ETV Bharat / state

ଉଲିବୁରୁ ଖଣି ଦୁର୍ନୀତି ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ - ଖଣି ଦୁର୍ନୀତି ମାମଲା

ଉଲିବୁରୁ ଖଣି ଦୁର୍ନୀତି ମାମଲା। ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଜାମିନ ହାଇକୋର୍ଟରେ ଖାରଜ । ଜଷ୍ଟିସ ସଙ୍ଗମ ସାହୁ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ।

ହାଇକୋର୍ଟ
author img

By

Published : Aug 7, 2019, 9:55 PM IST

କଟକ: ବହୁଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଜାମିନ ଆଜି ହାଇକୋର୍ଟରେ ଖାରଜ ହୋଇଯାଇଛି । ଜଷ୍ଟିସ ସଙ୍ଗମ ସାହୁ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ।

ସୂଚନାନୂଯାୟୀ, ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ 2013ସେପ୍ଟେମ୍ବର 5ରେ ଭିଜିଲାନ୍ସ ଗିରଫ କରିଥିଲା । 2013 ଡିସେମ୍ବର ୩୧ରେ ହଜାର କୋଟି ଟଙ୍କାର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(2), ୧୩(1)(ସି)(ଡି) ଓ ଆଇପିସିର ଦଫା ୧୨୦-ଖ, ୪୦୯, ୩୭୯, ୪୨୦, ୪୬୮, ୪୧୧ରେ ଦୀପକ ଗୁପ୍ତା, ତାଙ୍କ ପରବାରର ୪ ଜଣ ସଦସ୍ୟ, ମୂଳ ଲିଜ୍‌ଧାରୀ ବି.କେ.ମହାନ୍ତିଙ୍କ ସମେତ 25 ଜଣଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଚାର୍ଜସିଟ୍‌ ଦାଖଲ୍‌ କରାଯାଇଥିଲା ।

2014 ଜୁନ 24 ରେ ଭିଜିଲାନ୍ସ ଏହି ମାମଲାରେ ଚୂଡାନ୍ତ ଚାର୍ଜସିଟ ଦାଖଲ କରିଥିଲା 2017,ଜୁନ 5 ରେ ଦୀପକ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଥିଲା । ମାମଲାରେ 178 ଜଣ ସାକ୍ଷୀ ରହିଥିବାବେଳେ ପ୍ରାୟ 50 ହଜାର ପୃଷ୍ଠାର ନଥିପତ୍ର ଚାର୍ଜସିଟରେ ଦାଖଲ ହୋଇଛି । ମାମଲାର ଶୁଣାଣି ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଚାଲିଥିବାବେଳେ 2019 ରେ ଦୀପକ ପୁଣି ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଉଳିବୁରୁ ଖଣି ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଜାମିନ ଆଜି ହାଇକୋର୍ଟ ରେ ଖାରଜ ହୋଇଛି।ଜଷ୍ଟିସ ସଙ୍ଗମ ସାହୁ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରାଖିଥିଲେ।ସୂଚନାଯୋଗ୍ୟ ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଙ୍କୁ 2013,ସେପ୍ଟେମ୍ବର 5 ରେ ଭିଜିଲାନ୍ସ ଗିରଫ କରିଥିଲା।2013 ଡିସେମ୍ବର 31ରେ ହଜାର ହଜାର କୋଟି ଟଙ୍କାର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଦୁର୍ନୀତି ନିବାରଣ ଆଇନର ଧାରା 13(2) ,13(1),(ସି) (ଡି) ଓ ଆଇପିସି ର ଦଫା 120- ଖ,409,379,420,468,411 ରେ ଦୀପକ ଗୁପ୍ତା ,ତାଙ୍କ ପରିବାରର 4 ଜଣ ସଦସ୍ୟ ମୂଳ ଲିଜ ଧାରୀ ବି କେ ମହାନ୍ତି ଙ୍କ ସମେତ 25 ଜଣଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ କେଉଁଝର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ଚାରସିଟ ଦାଖଲ କରାଯାଇଥିଲା।2014 ଜୁନ 24 ରେ ଭିଜିଲାନ୍ସ ଏହି ମାମଲାରେ ଚୂଡାନ୍ତ ଚାରସିଟ ଦାଖଲ କରିଥିଲା।2017,ଜୁନ 5 ରେ ଦୀପକ ଓ ଅନ୍ୟ ଅଭିଯୁକ୍ତ ଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଥିଲା।ମାମଲାରେ 178 ଜଣ ସାକ୍ଷୀ ରହିଥିବାବେଳେ ପ୍ରାୟ 50 ହଜାର ପୃଷ୍ଠାର ନଥିପତ୍ର ଚାରସିଟ ରେ ଦାଖଲ ହୋଇଛି।ମାମଲାର ଶୁଣାଣି ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ଚାଲିଥିବାବେଳେ 2019 ରେ ଦୀପକ ପୁଣି ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଥିଲେ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.