କଟକ: ବଢ଼ିଲା ଡେଙ୍ଗୁ ଚିନ୍ତା । ଯଦିଓ ଏହାକୁ ନେଇ କୌଣସି ଭୟ କରିବାର ଆବଶ୍ୟକତା ନାହିଁ, ତଥାପି ସଚେତନ ରହିବାକୁ ପଡିବ।ଏସସିବିରେ ଶନିବାର ୨୩ ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଛନ୍ତି । ଚିକିତ୍ସିତ ହେଉଥିବା ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି।
ଚିକିତ୍ସିତ ହେଉଥିବା ଅଧିକାଂଶ ରୋଗୀ କଟକର ବୋଲି ଜଣାପଡିଛି। ତେବେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ସମସ୍ତ ପ୍ରକାର ପ୍ରସ୍ତୁତ ରହିଥିବା ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି । ୨୦୦ ବେଡ଼, ୨୦ଟି ଆଇସିୟୁ ଏଥିପାଇଁ ପ୍ରସ୍ତୁତ ରଖାଯାଇଥିବା ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ