ETV Bharat / state

କିଶୋର ନଗର ଯୁବତୀ ଦୁଷ୍କର୍ମ ଓ ହତ୍ୟା ମାମଲା: ଦୋଷୀକୁ ଆଜୀବନ କାରାଦଣ୍ଡ - ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

କଟକ କିଶୋର ନଗରରେ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କଟକ ଜିଲ୍ଲା ଦୌରାଜଜ ।

ସରକାରୀ ଓକିଲ
author img

By

Published : Aug 9, 2019, 11:15 PM IST

କଟକ: କିଶୋରନଗର ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କଟକ ଜିଲ୍ଲା ଦୌରାଜଜ ବାଳକୃଷ୍ଣ ମହାପାତ୍ର ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଘଟଣାଟି ଘଟିଥିଲା 2013 ସେପ୍ଟେମ୍ବର 24ରେ। କିଶୋର ନଗର ଥାନା ଅଧୀନରେ ଜଣେ 25 ବର୍ଷିୟା ଯୁବତୀ ସାଇକେଲ ଯୋଗେ ବଜାରରୁ ଘରକୁ ଫେରୁଥିବାବେଳେ ଅଧାବାଟରେ ତାଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା । ଅଭିଯୁକ୍ତ ବାବୁନା ଓରଫ ଦୁର୍ଗା ପ୍ରସାଦ ଦାଶ ଦୁଷ୍କର୍ମ ଓ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଯୁବତୀଙ୍କୁ ମହାନଦୀରେ ଫିଙ୍ଗି ଦେଇଥିଲେ ।

ମାମଲାର ଶୁଣାଣି ବେଳେ 24 ଜଣ ସାକ୍ଷୀ, ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ସାକ୍ଷ୍ୟ ପ୍ରଦାନ କରିଥିଲେ। ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଜିଲ୍ଲା ଦୌରାଜଜ୍, ଦୁର୍ଗା ପ୍ରସାଦ ଦାସଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ, ପ୍ରମାଣ ନଷ୍ଟ କରିବା ଅଭିଯୋଗରେ 3 ବର୍ଷ କାରାଦଣ୍ଡ ଓ ଦୁଷ୍କର୍ମ ମାମଲାରେ 10 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ କ୍ଷେତ୍ର ମୋହନ ବେହେରା ମାମଲା ପରିଚାଳନା କରୁଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଜିଲ୍ଲା ଓ ଦୌରାଜଜ୍ ବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି କରି ଆସାମୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜିବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ଘଟଣାରୁ ପ୍ରକାଶ କଟକ ଜିଲ୍ଲା କିଶୋର ନଗର ଥାନା ତରିତ୍ୱ ଅଞ୍ଚଳରେ ଜଣେ 25 ବର୍ଷିଆ ଯୁବତୀ ସାଇକେଲ ଯୋଗେ ବଜାରରୁ ନିଜ ଘରକୁ ଫେରୁଥିବା ବେଳେ ଧର୍ଷଣ ଓ ହତ୍ୟାର ଶିକାର ହୋଇଥିଲେ।2013 ମସିହା ସେପ୍ଟେମ୍ବର 24 ତାରିଖରେ ଘଟିଥିଲା ଏହି ଘଟଣା।ଅଭିଯୁକ୍ତ ବାବୁନା ଓରଫ ଦୁର୍ଗା ପ୍ରସାଦ ଦାଶ ବଳାତ୍କାର ଓ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଈଁ ଯୁବତୀ ଜଣକୁ ମହାନଦୀରେ ପିଙ୍ଗି ଦେଇଥିଲେ।ମାମଲାର ଶୁଣାଣି ବେଳେ 24 ଜଣ ସାକ୍ଷୀ ଜିଲ୍ଲା ଓ ଦୌରାଜଜ୍ ଙ୍କ ଅଦାଲତ ରେ ସାକ୍ଷ୍ୟ ପ୍ରଦାନ କରିଥିଲେ।ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଜିଲ୍ଲା ଦୌରାଜଜ୍ ,ଦୁର୍ଗା ପ୍ରସାଦ ଦାସ ଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ,ପ୍ରମାଣ ନଷ୍ଟ କରିବା ଅଭିଯୋଗ ରେ 3 ବର୍ଷ କାରାଦଣ୍ଡ ଓ ବଳାତ୍କାର ମାମଲାରେ 10 ବର୍ଷ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି।ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସ୍ୟୁକ୍ୟୁଟର କ୍ଷେତ୍ର ମୋହନ ବେହେରା ମାମଲା ପରିଚାଳନା କରୁଥିଲେ।

ବାଇଟ - କ୍ଷେତ୍ରମୋହନ ବେହେରା,ପବ୍ଲିକ ପ୍ରସ୍ୟୁକୁଟର, କଟକ।
Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.