ETV Bharat / state

ସାଲେପୁରର 87ନଂ ବୁଥରେ ବିଳମ୍ବରେ ମତଦାନ - 87no booth

ଆରମ୍ଭ ହୋଇଯାଇଛି ଶେଷ ପର୍ଯ୍ୟାୟ ମହାସଂଗ୍ରାମ । ସମସ୍ତ ସ୍ଥାନରେ ବିଧିବଦ୍ଧ ଭାବେ ଭୋଟିଂ ଚାଲିଛି । ତେବେ କଟକ ସାଲେପୁର ନିର୍ବାଚନ ମଣ୍ଡଳୀର 87ନଂ ବୁଥରେ ମତଦାନରେ ବିଳମ୍ବ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Apr 29, 2019, 11:52 AM IST

କଟକ: ଚତୁର୍ଥ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସମସ୍ତ ସ୍ଥାନରେ ବିଧିବଦ୍ଧ ଭାବରେ ଭୋଟିଂ ଆରମ୍ଭ ହୋଇଥିବା ବେଳେ କଟକ ସାଲେପୁର ନିର୍ବାଚନ ମଣ୍ଡଳୀର 87ନଂ ବୁଥରେ ମତଦାନରେ ବିଳମ୍ବ ହୋଇଛି । 7ଟା ପରିବର୍ତ୍ତେ 7ଟା 30ରେ ଆରମ୍ଭ ହୋଇଛି ମତଦାନ। ବିଳମ୍ଭରେ ଆରମ୍ଭ ହୋଇଥିଲେ ସୁଦ୍ଧା କିପରି ଶାନ୍ତି ଶୃଙ୍ଖଳା ସହ ମତଦାନ ହେବ ସେଥିପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ମତଦାନ ପ୍ରକ୍ରିୟାରେ ବିଳମ୍ବ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ଏନେଇ ପ୍ରିଜାଇଡିଂ ଅଫିସର ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏଜେଣ୍ଟଙ୍କୁ ଅପେକ୍ଷା କରିବା ଫଳରେ ମତଦାନରେ ବିଳମ୍ବ ହୋଇଥିଲା । ପରେ ଏଜେଣ୍ଟମାନେ ଆସି ମକ ପୋଲ ହେଲା ପରେ ତାକୁ କ୍ଲିୟର କରି ସିଲ କରିଥିଲା । ଫଳରେ ଅଧଘଣ୍ଟା ବିଳମ୍ବ ହୋଇଥିବା ହେତୁ ସମସ୍ତଙ୍କୁ 6ଟା ପୂର୍ବରୁ ଉପଯୁକ୍ତ ସମୟ ଦିଆଯିବ ବୋଲି କହିଛନ୍ତି ପ୍ରିଜାଇଡିଂ ଅଫିସର ।

ଆବଶ୍ୟକୀୟ ଅନୁଯାୟୀ ପୋଲିସ ମୁତୟନ ହେବା ସହ ଶାନ୍ତି ଶୃଙ୍ଖଳା ସହ ମତଦାନ ପ୍ରକ୍ରିୟା ଚାଲିଛି ଏବଂ ଭୋଟରମାନେ ଲମ୍ବା ଧାଡିରେ ଆସି ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.