କଟକ: ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ। ଏସ୍ସିବି ଡେଙ୍ଗୁ ୱାର୍ଡରେ ଏନେଇ ବଢିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ମଙ୍ଗଳବାର ଏସ୍ସିବି ଡେଙ୍ଗୁ ୱାର୍ଡରେ 60 ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ 5 ଜଣ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।
ମଙ୍ଗଳବାର ଏସ୍ସିବିରେ ମୋଟ 82ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ 16ଟି ପଜିଟିଭ ଥିବା ଜଣା ପଡିଛି। ସେଥିରୁ କଟକ ଓ କେନ୍ଦ୍ରାପଡାରୁ ସର୍ବାଧିକ 3 ଜଣ ଡେଙ୍ଗୁ ରୋଗୀ ଥିବା ବେଳେ ଯାଜପୁରରୁ 2 ଜଣ, ଜଗତସିଂହପୁରରୁ 2 ଜଣ, ଖୋର୍ଦ୍ଧାରୁ ଜଣେ, ପୁରୀରୁ ଜଣେ ଓ ଢେଙ୍କାନାଳରୁ 2 ଜଣ ଲେଖାଏଁ ଡେଙ୍ଗୁ ରୋଗୀ ରହିଛନ୍ତି।
ତେବେ କଟକରୁ ଯେଉଁ 3 ଜଣ ଡେଙ୍ଗୁ ରୋଗୀ ଅଛନ୍ତି ସମସ୍ତେ କଟକ ସହର ମଧ୍ୟରୁ ଆସିଥିବା ଜଣା ପଡିଛି । ଯେଉଁମାନଙ୍କ ମଧ୍ୟରୁ ସିଡିଏ, ବକ୍ସିବଜାର ଓ ତାରିଣୀ ବଜାରରୁ ଜଣେ ଲେଖାଏଁ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ