କଟକ: ରାଜ୍ୟର ଲକଡାଉନ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକ, ରେଞ୍ଜ ଆଇଜି ଓ ଡିଆଇଜିଙ୍କ ସହ ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ ସ୍ଥିତିର ସମୀକ୍ଷା କରିଛନ୍ତି।
ଲକଡାଉନ ସମୟର ଅବଧି ବୃଦ୍ଧି ଏବଂ ପୋଲିସର କାର୍ଯ୍ୟପନ୍ଥା, ଜବତ ଗାଡି ଓ ଜୋରିମାନା ଆଦାୟ ସଂକ୍ରାନ୍ତରେ ହାଇକୋର୍ଟଙ୍କ ଆଦେଶ, କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ବିଶ୍ରାମ ଓ ପର୍ଯ୍ୟାୟ କ୍ରମେ କାର୍ଯ୍ୟ କରିବା, ପୋଲିସ କର୍ମଚାରୀଙ୍କ କାର୍ଯ୍ୟରେ ସାମାଜିକ ଦୂରତ୍ବ ଅବଲମ୍ବ କରିବା, ଅତ୍ୟାବଶ୍ୟକ ମାଲ ପରିବହନ ଗାଡ଼ିର ମୁକ୍ତ ଚଳ ପ୍ରଚଳ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ଆଦି ଉପରେ ଏହି ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା । ଗୁରୁବାର ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ