ETV Bharat / state

AI RAKHI: କଥା କହୁଛି ରାକ୍ଷୀ, କ୍ୟୁଆର୍ କୋର୍ଡ ସ୍କାନ କଲେ ଭାଇ ଶୁଣିବ ଭଉଣୀ ମେସେଜ୍; ଦାମ ବହୁତ ଶସ୍ତା

author img

By

Published : Aug 19, 2023, 3:26 PM IST

ଆଗକୁ ରାକ୍ଷୀ ପୂର୍ଣ୍ଣିମା । ଏବେ ବଜାରରେ ମିଳିଲାଣି ଭଳି କି ଭଳି ଡିଜାଇନର ରାକ୍ଷୀ । ମାର୍କେଟ ଏଥର ନୂଆ କରି ଦେଖିବାକୁ ମିଳିଛି ଏଆଇ ରାକ୍ଷୀ ଅର୍ଥାତ ଆର୍ଟିଫିସିଆଲ ଇଣ୍ଟିଲେଜେନ୍ସି ରାକ୍ଷୀ । ଯାହାକୁ ତିଆରି କରିଛନ୍ତି କଟକର ଯୁବକ ଇଶ୍ୱର ବେହାରା । ଅଧିକ ପଢନ୍ତୁ

AI rakhi in Cuttack
AI rakhi in Cuttack
AI rakhi in Cuttack

କଟକ: ଆଉ ଦିନ କେଇଟା ପରେ ରକ୍ଷୀ ପୂର୍ଣ୍ଣିମା । ଏବେ ଠାରୁ ବଜାରରେ ଖୋଲିଲାଣି ରାକ୍ଷୀ ପସରା। ପ୍ରତି ବର୍ଷ ବଜାରକୁ କିଛି ନି କିଛି ଭିନ୍ନ ପ୍ରକାରର ରାକ୍ଷୀ ଆସିଥାଏ। ଯାହାକୁ ବେଶ ପସନ୍ଦ ମଧ୍ୟ କରିଥାନ୍ତି ଗ୍ରାହକ। ଚଳିତ ବର୍ଷ ମଧ୍ୟ ବଜାରକୁ ଏକ ଭିନ୍ନ ଧରଣର ରାକ୍ଷୀ ଆସିଛି । AI (କୃତ୍ରିମ ବୁଦ୍ଧିମତା)କୁ ନେଇ ଅଧିକ ଚର୍ଚ୍ଚା ଚାଲିଥିବା ବେଳେ ବଜାରକୁ ମଧ୍ୟ ଆସିଛି ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସି ରାକ୍ଷୀ । ଏ ରାକ୍ଷୀ କଥା କହୁଛି । ଭାଇର ହାତରେ ଭଉଣୀ ରାକ୍ଷୀ ବାନ୍ଧିବା ସହ ଭଏସ ରେକର୍ଡରେ ଶୁଭେଚ୍ଛା ମଧ୍ୟ ଜଣାଇ ପାରିବ । ଏଥିରେ ଲାଗିଥିବା କ୍ୟୁଆର କୋର୍ଡ ଭାଇ ପାଖରେ ତାର ଭଉଣୀରେ ବାର୍ତ୍ତା ପହଞ୍ଚାଇବ। ଏହି ରାକ୍ଷୀକୁ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି କଟକ ଚାଉଳିଆଗଞ୍ଜର ଯୁବକ ଇଶ୍ୱର ବେହାରା ।

AI ରାକ୍ଷୀ କଣ?

ଏହି ରାକ୍ଷୀ ଟି ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ ପକ୍ରିୟାରେ ପ୍ରସ୍ତୁତ ହୋଇଛି। ଏଥିରେ ରହିଛି ଏକ କ୍ୟୁଆର କୋର୍ଡ। ଗୁଗଲକୁ ଯାଇ କ୍ୟାମେରାରେ କ୍ୟୁଆର କୋଡକୁ ସ୍କାନ କଲେ ରାକ୍ଷୀ ପୂର୍ଣ୍ଣମା ଅବସରରେ ଭଉଣୀ ଭାଇ ପାଖକୁ ପଠାଇଥିବା ଫଟୋ ମାଧ୍ୟମରେ ଗୀତ ବା ଭଏସ ମେସେଜ ପହଞ୍ଚିପାରିବ। ଆଗକୁ ରାକ୍ଷୀ ପୂର୍ଣ୍ଣମା ଥିବାରୁ ଏଥର ମଧ୍ୟ AI ରାକ୍ଷୀକୁ ନେଇ ଭଲ ଦୁଇ ପଇସା ବ୍ୟବସାୟ କରିବେ ବୋଲି ଆଶା ରଖିଛନ୍ତି ଈଶ୍ୱର।

ଏହା ମଧ୍ୟ ପଢନ୍ତୁ-ମନ ମୁତାବକ ସାଥି ଚାହୁଁଛନ୍ତି କି ? ଏଣିକି ସାହାଯ୍ୟ କରିବ AI

ତେବେ ଏହା ପୂର୍ବରୁ ଇଶ୍ବର କୋଭିଡ କୀଟ ରାକ୍ଷୀ, ଏଗ୍ରିମେଣ୍ଟ ରାକ୍ଷୀ, ଅକ୍ସୀଜେନ ରାକ୍ଷୀ ପ୍ରସ୍ତୁତ କରି ସାରିଥିବା ବଳେ ଏବେ ଆର୍ଟଫିସିଆଲ ଇଣ୍ଟିଲିଜେନ୍ସି ରାକ୍ଷୀ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ଇଶ୍ବର। ଏହା ସହ ଭାଇ ଭଉଣୀର ଫୋଟଥିବା ରାକ୍ଷୀ ମଧ୍ୟ ପ୍ରସ୍ତୁତ କରିଛନ୍ତି ସେ। AI ରାକ୍ଷୀର ମୂଲ୍ୟ ଶହେ ଟଙ୍କା ରହିଛି । ଗ୍ରାହକଙ୍କ ଅର୍ଡର ଅନୁଯାୟୀ ଏହାକୁ ପ୍ରସ୍ତୁତ କରାଯାଉଛି। ଏଆଇ ରାକ୍ଷୀ ପାଇଁ ପ୍ରଥମେ ଗ୍ରାହକ ମାନେ ଭାଇର ଉଦେଶ୍ୟରେ ଫଟୋ, ଗୀତ ଓ ଭଏସ ମେସେଜ ଇଶ୍ବରଙ୍କ ପାଖରେ ହ୍ବାଟ୍ସଆପରେ ପଠାଇଥାନ୍ତି। ଏହା ପରେ ଏହାର ଏକ କ୍ୟୁଆର କୋଡ ପ୍ରସ୍ତୁତ କରାଯାଇ ଏଆଇ ରାକ୍ଷୀ ତିଆରି କରାଯାଇଥାଏ। ତେବେ ଏହି ଡିଜିଟାଲ ଯୁଗରେ ଏହି ନୂଆ ପ୍ରକାର ରାକ୍ଷୀ କୁ ବେଶ ପସନ୍ଦ କରୁଛନ୍ତି ଗ୍ରାହକ। ଓଡିଶାରେ ଦିନ କୁ ଦିନ ପ୍ରଯୁକ୍ତିବିଦ୍ୟାର ବିକାଶ ହେଉଥିବା ବେଳେ ଏହି AI ରାକ୍ଷୀ ନିଶ୍ଚୟ ଭାଇ ଭଉଣୀ ମଧ୍ୟରେ ଦୂରତାକୁ କମେଇ ପାରିବ ବୋଲି ଆଶା କରାଯାଉଛି।

ଏନେଇ ଇଣ୍ବର କହିଛନ୍ତି,"ଏଆଇ ରାକ୍ଷୀ ମାର୍କେଟରୁ ଆଣିବାର ମୂଳ ଲକ୍ଷ୍ୟ ସମସ୍ତେ ଜାଣନ୍ତୁ ଏଆଇଇ କଣ। ଭଉଣୀ ତା ଫଟୋ ଆମକୁ ହ୍ବାଟ୍ସଆପରେ ପଠାଇବା ପରେ ଆମେ ତାକୁ ଏଆଇରେ ଜେନେରେଟ କରି କ୍ୟୁଆର କୋଡ କରିବୁ। ଏହାକୁ ରାକ୍ଷୀରେ ଚିପକାଯାଇ ଗୀତ ହେଉକି ମେସେଜ, ତାହା ଫିଡ କରିକି ଗ୍ରାହକଙ୍କୁ ଦିଆଯାଉଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.