ETV Bharat / state

2 ହଜାର ପାଇଁ ମିଳିଲାନି ଆମ୍ବୁଲାନ୍ସ, ଟ୍ରଲିରେ ବୁହା ହେଲା ମୃତଦେହ

2 ହଜାର ଲାଞ୍ଚ ନଦେବାରୁ ମିଳିଲାନି ଆମ୍ବୁଲାନ୍ସ । ଶେଷରେ ଟ୍ରଲିରେ ବୁହା ହେଲା ମୃତଦେହ ।

ଡିଜାଇନ ଫଟୋ
author img

By

Published : Sep 15, 2019, 2:38 AM IST

କଟକ: ପୁଣି ମୃତଦେହକୁ ଅସମ୍ମାନ । ଆମ୍ବୁଲାନ୍ସ ପାଇଁ ଲାଞ୍ଚ ନଦେବାରୁ ଅଲୋଡା ହୋଇଛି ଶବ । ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ଟ୍ରଲିରେ ବୋହି ନେଇଛନ୍ତି ମୃତଦେହକୁ । ବିଦ୍ୟୁତ ଆଘାତରେ ବାଙ୍କୀ ଚକାପଦା ଗ୍ରାମର ସଞ୍ଜୟ ଦାସଙ୍କର ଅବସ୍ଥା ଗୁରୁତର ହୋଇଥିଲା । ପରେ ତାଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ପରେ ସଞ୍ଜୟଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହାପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ବାଙ୍କୀ ଡାକ୍ତରଖାନା ନିଆଯାଇଥିଲା । ତେବେ ମୃତକଙ୍କ ସାନ ଭାଇ ଡାକ୍ତରଖାନାରେ ଥିବା ଆମ୍ବୁଲାନ୍ସକୁ ମୃତଦେହ ନେବା ପାଇଁ ଅନୁରୋଧ କରିଥିଲେ । ହେଲେ ଆମ୍ବୁଲାନ୍ସ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲା । କିନ୍ତୁ ପରିବାର ଲୋକେ ୨ ହଜାର ଟଙ୍କା ଦେବାକୁ ଅସମର୍ଥ ହେବାରୁ ବାଧ୍ୟ ହୋଇ ମୃତଦେହକୁ ଟ୍ରଲିରେ ନେଇ ଯାଇଥିଲେ।

ବାଙ୍କୀରୁ ଚକାପଦା ପାଖାପାଖି 3 କିଲୋମିଟର ଟ୍ରଲିରେ ମୃତଦେହକୁ ବୁହା ଯାଇଥିଲା । ତେବେ ସରକାରଙ୍କ ମହାପ୍ରୟାଣ ଯୋଜାନାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦାନ ମାଝି ଘଟଣାରେ ଓଡିଶା ବିଶ୍ବ ଦରବାରରେ ଲଜ୍ଜିତ ହୋଇଥିବା ବେଳେ ବାରମ୍ବାର ଏପରି ଘଟଣାକୁ ନେଇ ସଧାରଣରେ ସମାଲୋଚନା କରାଯାଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ପୁଣି ଆଉ ଏକ ଦାନମାଝି ଘଟଣା ଆଜି ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ। ବିଦ୍ୟୁତ ଆଘାତରେ ବାଙ୍କୀ ଚକାପଦା ଗ୍ରାମର ସଞ୍ଜୟ ଦାସଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।ଡାକ୍ତର ଚିକିତ୍ସା କରିବା ପରେ ଡାକ୍ତର ସଞ୍ଜୟ ଙ୍କୁ ମୃତ ଘୋଷଣା କରିଥିଲେ।ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ବାଙ୍କୀ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହକୁ ନିଆଯାଇଥିଲା।ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ ଦେହକୁ ରାଜ ରସ୍ଥା ରେ ଟ୍ରଲିରେ ନିଆଯାଇଥିଲା ।ତେବେ ମୃତକଙ୍କ ସାନଭାଇ ଡାକ୍ତରଖାନାରେ ଥିବା ଆମ୍ବୂଲାନସ କୁ ଶବ ନେବାପାଇଁ ଅନୁରୋଧ କରିଥିଲେ । ଆମ୍ବୂଲାନସ୨ ହଜାର ଟଙ୍କା ନେବାପାଇଁ ଦାବୀ କରିଥିଲେ।ଉକ୍ତ ପରିବାର ୨ ହଜାର ଟଙ୍କା ଦେବାପାଇଁ ଅସମର୍ଥ ହେବାରୁ ବାଧ୍ୟହୋଇ ପରିବାର ଲୋକେ ଶବକୁ ଟଲିରେ ନେଇ ଯାଇଥିଲେ। ବାଙ୍କୀ ରୁ ଚକାପଦା ପାଖା ପାଖି 3 କିଲୋମିଟର ଟଲି ରେ ଶଵ କୁ ବୁହା ଯାଇଥିଲା।ତେବେ ସରକାରଙ୍କ ମହାପ୍ରାୟାଣ ଯୋଜାନା କୁ ନେଇ ସାଧାରଣରେ ପ୍ରଶ୍ନ ଵାଚି ସୃଷ୍ଟି ହୋଇଛି।ଏଭଳି ଦୃଶ୍ଯ ଆଜି ବାଙ୍କୀ ଅଞ୍ଚଳରେ ସରକାର ଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଦାନମାଝି ଘଟଣା ରେ ଓଡିଶା ବିଶ୍ବ ଦରବାରରେ ଲଜ୍ଜିତ ହୋଇଥିବା ବେଳେ ଏଭଳି ଘଟଣାକୁ ନେଇ ସଧାରଣ ରେ ସମାଲୋଚନା କରାଯାଇଛି। Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.