କଟକ: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ମାମଲା । ଅନୁଭବଙ୍କ ବାସଭବନରେ ପହଞ୍ଚିଲା ଜିଲ୍ଲା ସୁରକ୍ଷା ଅଧିକାରୀ । ୩ ଜଣିଆ ସଦସ୍ୟ ଅନୁଭବଙ୍କ ବାସଭବନରେ ପହଞ୍ଚି ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି ।
ବିଶେଷକରି ଉକ୍ତ ଦିନମାନଙ୍କରେ ବର୍ଷାଙ୍କ ସହ କ'ଣ କଣ ସମସ୍ୟା ଘଟିଥିଲା, କେଉଁ କାରଣରୁ ସମ୍ପର୍କରେ ତିକ୍ତତା ଘଟିଛି ଆଦି ତମାମ ପ୍ରସଙ୍ଗରେ ବୟାନ ରେକର୍ଡ କରିଛନ୍ତି ଜିଲ୍ଲା ସୁରକ୍ଷା ଅଧିକାରୀ ସଦସ୍ୟ। ପାଖାପାଖି 30 ମିନିଟ୍ ଧରି ଜିଲ୍ଲା ସୁରକ୍ଷା ଅଧିକାରୀ ସଦସ୍ୟ ବର୍ଷାଙ୍କ ସହ କଥା ହୋଇ ବୟାନ ରେକର୍ଡ କରିଛନ୍ତି ।
ଏଠାରେ ସୂଚନା ଥାଉ ଯେ, ଆଜି ଜିଲ୍ଲା ପ୍ରୋଟେକ୍ସନ ଅଫିସରଙ୍କ ନିକଟରେ ବର୍ଷା ପ୍ରିୟଦର୍ଶିନୀଙ୍କର ବୟାନ ରେକର୍ଡ କରାଯାଇଥିଲା । ତେବେ ଶୁଣାଣିକୁ ଅକ୍ଟୋବର 12 ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।
ସେପଟେ ଅନୁଭବ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଦାଖଲ କରିଥିବା ଛାଡପତ୍ର ମାମଲାକୁ ନେଇ ବର୍ଷାଙ୍କ ପାଖକୁ କୌଣସି ନୋଟିସ ଆସିନାହିଁ । ଯଦି ଆସେ ତେବେ ମାମଲାକୁ କଟକକୁ ଆଣିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯିବ ବୋଲି ତାଙ୍କ ଓକିଲ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ