ETV Bharat / state

ଗୋଚର ଜମିରେ ବସ୍ତି ବାସିନ୍ଦାଙ୍କ ଥଇଥାନକୁ ବିରୋଧ - 32ଏକର ଗୋଚର ଜମି

32 ଏକର ଗୋଚର ଜମିରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ନେଇ ଜିଲ୍ଲାପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରିଛନ୍ତି କଟକ ନଗର ପୂର୍ବାଞ୍ଚଳ ଉନ୍ନୟନ ସମିତି । ଅଧିକ ପଢନ୍ତୁ....

ଗୋଚର ଜମିରେ ବସ୍ତି ବାସିନ୍ଦାଙ୍କ ଥଇଥାନକୁ ବିରୋଧ

author img

By

Published : Feb 19, 2021, 9:35 AM IST

କଟକ: ଜିଲ୍ଲାରେ ଥମିବାର ନାଁ ନେଉନାହିଁ ବସ୍ତି ବାସିନ୍ଦାଙ୍କ ଥଇଥାନ ପ୍ରସଙ୍ଗ । ବସ୍ତି ବାସିନ୍ଦାଙ୍କ ଥଇଥାନ ପ୍ରସଙ୍ଗ ନେଇ କଟକ ଜିଲ୍ଲାପାଳଙ୍କୁ ଭେଟିଛନ୍ତି କଟକ ନଗର ପୂର୍ବାଞ୍ଚଳ ଉନ୍ନୟନ ସମିତି ।

ଗୋଚର ଜମିରେ ବସ୍ତି ବାସିନ୍ଦାଙ୍କ ଥଇଥାନକୁ ବିରୋଧ

ନୂଆପଡା ବାଲିସାହିରେ ଥିବା 32 ଏକର ଗୋଚର ଜମିରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ । ଗୋଚର ଜମିରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କଲେ ନିଜ ଅଞ୍ଚଳର ସ୍ବାଧିନତା ହରାଇବ ବୋଲି କହିଛନ୍ତି ସମିତି ସଭ୍ୟ । କାରଣ ସେହି ସ୍ଥାନରେ ଖେଳ ପଡିଆ ରହିଛି । ପଶୁପାଳନ କରି ଦୁଇ ପଇସା ରୋଜଗାର କରୁଥିବା ଲୋକଙ୍କ ଗାଈଗୋରୁ ସେହି ଗୋଚର ଜମିରେ ଚରନ୍ତି । ସେହି ସ୍ଥାନକୁ ବସ୍ତି ବାସିନ୍ଦାଙ୍କ ଥାଇଥାନ ପାଇଁ ବଛାଗଲା ସେହି ଅଞ୍ଚଳର ଲୋକଙ୍କ ପାଇଁ ବହୁତ ଅସୁବିଧା ହେବ ବୋଲି କହିଛନ୍ତି ସମିତି ସମ୍ପାଦକ ସରୋଜ କୁମାର ଦାସ ।

ପ୍ରଶାସନର ଏପରି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ନଗର ଉନ୍ନୟମ ସମିତି । ଯଦି ସରକାର ସେହି ଗୋଚର ଜମିରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହା ବଦଳରେ ସେତିକି ଗୋଚର ଜମି ଚିହ୍ନଟ କରିବାକୁ ଦାବି ହୋଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.