ETV Bharat / state

ହୋ ହଲ୍ଲାରେ କମ୍ପିଲା CMC କାର୍ଯ୍ୟାଳୟ, ମୁହାଁମୁହିଁ କର୍ପୋରେଟର-କମିଶନର

ସିଏମସି କାର୍ଯ୍ୟାଳୟରେ ତାଲା ପକାଇଲେ କର୍ପୋରେଟର । ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ଯାଇଥିବା କର୍ପୋରେଟରମାନଙ୍କୁ କମିଶନର ଅଶାଳୀନ ଵ୍ୟଵହାର କରିଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ

ମୁହାଁମୁହିଁ କର୍ପୋରେଟର କମିଶନର
ମୁହାଁମୁହିଁ କର୍ପୋରେଟର କମିଶନର
author img

By

Published : Dec 9, 2022, 9:44 AM IST

କଟକ: କର୍ପୋରେଟରଙ୍କ ହୋ ହଲ୍ଲାରେ କମ୍ପିଲା କଟକ ମହାନଗର ନିଗମ କାର୍ଯ୍ୟାଳୟ । ସିଏମସି କମିଶନର ନିଖିଲ ପବନ କଲ୍ୟାଣଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣି ସିଏମସିରେ ତାଲା ପକାଇଲେ କର୍ପୋରେଟର । ସିଏମସି କମିଶନର କର୍ପୋରେଟରଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି ।

ମୁହାଁମୁହିଁ କର୍ପୋରେଟର କମିଶନର

59 ୱାର୍ଡର ସମସ୍ତ କର୍ପୋରେଟର ମେୟର ଓ କମିଶନରଙ୍କୁ ତାଲା ପକାଇ ମୁଖ୍ୟ ଫାଟକ ଆଗରେ ବଦଳିର ନାରାବାଜି ଦେଇଥିବା ଦେଖିବାକୁ ମିଳିଥିଲା । ସହରର ଅନେକ ୱାର୍ଡରେ ଜେଇଙ୍କ ବଦଳି ନକରିବା ନେଇ କମିଶନରଙ୍କୁ ଭେଟିବା ସମୟରେ କମିଶନରଙ୍କ ଦୁର୍ବ୍ୟବହାର ଏହି ଝଡ଼ ଉଠାଇ ଥିବା କହିଛନ୍ତି କର୍ପୋରେଟର । ଏହି ସଙ୍ଗୀନ ପ୍ରସଙ୍ଗରେ ସମାଧାନ ପାଇଁ ମେୟର ସୁବାସ ସିଂ ମଧ୍ୟ କରିଥିଲେ ପ୍ରୟାସ । ହେଲେ ସବୁ ପ୍ରୟାସ ବିଫଳ ହୋଇଥିଲା । ସିଧାସଳଖ ଆସନ୍ତା କାଉନସିଲ ବୈଠକ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ସମସ୍ତ କର୍ପୋରେଟର ।

ଏହା ମଧ୍ୟ ପଢନ୍ତୁ: ମିଳିଲା ଇଶ୍ବରଙ୍କ ବରଦାନ, ଯାଆଁଳା କନ୍ୟାକୁ ସାତଜନ୍ମର ସାଥି କଲେ ଯାଆଁଳା ଭାଇ

ତେବେ ମେୟର ଏହି ଘଟଣାକୁ ନେଇ କମିଶନର ଓ କର୍ପୋରେଟରଙ୍କ ମଧ୍ୟରେ ଆପୋଷ ବୁଝାମଣା କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ ପରିଶ୍ରମ କରିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ନିଜ ନିଜ ଜିଦରେ ଅଟଳ ରହିଥିଲେ କର୍ପୋରେଟର । କମିଶନର ମେୟର ଆପୋଷ ବୁଝାମଣା ପାଇଁ ନିଜ କାର୍ଯ୍ୟାଳୟରୁ ବାହାରି ସିଏମସିର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଆସିଥିଲେ ମଧ୍ୟ କର୍ପୋରେଟରମାନେ ସେମାନଙ୍କ କଥାକୁ ଅଣଦେଖା କରିଥିଲେ । ତେବେ ଏହି ଘଟଣାକୁ ଅତି ଗୁରୁତର ସହ ନିଆଯାଇ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ମେୟର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.