ETV Bharat / state

ପଦାରେ ପୂର୍ବତନ ବିଧାୟକଙ୍କ ପରିବାର କଳି, ଦେବାଶିଷଙ୍କୁ ଭାଇ ବୋହୂଙ୍କ ଟାର୍ଗେଟ

author img

By

Published : May 18, 2023, 3:30 PM IST

ପରିବାରିକ ବିବାଦକୁ ଅଡୁଆରେ ପଡିଛନ୍ତି ବାରବାଟୀର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । ଅଧିକ ପଢନୁ

ଦେବାଶିଷ ସାମନ୍ତରାୟ ପରିବାରିକ ବିବାଦ
debasis samantray family dispute

debasis samantray family dispute

କଟକ: ଏବେ ବଡ ବଡିଆ ନେତାଙ୍କ ଘର କଳିକୁ ନେଇ ଭାରି ଚର୍ଚ୍ଚା । ନିକଟରେ ଜଣେ ବଡ ନେତାଙ୍କ ନାମରେ ଯୌତୁକ ନିର୍ଯାତନା ଅଭିଯୋଗ ଆସିଥିବା ଭିତରେ ଆଉ ଏକ ପରିବାରିକ ବିବାଦ ସାମ୍ମାନକୁ ଆସିଛି । ଫାମିଲି ଫାଇଟକୁ ନେଇ ପୁଣି ବିବାଦ ଘେରକୁ ଆସିଛନ୍ତି କଟକ ବାରବାଟୀର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । ଦେବାଶିଷ ତାଙ୍କ ସାନଭାଇଙ୍କୁ ଘରୁ ତଡି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି ତାଙ୍କୁ ଭାଇ ବୋହୂ ଶିଶା ସାମନ୍ତରାୟ ।

୨୦୧୮ ମସିହାରେ ରାଜାବଗିଚା ସ୍ଥିତ ବାସ ଭବନରେ ଜୋର ଜବରଦସ୍ତ ପ୍ରବେଶ କରି ତତ୍କାଳୀନ ବାଦାମବାଡ଼ି ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି ତାଙ୍କୁ ଧମକ ଚମକ୍ ଦେଇଥିବା ସେ ଅଭିଯୋଗ କରିଥିଲେ । ଏ ଘଟଣାରେ ତଦନ୍ତ ପାଇଁ କଟକ DCPଙ୍କୁ ଏବେ ଚିଠି ପଠେଇଛି ମାନବାଧିକାର କମିଶନ । ଦେବାଶିଷ ସାମନ୍ତରାୟ ଚାପ ପକାଇବା ଯୋଗୁଁ ଶିଖାଙ୍କୁ କେହି ନ୍ୟାୟ ଦେଉ ନାହାଁନ୍ତି । ଏଥିପାଇଁ ଦୀର୍ଘ ୫ ବର୍ଷ ପରେ ରାଜ୍ୟ ମାନବାଧିକାର କମିଶନ ଚିଠି ଲେଖିଛନ୍ତି ବୋଲି ଶିଖା ସାମନ୍ତରାୟ କହିଛନ୍ତି । ତାଙ୍କର ଶ୍ବଶୁରଙ୍କ ସମ୍ପତ୍ତିର କୌଣସି ଅଂଶ ଦେବାଶିଷ ତାଙ୍କୁ ଦେବାକୁ ଚାହୁଁ ନାହାଁନ୍ତି । ଯାହାକୁ ନେଇ ଏହି ଘରୋଇ ବିବାଦ ଆରମ୍ଭ ହୋଇଥିଲା । ଘରୁ ତଡ଼ି ଦେବାପାଇଁ ଦେବାଶିଷ ବିଭିନ୍ନ ସ୍ତରରେ ଚାପ ପକେଇ ଥିବା ଅଭିଯୋଗ କରିଛନ୍ତି ଶିଖା ।

ଏହା ବି ପଢନ୍ତୁ...ସୀମା ଡେଇଁଲା ପାଶବିକତା, ଯୁବତୀଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ଡ ଭର୍ତ୍ତି କଲା ପ୍ରେମିକ

ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୋଲିସ ଅଧିକାରୀ ବିରଞ୍ଚି ପତିଙ୍କ ଉପରେ ବର୍ଷିଥିଲେ ଦେବାଶିଷ ସାମନ୍ତରାୟଙ୍କ ଭାଇବୋଧୂ ଶିଖା ସାମନ୍ତରାୟ । 2018 ମସିହା ମାର୍ଚ୍ଚ ମାସରେ ଘରୋଇ ବିବାଦକୁ ନେଇ ତତ୍କାଳୀନ ବାଦାମ ବାଡ଼ି ଥାନା ଅଧିକାରୀ ବିରଞ୍ଚି ପତି ଶିଖା ସାମନ୍ତରାୟଙ୍କୁ ତାଙ୍କ ଘରେ ପଶି ଗାଳିଗୁଳଜ କରିବା ସହ ତାଙ୍କୁ ତାଙ୍କୁ ଘରୁ ବାହାରିଯିବ ପାଇଁ ଧମକ ଦେଇଥିଲେ। ଏହାପରେ ଶିଖା ସାମନ୍ତରାୟ ପୋଲିସ ବିରୁଦ୍ଧରେ ମାନବ ଅଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ କୌଣସି ପ୍ରକାରର ତାଙ୍କୁ ସହଯୋଗ ମିଳିନଥିଲା । ଦୀର୍ଘ ପାଞ୍ଚ ବର୍ଷ ଦୁଇମାସ ପରେ ମାନବ ଅଧିକାର କମିଶନ ପକ୍ଷରୁ ଏକ ଚିଠି ଆସିଛି । ଯେଉଁଥିରେ ପୋଲିସକୁ ତଦନ୍ତ କରି ରିପୋର୍ଟ ଦେବାକୁ ଉଲ୍ଲେଖ ରହିଛି ।

ଏଥିରେ ଶିଖା ସାମସ୍ତରାୟ ପ୍ରତିକ୍ରିୟା ରଖି ସିଧାସଳଖ ଦେଢଶୂର ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ଜାଣିଶୁଣି ଦେବାଶିଷ ନିଜର ରାଜନୈତିକ କ୍ଷମତାକୁ ବ୍ୟବହାର କରି ମାନବ ଅଧିକାର କମିଶନରେ ଏ ମାମଲାକୁ ଏତେ ବର୍ଷ ଘୁଞ୍ଚାଇ ଦେଇଥିଲେ । ଘଟଣା ଘଟିବାର ପାଞ୍ଚ ବର୍ଷ ବିତିଯାଇଛି ତେଣୁ ବର୍ତ୍ତମାନ ସାକ୍ଷ୍ୟ ପ୍ରମାଣ ନାହିଁ ତେଣୁ ତଦନ୍ତର କୌଣସି ମୂଲ୍ୟ ନାହିଁ । ଏମିତିକି ଏହାର ସୁଯୋଗ ନେଇ ଘଟଣାର ପୂର୍ଣ୍ଣଛେଦ ପକାଇବା ପାଇଁ ଉଦ୍ୟମ କରାଯାଉଛି । ପୋଲିସ ଉପରେ ମଧ୍ୟ ପ୍ରଭାବ ପକାଇ ସମସ୍ତ ଘଟଣାକୁ ନିଜ ପଟକୁ ନେଇ ଯାଇଥିବା ସହ ଜାଣିଶୁଣି ହଇରାଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଶିଖା ସାମନ୍ତରାୟ । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ୍ ଟି ସଚିବଙ୍କୁ ନ୍ୟାୟ ପାଇଁ ନିବେଦନ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.