ETV Bharat / state

୩୦ ଫୁଟର ବିଶାଳ ବାହୁଙ୍ଗି, କ୍ଷୀର ଓ ପାଣି ଭାର ନେଇ ଯାତ୍ରା ଆରମ୍ଭ କଲେ କାଉଡ଼ିଆ

author img

By

Published : Jul 16, 2023, 8:55 PM IST

ମହାପ୍ରଭୁଙ୍କୁ ଜଳଲାଗି କରିବା ପାଇଁ 30 ଫୁଟ ଲମ୍ବାର ବିଶାଳ ବାହୁଙ୍ଗି ତିଆରି କଲେ କଟକ ବିଡାନାସୀ, କୁମ୍ଭାରସାହି ତ୍ରିନାଥ ଯୁବକ କାଉଡ଼ିଆ ସଂଘ । ଅଧିକ ପଢ଼ନ୍ତୁ

sawan month 2023
ଶ୍ରାବଣ ମାସ ଦ୍ବିତୀୟ ସୋମବାର
ଶ୍ରାବଣ ମାସ ଦ୍ବିତୀୟ ସୋମବାର

କଟକ: ଚାଲିଛି ଶ୍ରାବଣ ମାସ । ଚାରିପାଳି ଧରି ମହାଦେବଙ୍କ ନିକଟରେ ଜଳଲାଗି କରିବେ କାଉଡ଼ିଆ । ଶ୍ରାବଣ ମାସ ସୋମବାର ଅବସରରେ ରବିବାରଠାରୁ ଚଳଚଞ୍ଚଳ ହୋଇ ଉଠୁଛି କଟକ ସହର । କାଉଡ଼ିଆମାନେ ବାହୁଙ୍ଗିରେ ପାଣି ଭାର ଧରି ମହାଦେବଙ୍କ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏକ ବିରାଟ ଶିବ ଧନୁର ବାହୁଙ୍ଗି ଧରି କଟକ ବିଡାନାସୀ କୁମ୍ଭାରସାହି ତ୍ରିନାଥ ଯୁବକ କାଉଡ଼ିଆ ସଂଘ ଜଳାଭିଷେକ ପାଇଁ ବାହାରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବୋଲବମ ଧ୍ୱନିରେ ପ୍ରକମ୍ପିତ ବାବା ଆଖଣ୍ଡଳମଣିଙ୍କ ପୀଠ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଆସନ୍ତାକାଲି ଶ୍ରାବଣ ମାସ ଦ୍ବିତୀୟ ସୋମବାର ଥିବା ବେଳେ କଟକ ବିଡାନାସୀ, କୁମ୍ଭାରସାହି ତ୍ରିନାଥ ଯୁବକ କାଉଡ଼ିଆ ସଂଘ ରବିବାର ସନ୍ଧ୍ୟାରେ ଜଳାଭିଷେକ ଯାତ୍ରାରେ ବାହାରିଛନ୍ତି । ଆଉ ସାଙ୍ଗରେ ଧରିଛନ୍ତି ଏକ ବିଶାଳ ଶିବ ଧନୁ ଆକାରରେ ନିର୍ମିତ ବୋଲବମ ବାହୁଙ୍ଗି । ବାହୁଙ୍ଗିଟିର ଲମ୍ବ ପ୍ରାୟ 30 ଫୁଟ୍‌ ହୋଇଥିବା ବେଳେ, ଏହାକୁ ତିଆରି କରିବାକୁ ସମୁଦାୟ 20 ଦିନ ଲାଗିଥିଲା । ଫୁଲ, ସୋଲ, ବାଉଁଶ ଓ କାଠରେ ନିର୍ମିତ ହୋଇଛି ଏହି ବାହୁଙ୍ଗି । ଯାହା ବେଶ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ: ଶ୍ରାବଣ ସୋମବାର: ଧବଳେଶ୍ବରଙ୍କ ପୀଠରେ ଜଳଲାଗି କଲେ ହଜାର ହଜାର କାଉଡ଼ିଆ

କଟକ ଚହଟା ଘାଟରୁ 30 ଲିଟର ଜଳ ଓ କ୍ଷୀର ନେଇ, ଶତାଧିକ ଯୁବକ ଏହି ବିଶାଳ ବାହୁଙ୍ଗି ସହିତ ସର୍ପେଶ୍ବର ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ଏହି ବାହୁଙ୍ଗି ନିର୍ମାଣରେ ପ୍ରାୟ 35 ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଭାଇଚାରାର ବାର୍ତ୍ତା ବାଣ୍ଟିବାର ପ୍ରୟାସ କରିବା ସହିତ ନିଜ ଗ୍ରାମ ତଥା ସମାଜର ଉନ୍ନତି ପାଇଁ ମହାଦେବଙ୍କ ନିକଟକୁ ଜଳାଭିଷେକ କରିବାକୁ ଯୁବକ ମାନେ ବାହାରିଛନ୍ତି । କାଉଡ଼ିଆଙ୍କ 'ବୋଲ ବମ୍ ହର ହର ବମ୍, ଭୋଳା ବାବା ପାର୍ କରେଗା, ଜଟିଆ ବାବା ପାର କରେଗା'' ଧ୍ବନୀରେ ଚଉଦିଗ ପ୍ରକମ୍ପିତ ହୋଇ ଉଠୁଛି । ତେବେ ବାହୁଙ୍ଗିଟିକୁ ଦେଖିବା ପାଇଁ ଚହଟା ଛକ ଜନସାଧାରଣଙ୍କ ବେଶ ଭିଡ଼ ଦେଖିବାକୁ ମିଳିଛି । ବିଶାଳ ବାହୁଙ୍ଗି ଦେଖି ବାଟରେ ଯାଉଥିବା ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଅନ୍ୟପଟେ କାଉଡିଆଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଶୈବପୀଠରେ ପୋଲିସ ମୁତୟନ ହୋଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.