ETV Bharat / state

ଜମିଜମା ପାଇଁ ହତ୍ୟା ! 4ଦିନ ପରେ କୂଅରୁ ମିଳିଲା ମୃତଦେହ - କୂଅରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କଟକ ବିଡ଼ାନାସୀ ନୁଆସାହି ନିକଟ ଏକ କୂଅରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଜମିଜମା ପାଇଁ ପୁଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

murder case in Cuttack
କଟକରେ ଆଇନଜୀବୀଙ୍କୁ ହତ୍ୟା
author img

By

Published : Mar 14, 2023, 6:34 PM IST

ନିଖୋଜର ଚାରି ଦିନ ପରେ ଆଇନଜୀବୀଙ୍କ ମୃତଦେହ ଉଦ୍ଧାର

କଟକ: ବିଡ଼ାନାସୀ ଅଞ୍ଚଳରେ ଚାଞ୍ଚଲ୍ୟ । କୂଅ ଭିତରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ବିଳମ୍ବିତ ରାତିରେ କଟକ ବିଡ଼ାନାସୀ ନୁଆସାହି ନିକଟରେ ଥିବା ଏକ କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ହେଉଛନ୍ତି ଆର୍ଯ୍ୟ ଚୌଧୁରୀ । ସେ ତେଲେଙ୍ଗା ବଜାର ବାସିନ୍ଦା ବୋଲି ଜଣାପଡିଛି । ତେବେ ତାଙ୍କୁ କେହି ହତ୍ୟା କରି କୂଅରେ ପକାଯାଇଥିବା ଆର୍ଯ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା: ତଦନ୍ତ ରିପୋର୍ଟ ପାଇଲା ପ୍ରଶାସନ, ମହାପ୍ରଭୁଙ୍କ ଜମିରେ ହୋଇଛି କମ୍ପ୍ଲେକ୍ସ

ମୃତ ଆର୍ଯ୍ୟ ପେସାରେ ଜଣେ ଆଇନଜୀବୀ ଅଟନ୍ତି । ସେ ଗତ 4 ଦିନ ଧରି ସେ ନିଖୋଜ ଥିଲେ । ତେବେ ସୋମବାର ରାତିରେ ଘର ନିକଟସ୍ଥ କୂଅରୁ ତାଙ୍କ ମୃତଦେହ ଠାବ କରଯାଇଛି । ଖବର ପାଇ ଘଟଣା ସ୍ଥଳରେ ବିଡ଼ାନାସୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ତଦନ୍ତ ଚଳାଇଛି । ତେବେ ଆର୍ଯ୍ୟଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକଙ୍କ ମାଆଙ୍କ ଅଭିଯୋଗ ଅନୁଯାୟୀ, "ଜମିଜମା କାରଣରୁ ପୁଅକୁ ହତ୍ୟା କରାଯାଇଛି । ଦୀର୍ଘ ଦିନ ଧରି ଆର୍ଯ୍ୟ ଆଇନଜୀବୀ ଭାବେ ଟ୍ରେନିଂ ନେଉଥିଲେ । ଗତ ଚାରିଦିନ ଧରି ନିଖୋଜ ରହିଥିଲେ ଆର୍ଯ୍ୟ । ଚାରିଆଡ଼େ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା । କିନ୍ତୁ ଗତ ରାତିରେ ଘରପାଖ କୂଅରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ପୁଅ ହତ୍ୟାକାଣ୍ଡରେ ଦୁଇ ଜଣ ସାମିଲ ରହିଛନ୍ତି ।"

ମୃତଦେହ ଉପରେ ଅନେକ ସାମଗ୍ରୀ ଘୋଡ଼ା ଯାଇଥିବା ଦେଖିବାକୁ ମିଳିଛି । ତେଣୁ ପ୍ରାଥମିକ ତଦନ୍ତରୁ ଆର୍ଯ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସନ୍ଦେହ କରୁଛି । ଅନ୍ୟପଟେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିବା ଏସିପି ତାପସ ପ୍ରଧାନ ସୂଚନା ଦେଇଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଖୁବ ଶୀଘ୍ର ଏହି ଘଟଣା ଉପରରୁ ପରଦା ଉଠିବ ବୋଲି କହିଛନ୍ତି ଏସିପି । ତେବେ ସୋମବାର ମୃତଦେହ ମିଳିବା ପରେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରୁ ଅନେକ ସୁରାଗ ହାସଲ କରିଛି । ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.