ETV Bharat / state

ଡେଙ୍ଗୁ ସଂକ୍ରମଣରେ ଚତୁର୍ଥ ସ୍ଥାନରେ କଟକ, ଭୟଭୀତ ନହେବାକୁ ସିଡିଏମଓଙ୍କ ପରାମର୍ଶ - କଟକର ଡେଙ୍ଗୁ ହସ୍ପିଟାଲ

ଡରାଉଛି ଡେଙ୍ଗୁ । ଧିରେ ଧିରେ ବିଭିନ୍ନ ଜିଲ୍ଲାରେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଡେଙ୍ଗୁ ସଂକ୍ରମଣର ସବୁଠାରୁ ପିକ୍ ସମୟ ଥିବା ବେଳେ ଭୟଭୀତ ନହୋଇ ସଚେତନ ରହିବାକୁ କଟକ ସିଡିଏମଓଙ୍କ ପରାମର୍ଶ । ଅଧିକ ପଢନ୍ତୁ

ଡରାଉଛି ଡେଙ୍ଗୁ
ଡରାଉଛି ଡେଙ୍ଗୁ
author img

By

Published : Aug 11, 2023, 3:55 PM IST

ଭୟଭୀତ ନହେବା ସିଡିଏମଓଙ୍କ ପରାମର୍ଶ

କଟକ: ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲା ମହାନଗର ନିଗମ ଅଧୀନରେ ବର୍ତ୍ତମାନ 90ରୁ ଉର୍ଦ୍ଧ୍ବ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି । ଯଦି ଦେଖିବା ତେବେ କଟକ ଡେଙ୍ଗୁ ଆକ୍ରାନ୍ତ ତାଲିକାରେ 4 ନମ୍ବର ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଭୁବନେଶ୍ୱର ଏହାପରେ ବାଲେଶ୍ଵର ଓ ପୁରୀ ରହିଥିବା ବେଳେ ଚତୁର୍ଥ ସ୍ଥାନରେ କଟକ ରହିଛି । କିଛି ଦିନ ମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କହିଛନ୍ତି ସିଡିଏମଓ କଟକ ।

କଟକ ସିଡିଏମଓ ମକରନ୍ଦ ବେଉରା କହିଛନ୍ତି,‘‘ଏହା ଡେଙ୍ଗୁ ସଂକ୍ରମଣର ସବୁଠାରୁ ପିକ୍ ସମୟ । ଏହି ସମୟରେ ଡେଙ୍ଗୁଙ୍କ ବଂଶବୃଦ୍ଧି ହୋଇଥାଏ। ଡେଙ୍ଗୁ ରୋଗ ପାଇଁ କୌଣସି ପ୍ରକାର ଆତଙ୍କିତ ହେବାର କାରଣ ନାହିଁ । ଏହି ଡେଙ୍ଗୁ ରୋଗ ୯୫% ଭଲ ହୋଇଯାଏ । ଅବଶିଷ୍ଟ ୫% ବିପଦ ସୃଷ୍ଟି କରିଥାଏ । କଟକ ଜିଲ୍ଲା ଡେଙ୍ଗୁ ରୋଗରେ ଚତୁର୍ଥ ସ୍ଥାନରେ ରହିଥିଲେ ବି ସମସ୍ତ ରୋଗୀ ସୁସ୍ଥ ଅଛନ୍ତି । କୌଣସି ଚିନ୍ତାର କାରଣ ନାହିଁ । ଏବେ ପର୍ଯ୍ୟନ୍ତ କଟକ ମହାନଗର ଅଞ୍ଚଳରେ ୬୦ ଜଣ ଏବଂ ଗ୍ରାମାଞ୍ଚଳରେ ୩୪ ଜଣ ମୋଟ ୯୪ ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କର ଚିକିତ୍ସା ମଧ୍ୟ ଚାଲିଛି । ସାଧାରଣତଃ ବର୍ଷା ଦିନରେ ମଶା ଅଣ୍ଡା ଦେଇଥାଆନ୍ତି । ଫଳରେ ସେମାନଙ୍କ ବଂଶ ବୃଦ୍ଧି ପାଇଥାଏ । ତେଣୁ ମଶା ବଂଶ ଯେପରି ବୃଦ୍ଧି ନପାଏ ସେଥି ପାଇଁ ଜନସାଧାରଣ ସଚେତନ ରହିବା ଦରକାର । ଅପରିଷ୍କାର ପାଣି, ଟିଣ ଡବା, ପୁରୁଣା ଟାୟାର ଥିବା ସ୍ଥାନରେ ପାଣି ଜମି ରହିଲେ ମଶା ବଂଶ ବୃଦ୍ଧି ପାଇଥାଏ । ତେଣୁ ନଜ ପରିବେଶ ସଫା ରଖିବା ପାଇଁ ଚେଷ୍ଟା କରନ୍ତୁ । ଏହାଫଳରେ ମଶାଙ୍କ ପାଦୃର୍ଭାବ କମ୍ ରହିବ ।’’

ଅଧିକ ପଢନ୍ତୁ: ଚିନ୍ତା ବଢ଼ାଉଛି ଡେଙ୍ଗୁ, ସମ୍ବଲପୁରରେ 5 ରୋଗୀ ଚିହ୍ନଟ

ସେ ଆହୁରି ମଧ୍ୟ କହିଛନ୍ତି,‘‘କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀନରେ ଥିବା ଡ଼ାକ୍ତର ଖାନାରେ ୧୦ଟି ଏବଂ ପ୍ରତି ବ୍ଲକରେ ଦୁଇଟି ଲେଖାଏଁ ବେଡ୍ ଡେଙ୍ଗୁ ରୋଗୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । କଟକ ବଡ଼ ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ପାଇଁ ୬୦ଟି ବେଡର ରହିଛି । ଆବଶ୍ୟକ ପଡିଲେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ । ଜିଲ୍ଲାରେ ଡେଙ୍ଗୁ ରୋଗ ପାଇଁ ଆତଙ୍କିତ ହେବାର କୌଣସି କାରଣ ନାହିଁ । ତେବେ ଡେଙ୍ଗୁ କିପରି ବେଶୀ ନବ୍ୟାପିବ ସେ ଦିଗରେ ମଧ୍ୟ ବେସ ସଚେତନତା ଗ୍ରହଣ କରଯାଉଛି । ଜିଲ୍ଲାରେ ସବୁ ବ୍ଲକରେ ପ୍ରଶାସନ ପକ୍ଷରୁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରଯାଉଛି ।’’

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.