ETV Bharat / state

ଅନୁଭବଙ୍କୁ ଯୋଗାଇ ଦିଆଯିବ ସୁରକ୍ଷା: ଡିସିପି

ବିଜେଡି କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ମିଳିଛି ହତ୍ୟା ଧମକ । ଏହି ମାମଲାରେ କଟକ ଡିସିପି ଅଖିଳେଶ୍ବର ସିଂହ ପ୍ରତିକ୍ରିୟା ଦେଇଛନ୍ତି । ଅନୁଭବଙ୍କ ଜୀବନ ପ୍ରତି ବିପଦ ରହିଛି ତେଣୁ  ଅଭିଯୁକ୍ତ ଧରା ନହେବା ପର୍ଯ୍ୟନ୍ତ  ଅନୁଭବଙ୍କୁ ସମସ୍ତ ପ୍ରକାର ପୋଲିସ ସୁରକ୍ଷା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ।

author img

By

Published : Apr 30, 2019, 7:50 PM IST

Updated : Apr 30, 2019, 10:38 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତ, କଟକ

କଟକ: ବିଜେଡି କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ମିଳିଛି ହତ୍ୟା ଧମକ । ଏହି ମାମଲାରେ କଟକ ଡିସିପି ଅଖିଳେଶ୍ବର ସିଂହ ପ୍ରତିକ୍ରିୟା ଦେଇଛନ୍ତି । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା କଥା ସେ କହିଛନ୍ତି । ଅନୁଭବଙ୍କ ଜୀବନ ପ୍ରତି ବିପଦ ରହିଛି ତେଣୁ ଅଭିଯୁକ୍ତ ଧରା ନହେବା ପର୍ଯ୍ୟନ୍ତ ଅନୁଭବଙ୍କୁ ସମସ୍ତ ପ୍ରକାର ପୋଲିସ ସୁରକ୍ଷା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତ, କଟକ

ଏଠାରେ ସୂଚନା ଯୋଗ୍ୟ ଯେ ଅନୁଭବଙ୍କ ଅଭିଯୋଗ ଅନୁଯାୟୀ, ମେସେଜରେ କେହି ଦୁବୃର୍ତ୍ତ ଅନୁଭବଙ୍କୁ ୧୦ ଲକ୍ଷ ଟଙ୍କା ମାଗିଛି । ଆଉ ଟଙ୍କା ନଦେଲେ ହତ୍ୟା କରାଯିବ ବୋଲି ମଧ୍ୟ ଧମକ ଦେଇଛି । ଏକ ଅଜଣା ନମ୍ବରରୁ ହ୍ବାଟସ୍‌ ଆପ୍‌ରେ ମିଳିଥିଲା ଏଭଳି ଧମକ । ଏ ନେଇ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ଅନୁଭବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 30, 2019, 10:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.