କଟକ: ଖୁବଶୀଘ୍ର ସାଇବର କ୍ରାଇମର ଅନ୍ତ ଘଟିବ। ସେଥିପାଇଁ କ୍ରାଇମବ୍ରାଞ୍ଚ ପ୍ରସ୍ତୁତ କରିଛି ନୂତନ ବ୍ଲୁ ପ୍ରିଣ୍ଟ । ସୋସିଆଲ ମିଡିଆରେ କେହି ହେବେନି ଠକାମୀର ଶିକାର । ଏହାସହିତ କୌଣସି ବ୍ୟକ୍ତି ସୋସିଆଲ ମିଡିଆ ମଧ୍ୟମରେ ବ୍ଲାକମେଲିଂ କଲେ ମଧ୍ୟ ପଡିବ ମହଙ୍ଗା । ଏନେଇ ଆଜି ରାଜ୍ୟ କ୍ରଇମବ୍ରାଞ୍ଚ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ।
କ୍ରାଇମବ୍ରାଞ୍ଚ ପକ୍ଷରୁ ବିଭିନ୍ନ ପନ୍ଥା ଗ୍ରହଣ କରାଯାଇଛି । ଯାହାଦ୍ବାରା ରାଜ୍ୟରେ ଅନେକ ସାଇବର କ୍ରାଇମକୁ ରୋକା ଯାଇପାରିବ । ଏହି ବଡ଼ ଚ୍ୟାଲେଞ୍ଜ ପାଇଁ ଦୁଇଟି ପର୍ଯ୍ୟାୟରେ 250 ପୋଲିସ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏହାସହିତ ବର୍ତ୍ତମାନ ସୁଧା 3 ଟି ରେଞ୍ଜ ସମ୍ବଲପୁର, ରାଉରକେଲା, ଅନୁଗୋଳରେ 340 କନେଷ୍ଟବଳ ଓ ସବ ଇନିସ୍ପେକ୍ଟର ମାନକୁ ଟ୍ରେନିଂ ଦିଆଯାଇଛି । ଆଗାମୀ ଦିନରେ ଆହୁରି ପୋଲିସ କର୍ମଚାରୀଙ୍କୁ ସାଇବର କ୍ରାଇମ ତଦନ୍ତର ପ୍ରଶିକ୍ଷଣ ଦିଆଯିବ । ଏହାସହିତ ଅନେକ ଗୁରୁତ୍ବପୂର୍ଣ୍ଣ ତଦନ୍ତକାରୀ ଉପକରଣ ମଧ୍ୟ ହାତକୁ ନେଇଛି କ୍ରାଇମବ୍ରାଞ୍ଚ । ଯାହାଦ୍ବାରା ସାଇବର କ୍ରାଇମକୁ ରୋକା ଯାଇପାରିବ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ