କଟକ: ସାହିତ୍ୟ ଭାରତୀ ସମ୍ମାନ ପାଇବେ ବିଶିଷ୍ଟ ସାହିତ୍ୟିକ ଦେବଦାସ ଛୋଟରାୟ । ବରିଷ୍ଠ ପ୍ରଶାସକ କଥା ସାହିତ୍ୟିକ ଦେବଦାସ ଛୋଟରାୟଙ୍କୁ ସମ୍ମାନିତ କରି ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ୍ । ଏପ୍ରିଲ 4ରେ କଳାବିକାଶ କେନ୍ଦ୍ରରେ ଆୟୋଜିତ ଅନୁଷ୍ଠାନରେ 26ତମ ସମ୍ମାନ ପ୍ରଦାନ ସମାରୋହରେ ଛୋଟରାୟଙ୍କୁ ସମ୍ମାନ ପ୍ରଦାନ କରାଯିବ ।
ସମ୍ମାନ ରୂପରେ ତାଙ୍କୁ 1 ଲକ୍ଷ ଟଙ୍କାର ଉପାୟନ ସମେତ କୋଣାର୍କ ମନ୍ଦିର ମୁଖଶାଳାର ରୌପ୍ୟ ପ୍ରତିରୂପ ଅର୍ପଣ କରାଯିବ । ପ୍ରକାଶଥାଉକି, 1946 ମସିହାରେ ଜନ୍ମଗ୍ରହଣ କରିଥିଲେ ଦେବଦାସ ଛୋଟରାୟ । ସେ ଏକାଧାରରେ ଜଣେ କବି, ଗୀତିକାର, ଗାଳ୍ପିକ, ସଂଳାପ ଲେଖକ । 1971 ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ବିଭିନ୍ନ ପ୍ରଦେଶରେ ପ୍ରଶାସନିକ ଦାୟିତ୍ବ ନିର୍ବାହ କରିଛନ୍ତି ।
ସେ 2006ରେ ରେଭେନ୍ସା ବିଶ୍ବ ବିଦ୍ୟାଳୟର ପ୍ରଥମ କୁଳପତି ଭାବେ କାର୍ଯ୍ୟ କରିଥିଲେ । ଏଥିସହିତ 75ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ସଙ୍ଗୀତ ଓ ସଂଳାପ ରଚନା କରିଛନ୍ତି । ପ୍ରକାଶଥାଉକି, ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ ଚଳିତବର୍ଷ ବରିଷ୍ଠ ଚିକିତ୍ସିକ ତଥା ବିଶିଷ୍ଟ ଭାସ୍କର୍ଯ୍ୟଶିଳ୍ପୀ ଡାକ୍ତର ଯଦୁନାଥ ପ୍ରସାଦ ଦାସଙ୍କୁ ପ୍ରଦାନ କରାଯିବ । ସମ୍ମାନ ପ୍ରଦାନ ସମାରୋହରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ.ମୁରଲୀଧର ଓ ଡକ୍ଟର ସଂଘମିତ୍ରା ମିଶ୍ର ଅତିଥି ଭାବେ ଯୋଗଦେଇ ପ୍ରତିଭା ମାନଙ୍କୁ ସମ୍ମାନିତ କରିବେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ