ETV Bharat / state

କଟକ ଡ୍ରାଇଭରଙ୍କୁ କେନ୍ଦୁଝରରେ ମର୍ଡର ଘଟଣା: ପୋଲିସ ହାତରେ ଲାଗିଲା ସୁରାକ୍

author img

By

Published : Jul 2, 2023, 3:56 PM IST

କାର୍ ଚାଳକଙ୍କ ମୃତଦେହ ଘଷିପୁରାରୁ ଉଦ୍ଧାର ହେବା ଘଟଣାରେ ଉଭୟ ଘଷିପୁରା ଓ କଟକ ୟୁପିଡ଼ି ପୋଲିସ ମିଳିତ ଭାବେ ତଦନ୍ତ ଜାରି ରଖିଛନ୍ତି । ତଦନ୍ତ ବେଳେ ପୋଲିସ ହାତରେ ଗୁରୁତ୍ବପୂର୍ଣ୍ଣ ସୁରାକ ଲାଗିଛି । ଅଧିକ ପଢନ୍ତୁ

ଡ୍ରାଇଭରଙ୍କୁ ହତ୍ୟା ଘଟଣାରେ ପୋଲିସର ତଦନ୍ତ
ଡ୍ରାଇଭରଙ୍କୁ ହତ୍ୟା ଘଟଣାରେ ପୋଲିସର ତଦନ୍ତ
ଡ୍ରାଇଭରଙ୍କୁ ହତ୍ୟା ଘଟଣାରେ ପୋଲିସର ତଦନ୍ତ

କଟକ: କାର୍ ଚାଳକଙ୍କ ମୃତଦେହ ଘଷିପୁରାରୁ ଉଦ୍ଧାର ହେବା ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି ପୋଲିସ । ଉଭୟ ଘଷିପୁରା ଓ କଟକ ୟୁପିଡ଼ି ପୋଲିସ ଏହି ଘଟଣାର ଛାନଭିନ କରୁଛନ୍ତି । ଏହାରି ଭିତରେ ତଦନ୍ତ ପାଇଁ କଟକରେ ପହଞ୍ଚିଛି କେନ୍ଦୁଝର ପୋଲିସ । କାର୍ ମାଲିକଙ୍କ ବୟାନ ରେକର୍ଡ କରିବା ସହ କଲେଜ ଛକ ଟ୍ୟାକ୍ସି ଷ୍ଟାଣ୍ଡ ଓ ଗୋବିନ୍ଦପୁର ଯାଇ ଅନୁସନ୍ଧାନ ଆରମ୍ଭ କରିଛି ଘଷିପୁରା ପୋଲିସ ।

ଘଷିପୁରା ଭାରପ୍ରାପ୍ତ ଥାନା ଅଧିକାରୀ ବିକ୍ରମ ଭୂୟାଁଙ୍କ ନେତୃତ୍ବରେ ଆସିଥିବା ଟିମ୍ ମାଲଗୋଦାମ ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କଠାରୁ ଟେକ୍ନିକାଲ ଏଭିଡେନ୍ସ ସଂଗ୍ରହ କରିଛନ୍ତି । ପରେ କାର ମାଲିକ ରାଜ କିଶୋର ଵିଶ୍ବାଳଙ୍କ ବୟାନ ରେକର୍ଡ କରିବା ସହ ତାଙ୍କୁ ପଚରାଉଚରା କରାଯାଇଛି । ତେବେ ଏହି ଘଟଣା ପରେ ବର୍ତ୍ତମାନ 3 ଜଣ ପୋଲିସ ରାଡ଼ାରରେ ରହିଛନ୍ତି । ତେବେ ଉଭୟ ଘଷିପୁରା ଓ କଟକ ୟୁପିଡ଼ି ପୋଲିସର ମିଳିତ ଉଦ୍ୟମରେ ଅଭିଯୁକ୍ତ ନିଶ୍ଚୟ ଗିରଫ ହେବେ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ତେବେ ସୂଚନା ଅନୁସାରେ, ଗତ ଜୁନ ୨୪ ତାରିଖ ରାତି ପ୍ରାୟ 8ଟା 30ମିନିଟ ସମୟରେ ଦୁଇ ଜଣ ଯୁବକ ଓ ଜଣେ ଯୁବତୀ କଲେଜ ଛକ ଟ୍ୟାକ୍ସି ଷ୍ଟାଣ୍ଡରୁ ଯାଜପୁର ରୋଡ଼ ଯିବା ପାଇଁ ଏକ ସୁଇଫ୍ଟ ଡିଜାୟାର ଗାଡିକୁ ଭଡ଼ାରେ ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଡ୍ରାଇଭର ଓ କାରର ପତ୍ତା ମିଳିନଥିଲା । ତେବେ ଥାନାରେ ଅଭିଯୋଗ ପରେ ପୋଲିସ ୨୮ତାରିଖରେ କାର ଚାଳକ ଭଗଵାନ ବୈରିଗଞ୍ଜନଙ୍କ ମୃତଦେହ ଘଷିପୁରା ଜଙ୍ଗଲରୁ ଉଦ୍ଧାର କରିଥିଲା । ୨୯ ତାରିଖ ଦିନ କାରଟି ଚାବି ଲାଗିଥିବା ଅବସ୍ଥାରେ ନିଆଳୀ ଅନ୍ତର୍ଗତ ଗୋବିନ୍ଦପୁର ନଦୀଵନ୍ଧରୁ ଜବତ କରିଥିଲା ପୋଲିସ ।

ଗାଡିକୁ ଭଡ଼ାରେ ନେଇଥିବା ଯୁବକ, ଯୁଵତୀଙ୍କର ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି । ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତକୁ ଜୋରଦାର କରିଛି । ଆଜି କଟକ ସହରରେ ବିଭିନ୍ନ ଜାଗାରେ ଘଷିପୁରା ପୋଲିସ ଅନୁସନ୍ଧାନ କରିବା ସହ ଗୋବିନ୍ଦପୁର ଯାଇ ମଧ୍ୟ ଛାନଭିନ କରିଛି । ସେପଟେ ଭଡ଼ାରେ ନେଇଥିବା ଯୁବକ, ଯୁଵତୀଙ୍କର ଭିଡିଓ ଭାଇରାଲ ହେଵା ପରେ ମଧ୍ୟ ସମ୍ପୃକ୍ତ ଯୁବକ ଯୁବତୀମାନଙ୍କ ଵାଵଦରେ ପୋଲିସ କୌଣସି ସୂଚନା ପାଇପାରିନାହିଁ ।

ଏହା ମଧ୍ୟ ପଢନ୍ତୁ...ସାମାନ୍ୟ ବଚସାରୁ ରକ୍ତପାତ, ମଉସାକୁ ଗୋଡାଇ ଗୋଡାଇ ହାଣିଲା ପୁତୁରା

ତେବେ କାରଟି ଯାଉଥିବାର ଦୃଶ୍ୟ 2ଟି ଟୋଲ ଗେଟ୍ ସିସିଟିଭିରେ କଏଦ ହୋଇଥିବାବେଳେ ଗୋବିନ୍ଦପୁର ଫେରିବା ନେଇ କୌଣସି ଟୋଲ ଗେଟରେ ଫୁଟେଜ ନାହିଁ । ତେଣୁ ଫେରିବା ସମ୍ପର୍କରେ ସମସ୍ତ ପ୍ରମାଣ ଲୁଚାଇବା ପାଇଁ କୌଣସି ଭିନ୍ନ ରାସ୍ତାରେ ଗାଡିଟିକୁ କଟକ ଅଣାଯାଇଥିବା ନେଇ ପୋଲିସ ସନ୍ଦେହ କରୁଛି । ତେଣୁ ଯିଏ କାର ଚଳାଇ କଟକର ନିଆଳୀ ଅନ୍ତର୍ଗତ ଗୋବିନ୍ଦପୁରକୁ ଆସିଛନ୍ତି, ସେ ନିଶ୍ଚିତ ଭାବରେ ବିକଳ୍ପ ରାସ୍ତା ଵାଵଦରେ ଭଲ ଭାବେ ଅବଗତ ଥିବେ ।

ଏହାସହ ରାତି ଅଧରେ କାର୍ ଗୋବିନ୍ଦପୁର ନଦୀ ବନ୍ଧରେ ଛିଡା ହୋଇଥିବାରୁ କାର ଚଳାଇ ଆସିଥିବା ଵ୍ୟକ୍ତି ଗୋବିନ୍ଦପୁର ଆଖପାଖ ଅଞ୍ଚଳର ବୋଲି ପୋଲିସ ସନ୍ଦେହ କରୁଛି। ସେପଟେ କଲେଜ ଛକରୁ ଯାଜପୁର ରୋଡ଼ ଅଭିମୁଖେ କାର୍ ଭଡା ନେଇ ଯାଇଥିବା 3 ଜଣଙ୍କ ମଧ୍ୟରୁ ଯୁଵତୀ ଜଣକ ମୃତଦେହ ପଡ଼ିଥିବା ସ୍ଥାନରେ ଉପସ୍ଥିତ ଥିଵାର କିଛିଟା ପ୍ରମାଣ ପୋଲିସକୁ ମିଳିଛି । ସିସିଟିଭି ଫୁଟେଜରେ ଯୁବତୀ ଜଣକ ଲାଲ ରଙ୍ଗର ଓଢ଼ଣୀ ପକାଇଥିବା ଦେଖିବାକୁ ମିଳିଥିଲା । ସେହିଭଳି ଏକ ଓଢଣୀର କିଛି ଅଂଶ ମୃତଦେହ ନିକଟରେ ପଡ଼ିଥିବାବେଳେ ପୋଲିସ ଏହାକୁ ବି ଜବତ କରିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.