଳନାରେ ଚଳିତ ବର୍ଷ କଟକ ଦୁର୍ଗାପୂଜା ଭସାଣି ଶୋଭାଯାତ୍ରାରେ ଡିଜେର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇ ପାରିଛି କିନ୍ତୁ କିଛି ଶୋଭାଯାତ୍ରା ଶବ୍ଦ ମାତ୍ରା ଶବ୍ଦ ଅଧିକ ଥିଲା । ଏହାକୁ କାଳୀପୂଜା ଭସାଣିରେ ସମ୍ପୂର୍ଣ୍ଣ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି କଟକ ଡିସିପି ।

ସେହିପରି ମାଦକ ଦ୍ରବ୍ୟର ସେବନ ମଧ୍ୟ ଅନେକ ପରିମାଣରେ କମିଛି ଯାହା ଏକ ଭଲ ସଙ୍କେତ ବୋଲି କହିଛନ୍ତି ସିଏମସି ମେୟର ସୁବାସ ସିଂ । ପୂଜା ପୂର୍ବରୁ ରାସ୍ତା ଘାଟ ପରିମଳ ଉପରେ ବିଶେଷ ଦୃଷ୍ଟି ଦେବ କଟକ ମହାନଗର ନିଗମ । ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବ ଭସାଣି ଯାତ୍ରା । କାଳୀପୂଜା ଭସାଣି ସମୟରେ ସମସ୍ତ ପ୍ରକାର ସମସ୍ୟାର ସମାଧାନ କିପରି ହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ବୈଠକରେ ପ୍ରକାଶ କରିଥିଲେ ଜିଲ୍ଲା ପ୍ରଶାସନ ଓ ସିଏମସି । ଏହାସହ ଭସାଣି ଶୋଭାଯାତ୍ରାରେ ମେଢ଼ ଯିବା ସମୟରେ ତାର ଟେକିବା ପାଇଁ କୌଣସି ପ୍ରକାର ଲୁହା ରଡ଼ କିମ୍ବା ଷ୍ଟିଲ ପାଇପ ଆଦି ଧାତବ ପଦାର୍ଥ ବ୍ୟବହାର କରାଯିବ ନାହିଁ । ଭସାଣି ଶୋଭାଯାତ୍ରାର ପଟୁଆର ଗୁଡିକୁ ଅତ୍ୟଧିକ ଲମ୍ବା କରାଯିବ ନାହିଁ । ନାଚିବା କମ କରି ଶୀଘ୍ର ଶୀଘ୍ର କିପରି ମେଢ଼ଗୁଡିକ ବିସର୍ଜନ ହେବ ତଥା ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହେବ ନାହିଁ ସେ ଦିଗରେ ବିଶେଷ ଧ୍ୟାନ ଦିଆଯିବ ବୋଲି ବୈଠକରେ ଆଲୋଟନା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.......କେନ୍ଦ୍ରାପଡ଼ାର ଗଣପର୍ବ କଥା କୁହେ କିମ୍ବଦନ୍ତୀ, ଜାଣନ୍ତୁ ଏଠାରେ କେବେଠୁ ପୂଜା ପାଉଛନ୍ତି ମା' ଧନଦାତ୍ରୀ

ଶାନ୍ତି କମିଟି କହିବା ଅନୁଯାୟୀ, ନଭେମ୍ବର ୧୨ ତାରିଖରେ କାଳୀପୂଜା ଅନୁଷ୍ଠିତ ହେବ । ଏହାପରେ ୧୩ ଓ ୧୪ ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ୧୫ ତାରିଖରେ ଭସାଣି ଯାତ୍ରା ଅନୁଷ୍ଠିତ ହେବ । ସବୁ ନିୟମ ପରିଧି ମଧ୍ୟରେ ଚଳିତବର୍ଷ କାଳୀପୂଜା ସୁରୁଖୁରୁରେ କଟକରେ ଅନୁଷ୍ଟିତ ହେବ ବୋଲି ଆଶା ରଖିଛନ୍ତି ପୂଜା କମିଟି, ଶାନ୍ତି କମିଟି ଓ ପ୍ରଶାସନ । ଆଜିର ପ୍ରସ୍ତୁତି ବୈଠକରେ ପୂଜା କମିଟର ସଭ୍ୟମାନେ ଭସାଣି ଉତ୍ସବରେ ଉପୁଜୁଥିବା ଭିନ୍ନ ଭିନ୍ନ ସମସ୍ୟା ବିଷୟରେ କଟକ ସହର ଡିସିପି କଲେକ୍ଟର ଏବଂ ମେୟରଙ୍କୁ ଅବଗତ କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.